ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

The Sakala Picture
Published On

ପୁରୀ: ବଳଭଦ୍ରଙ୍କ ରଥ ଦଉଡି ଛିଣ୍ଡି ଗୁରୁତର ହୋଇଥିବା ସେବକ ନକୁଳ ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି। ବାହୁଡାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ନକୁଳଙ୍କ ସମେତ ୭ଜଣ ଆହତ ହୋଇଥିଲେ। ନକୁଳଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ ଗତ ୨୮ ତାରିଖ ବାହୁଡ଼ାଯାତ୍ରା ଦିନ ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି […]

ପୁରୀ: ବଳଭଦ୍ରଙ୍କ ରଥ ଦଉଡି ଛିଣ୍ଡି ଗୁରୁତର ହୋଇଥିବା ସେବକ ନକୁଳ ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି। ବାହୁଡାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ନକୁଳଙ୍କ ସମେତ ୭ଜଣ ଆହତ ହୋଇଥିଲେ। ନକୁଳଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ସୂଚନା ଅନୁସାରେ ଗତ ୨୮ ତାରିଖ ବାହୁଡ଼ାଯାତ୍ରା ଦିନ ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ଠାରୁ ନକୁଳ ଏମ୍ସର ଆଇସିୟୁରେ ଭର୍ତ୍ତି ଥିଲେ।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

06 Jul 2023 By The Sakala

ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ବଳଭଦ୍ରଙ୍କ ରଥ ଦଉଡି ଛିଣ୍ଡି ଗୁରୁତର ହୋଇଥିବା ସେବକ ନକୁଳ ଭୋଇଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆରପାରିକୁ ଚାଲିଯାଇଛନ୍ତି। ବାହୁଡାରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ିଯିବାରୁ ନକୁଳଙ୍କ ସମେତ ୭ଜଣ ଆହତ ହୋଇଥିଲେ। ନକୁଳଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ଗତ ୨୮ ତାରିଖ ବାହୁଡ଼ାଯାତ୍ରା ଦିନ ବଳଭଦ୍ରଙ୍କ ତାଳଧ୍ବଜ ଟଣାଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା। ରଥ ଦଉଡ଼ିଟି ତାଣରୁ ଖସିଯାଇଥିଲା। ଫଳରେ ରଥ ଦଉଡ଼ି ଧରିଥିବା ଭୋଇ ସେବକ ନକୁଳ ଭୋଇଙ୍କ ସମେତ ଆଉ କିଛି ଭକ୍ତ ତଳେ ପଡ଼ି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ନକୁଳ ଗୁରୁତର ଥିଲେ। ତାଙ୍କୁ ତୁରନ୍ତ ଦମକଳ ବାହିନୀର ଗାଡ଼ିରେ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେଠରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ଠାରୁ ନକୁଳ ଏମ୍ସର ଆଇସିୟୁରେ ଭର୍ତ୍ତି ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର