ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

The Sakala Picture
Published On

ପୁରୀ: ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ସାଙ୍ଗଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ଯୁ ଘଟିଛି। ମୃତକମାନେ ହେଲେ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ […]

ପୁରୀ: ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ସାଙ୍ଗଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ଯୁ ଘଟିଛି। ମୃତକମାନେ ହେଲେ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣା ପଡିଛି ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେମାନେ ବାଇକରେ କୋଣାର୍କରୁ କାକଟପୁର ସ୍ଥିତ ନିଜ ଘରକୁ ଫେରୁଥିଲେ । ବଢ଼େଇ ଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକଟି ପିଟି ହୋଇଥିଲା । ଦୁଇ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

24 Dec 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ପୁରୀ: ପୁରୀ ଜିଲ୍ଲା କୋଣାର୍କ-କାକଟପୁର ରାସ୍ତାର ବଢ଼େଇ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ସାଙ୍ଗଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ଯୁ ଘଟିଛି। ମୃତକମାନେ ହେଲେ କାକଟପୁର ଥାନା ଅନ୍ତର୍ଗତ ଅଶୃଙ୍ଖଳା ଗ୍ରାମର ବଳରାମ ଖଟୋଇ ଓ ବେଲପାହାଡ଼ ଗୁମେଡେରା ଅଞ୍ଚଳର ଦିବ୍ୟରଞ୍ଜନ ପଟ୍ଟନାୟକ ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେମାନେ ବାଇକରେ କୋଣାର୍କରୁ କାକଟପୁର ସ୍ଥିତ ନିଜ ଘରକୁ ଫେରୁଥିଲେ । ବଢ଼େଇ ଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକଟି ପିଟି ହୋଇଥିଲା । ଦୁଇ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର