ସାଧନାରେ ଜଗନ୍ନାଥ

The Sakala Picture
Published On

ଅବିନାଶୀ ଅନନ୍ତ ଶ୍ରୀଜଗନ୍ନାଥ କୌଣସି କର୍ମଫଳ ନୁହନ୍ତି। କେବଳ ଅଭିଳାଷର ଫଳସ୍ୱରୂପ ସେ ମିଳିଥା’ନ୍ତି। କିନ୍ତୁ ତାଙ୍କ ସହିତ ଭେଟିବାକୁ ତ ଆମର ଅଭିଳାଷ ହିଁ ନାହିଁ। ପୁଣି ସେ କାହିଁକି ମିଳିବେ? ତେଣୁ ମୋ ମହାମନା ଜଗନ୍ନାଥ କହନ୍ତି- ମୋ ବିନା ଯଦି ତୁମର କାମ ଚଳୁଛି, ତେବେ ତୁମ ବିନା ମଧ୍ୟ ମୋର କାମ ଚଳୁଛି। ମୋ ବିନା ଯଦି ତୁମର କାମ ଅଟକି ଯାଉଛି, ତେବେ ତୁମ ବିନା ମଧ୍ୟ ମୋ କାମ […]

ଅବିନାଶୀ ଅନନ୍ତ ଶ୍ରୀଜଗନ୍ନାଥ କୌଣସି କର୍ମଫଳ ନୁହନ୍ତି। କେବଳ ଅଭିଳାଷର ଫଳସ୍ୱରୂପ ସେ ମିଳିଥା’ନ୍ତି। କିନ୍ତୁ ତାଙ୍କ ସହିତ ଭେଟିବାକୁ ତ ଆମର ଅଭିଳାଷ ହିଁ ନାହିଁ। ପୁଣି ସେ କାହିଁକି ମିଳିବେ? ତେଣୁ ମୋ ମହାମନା ଜଗନ୍ନାଥ କହନ୍ତି- ମୋ ବିନା ଯଦି ତୁମର କାମ ଚଳୁଛି, ତେବେ ତୁମ ବିନା ମଧ୍ୟ ମୋର କାମ ଚଳୁଛି। ମୋ ବିନା ଯଦି ତୁମର କାମ ଅଟକି ଯାଉଛି, ତେବେ ତୁମ ବିନା ମଧ୍ୟ ମୋ କାମ ନିଶ୍ଚୟ ଅଟକି ଯାଉଛି। ତୁମେ ମୋ ବିନା ରହିପାରିଲେ, ମୁଁ ମଧ୍ୟ ତୁମ ବିନା ରହିପାରିବି; କିନ୍ତୁ ତୀବ୍ର ଇଚ୍ଛା ବିନା ପରମାତ୍ମା ପ୍ରାପ୍ତି ଶୀଘ୍ର ହେବ ନାହିଁ। ତୀବ୍ର ଇଚ୍ଛା ଦ୍ୱାରା ମଣିମାଙ୍କୁ ଆସିବାକୁ ପଡ଼ିବ। ସେ ତ ସର୍ବଦା ମିଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ହୃଦୟର ସହ ତୀବ୍ର ଭାବରେ କହିବା ମଣିମା ମଣିମା ମଣିମା!

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ପ୍ରତ୍ୟେକ ଭକ୍ତଙ୍କ ଜୀବନୀ ପାଠ କଲେ ମନ ମଧ୍ୟରେ ଧୈର୍ଯ୍ୟ ଓ ସାହସ ବସା ବାନ୍ଧେ। କେବେ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ କଥା ଭାବିଛନ୍ତି? କୁଷ୍ଠ ରୋଗରେ ଆକ୍ରାନ୍ତ କେତେ କଷ୍ଟ, ରହିବା ପାଇଁ ନା ବସା, ନା ଖାଇବା ପାଇଁ କଂସା, ନା ଶୋଇବାକୁ ବିଛଣା। ଏକଘରିଆ ହୋଇ ଶ୍ରୀକ୍ଷେତ୍ର ମଉଡ଼ମଣିଙ୍କ ସେବାରେ ନିଜକୁ ହଜାଇ ଦେଇ ରୋଗମୁକ୍ତ ହେବା ପରେ ଅଲୌକିକ ‘ଆର୍ତ୍ତତ୍ରାଣ ଚଉତିସା’ ଆଦି ରଚନା କରି ସେ ଜଗନ୍ନାଥଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ତତ୍‌‌କାଳୀନ ରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ତାଙ୍କ ନାମରେ କାବ୍ୟ ରଚନା କରିବା ପାଇଁ ବହୁ ଅର୍ଥ ସମ୍ପତ୍ତିର ପ୍ରଲୋଭନ ଦେଖାଇବା ପରେ ଭକ୍ତ ଦୀନକୃଷ୍ଣ କହିଥିଲେ –

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ବଇଲେ ଶୁଣ ନୃପନାଥ… କେବଳ ଦେବ ଜଗନ୍ନାଥ / ଏ ପିଣ୍ଡ ବିକି ଅଛି ତା’ର… ଗୀତ ମୁଁ ନ ବୋଲେ ଅନ୍ୟରେ

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଢେଙ୍କାନାଳ ଜିଲ୍ଳା ବ୍ରାହ୍ମଣୀ ନଦୀ କୂଳରେ ବଟବୃକ୍ଷ ମୂଳେ ନିବାସ କଲେ। ତାଳବରଡ଼ା ଲେଖନୀକୁ ପାଥେୟ କରି ସେଠାରେ ବାକି ଜୀବନ କଟାଇଲେ। ସେ ଜାଗାର ନାମ ଏବେ ବି ଏକଘରିଆ। ସେଠାକାର ପ୍ରତ୍ୟକ୍ଷ ମହାଦେବ ଅନକେଶ୍ୱରଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀପତି ଶ୍ରୀଜଗନ୍ନାଥ କୃପା ବର୍ଷା କଲେ।

ଏସବୁ ସାଧନାର କଥା। ଭକ୍ତ ସାଲବେଗ। ମା’ ତାଙ୍କର ଶିକ୍ଷା ଓ ଦୀକ୍ଷା ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅସହ୍ୟ ରୋଗ ଯନ୍ତ୍ରଣାରେ ପଡ଼ି ମୃତ୍ୟୁକୁ ଆହ୍ୱାନ କଲା ବେଳେ ମା’ କହିଲେ- ‘ରାଧାରମଣ ଶ୍ରୀକୃଷ୍ଣଙ୍କୁ ତୁ ମନେ ମନେ ମନନ କର। ଶରୀର ଆରୋଗ୍ୟ ହୋଇ ଯିବ।’ ମାତ୍ର ଦ୍ୱାଦଶ ଦିନରେ ଜଗନ୍ନାଥ, ବଡ଼ ଦେଉଳ ତ୍ୟାଗ କରି ଭକ୍ତ ସାଲବେଗଙ୍କ ପାଇଁ କୃଷ୍ଣ ରୂପରେ ଦର୍ଶନ ଦେଲେ। ମୁଠାଏ ବିଭୂତି ସାଲବେଗଙ୍କ ହାତକୁ ବଢ଼଼ାଇ କହିଲେ- ‘ପୁଅରେ ଶରୀରରେ ବୋଳି ଦେ। ତୋ ଶରୀରରେ ସମସ୍ତ କ୍ଷତ ଭଲ ହୋଇଯିବ।’ ତା’ ମଧ୍ୟ ହେଲା। ସାଲବେଗ କହିଲେ- ‘ମା’ ମୋତେ ଯଦି ନୀଳାଦ୍ରିବିହାରୀ ଜଗନ୍ନାଥ ଆରୋଗ୍ୟ କଲେ, ପୂର୍ଣ୍ଣ ଜୀବନ ଦେଲେ, ତେବେ ମୁଁ ତାଙ୍କ ପାଖକୁ ଯାଉଛି।’ ସନ୍ନ୍ୟାସୀ ବେଶରେ ଶ୍ରୀଜଗନ୍ନାଥଙ୍କୁ ଭଜନ ଜଣାଣ ଦ୍ୱାରା ଏପରି କିଣି ନେଲେ ଯେ ତାଙ୍କ ପାଇଁ ନନ୍ଦିଘୋଷ ରଥ ଅଟକି ରହିଲା। ଭକ୍ତ ଦାସିଆ ବାଉରୀଙ୍କ ହାତରୁ ନଡ଼ିଆ, ଆମ୍ବ ସହିତ ନୀଳଚକ୍ର ଉପରେ ଦର୍ଶନ ଦେବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପାଇଁ ଦଶଅବତାର ଗାଡ଼ିଆ ମଧ୍ୟରେ ଦର୍ଶନ କରାଇବା ସହିତ ଚୈତନ୍ୟ ମହାପ୍ରଭୁ ପ୍ରଦତ୍ତ ନୀଳଚକ୍ର ଅଦ୍ୟାବଧି ବାଲିସାହି ଦାସିଆ ପୀଠରେ ସୁରକ୍ଷିତ।

ଚିତ୍ତରଞ୍ଜନ ତ୍ରିପାଠୀ
ଯାଜପୁର, ମୋ: ୯୪୩୮୨୮୦୩୨୮

17 Jan 2024 By The Sakala

ସାଧନାରେ ଜଗନ୍ନାଥ

ଅବିନାଶୀ ଅନନ୍ତ ଶ୍ରୀଜଗନ୍ନାଥ କୌଣସି କର୍ମଫଳ ନୁହନ୍ତି। କେବଳ ଅଭିଳାଷର ଫଳସ୍ୱରୂପ ସେ ମିଳିଥା’ନ୍ତି। କିନ୍ତୁ ତାଙ୍କ ସହିତ ଭେଟିବାକୁ ତ ଆମର ଅଭିଳାଷ ହିଁ ନାହିଁ। ପୁଣି ସେ କାହିଁକି ମିଳିବେ? ତେଣୁ ମୋ ମହାମନା ଜଗନ୍ନାଥ କହନ୍ତି- ମୋ ବିନା ଯଦି ତୁମର କାମ ଚଳୁଛି, ତେବେ ତୁମ ବିନା ମଧ୍ୟ ମୋର କାମ ଚଳୁଛି। ମୋ ବିନା ଯଦି ତୁମର କାମ ଅଟକି ଯାଉଛି, ତେବେ ତୁମ ବିନା ମଧ୍ୟ ମୋ କାମ ନିଶ୍ଚୟ ଅଟକି ଯାଉଛି। ତୁମେ ମୋ ବିନା ରହିପାରିଲେ, ମୁଁ ମଧ୍ୟ ତୁମ ବିନା ରହିପାରିବି; କିନ୍ତୁ ତୀବ୍ର ଇଚ୍ଛା ବିନା ପରମାତ୍ମା ପ୍ରାପ୍ତି ଶୀଘ୍ର ହେବ ନାହିଁ। ତୀବ୍ର ଇଚ୍ଛା ଦ୍ୱାରା ମଣିମାଙ୍କୁ ଆସିବାକୁ ପଡ଼ିବ। ସେ ତ ସର୍ବଦା ମିଳିବା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ ହୃଦୟର ସହ ତୀବ୍ର ଭାବରେ କହିବା ମଣିମା ମଣିମା ମଣିମା!

ପ୍ରତ୍ୟେକ ଭକ୍ତଙ୍କ ଜୀବନୀ ପାଠ କଲେ ମନ ମଧ୍ୟରେ ଧୈର୍ଯ୍ୟ ଓ ସାହସ ବସା ବାନ୍ଧେ। କେବେ ଭକ୍ତ କବି ଦୀନକୃଷ୍ଣ ଦାସଙ୍କ କଥା ଭାବିଛନ୍ତି? କୁଷ୍ଠ ରୋଗରେ ଆକ୍ରାନ୍ତ କେତେ କଷ୍ଟ, ରହିବା ପାଇଁ ନା ବସା, ନା ଖାଇବା ପାଇଁ କଂସା, ନା ଶୋଇବାକୁ ବିଛଣା। ଏକଘରିଆ ହୋଇ ଶ୍ରୀକ୍ଷେତ୍ର ମଉଡ଼ମଣିଙ୍କ ସେବାରେ ନିଜକୁ ହଜାଇ ଦେଇ ରୋଗମୁକ୍ତ ହେବା ପରେ ଅଲୌକିକ ‘ଆର୍ତ୍ତତ୍ରାଣ ଚଉତିସା’ ଆଦି ରଚନା କରି ସେ ଜଗନ୍ନାଥଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ତତ୍‌‌କାଳୀନ ରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ତାଙ୍କ ନାମରେ କାବ୍ୟ ରଚନା କରିବା ପାଇଁ ବହୁ ଅର୍ଥ ସମ୍ପତ୍ତିର ପ୍ରଲୋଭନ ଦେଖାଇବା ପରେ ଭକ୍ତ ଦୀନକୃଷ୍ଣ କହିଥିଲେ –

ବଇଲେ ଶୁଣ ନୃପନାଥ… କେବଳ ଦେବ ଜଗନ୍ନାଥ / ଏ ପିଣ୍ଡ ବିକି ଅଛି ତା’ର… ଗୀତ ମୁଁ ନ ବୋଲେ ଅନ୍ୟରେ

ଢେଙ୍କାନାଳ ଜିଲ୍ଳା ବ୍ରାହ୍ମଣୀ ନଦୀ କୂଳରେ ବଟବୃକ୍ଷ ମୂଳେ ନିବାସ କଲେ। ତାଳବରଡ଼ା ଲେଖନୀକୁ ପାଥେୟ କରି ସେଠାରେ ବାକି ଜୀବନ କଟାଇଲେ। ସେ ଜାଗାର ନାମ ଏବେ ବି ଏକଘରିଆ। ସେଠାକାର ପ୍ରତ୍ୟକ୍ଷ ମହାଦେବ ଅନକେଶ୍ୱରଙ୍କ ପ୍ରାଙ୍ଗଣରେ ଲକ୍ଷ୍ମୀପତି ଶ୍ରୀଜଗନ୍ନାଥ କୃପା ବର୍ଷା କଲେ।

ଏସବୁ ସାଧନାର କଥା। ଭକ୍ତ ସାଲବେଗ। ମା’ ତାଙ୍କର ଶିକ୍ଷା ଓ ଦୀକ୍ଷା ଗୁରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅସହ୍ୟ ରୋଗ ଯନ୍ତ୍ରଣାରେ ପଡ଼ି ମୃତ୍ୟୁକୁ ଆହ୍ୱାନ କଲା ବେଳେ ମା’ କହିଲେ- ‘ରାଧାରମଣ ଶ୍ରୀକୃଷ୍ଣଙ୍କୁ ତୁ ମନେ ମନେ ମନନ କର। ଶରୀର ଆରୋଗ୍ୟ ହୋଇ ଯିବ।’ ମାତ୍ର ଦ୍ୱାଦଶ ଦିନରେ ଜଗନ୍ନାଥ, ବଡ଼ ଦେଉଳ ତ୍ୟାଗ କରି ଭକ୍ତ ସାଲବେଗଙ୍କ ପାଇଁ କୃଷ୍ଣ ରୂପରେ ଦର୍ଶନ ଦେଲେ। ମୁଠାଏ ବିଭୂତି ସାଲବେଗଙ୍କ ହାତକୁ ବଢ଼଼ାଇ କହିଲେ- ‘ପୁଅରେ ଶରୀରରେ ବୋଳି ଦେ। ତୋ ଶରୀରରେ ସମସ୍ତ କ୍ଷତ ଭଲ ହୋଇଯିବ।’ ତା’ ମଧ୍ୟ ହେଲା। ସାଲବେଗ କହିଲେ- ‘ମା’ ମୋତେ ଯଦି ନୀଳାଦ୍ରିବିହାରୀ ଜଗନ୍ନାଥ ଆରୋଗ୍ୟ କଲେ, ପୂର୍ଣ୍ଣ ଜୀବନ ଦେଲେ, ତେବେ ମୁଁ ତାଙ୍କ ପାଖକୁ ଯାଉଛି।’ ସନ୍ନ୍ୟାସୀ ବେଶରେ ଶ୍ରୀଜଗନ୍ନାଥଙ୍କୁ ଭଜନ ଜଣାଣ ଦ୍ୱାରା ଏପରି କିଣି ନେଲେ ଯେ ତାଙ୍କ ପାଇଁ ନନ୍ଦିଘୋଷ ରଥ ଅଟକି ରହିଲା। ଭକ୍ତ ଦାସିଆ ବାଉରୀଙ୍କ ହାତରୁ ନଡ଼ିଆ, ଆମ୍ବ ସହିତ ନୀଳଚକ୍ର ଉପରେ ଦର୍ଶନ ଦେବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ପାଇଁ ଦଶଅବତାର ଗାଡ଼ିଆ ମଧ୍ୟରେ ଦର୍ଶନ କରାଇବା ସହିତ ଚୈତନ୍ୟ ମହାପ୍ରଭୁ ପ୍ରଦତ୍ତ ନୀଳଚକ୍ର ଅଦ୍ୟାବଧି ବାଲିସାହି ଦାସିଆ ପୀଠରେ ସୁରକ୍ଷିତ।

ଚିତ୍ତରଞ୍ଜନ ତ୍ରିପାଠୀ
ଯାଜପୁର, ମୋ: ୯୪୩୮୨୮୦୩୨୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର