ଶ୍ରୀଜଗନ୍ନାଥ ତତ୍ତ୍ୱରେ ବୈଜ୍ଞାନିକ ସଂଦର୍ଶନ

The Sakala Picture
Published On

ଯେଉଁଠି ସବୁ ଦର୍ଶନ, ଜ୍ଞାନ, ବିଜ୍ଞାନ ସମାହିତ; ସବୁ ତତ୍ତ୍ୱର ମୂଳ ସମାହିତ; ସୃଷ୍ଟିର ଗୂଢ଼ ରସହ୍ୟ ନିଭୃତ ସେ ହେଉଛନ୍ତି ଜଗତର ନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥ ଚେତନା କେବଳ ଅଧ୍ୟାତ୍ମ ସମର୍ପିତ ନୁହେଁ, ବରଂ ମୌଳିକ ବୈଜ୍ଞାନିକ ତତ୍ତ୍ୱ ଆଧାରିତ। ମଲ୍ଟିଭର୍ସ ତତ୍ତ୍ୱ: ଆଧୁନିକ ବିଜ୍ଞାନର ଏକ ଚର୍ଚ୍ଚିତ ବିଷୟ ହେଉଛି ମଲ୍ଟିଭର୍ସ ବା ଅନେକ ବ୍ରହ୍ମାଣ୍ଡ। ଏହି ତତ୍ତ୍ୱ ଅନୁସାରେ ଆମେ ଦେଖୁଥିବା ବିଶ୍ୱ ଭଳି ସାରା ସୃଷ୍ଟିରେ ଅନେକ ବ୍ରହ୍ମାଣ୍ଡ ରହିଛି। […]

ଯେଉଁଠି ସବୁ ଦର୍ଶନ, ଜ୍ଞାନ, ବିଜ୍ଞାନ ସମାହିତ; ସବୁ ତତ୍ତ୍ୱର ମୂଳ ସମାହିତ; ସୃଷ୍ଟିର ଗୂଢ଼ ରସହ୍ୟ ନିଭୃତ ସେ ହେଉଛନ୍ତି ଜଗତର ନାଥ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥ ଚେତନା କେବଳ ଅଧ୍ୟାତ୍ମ ସମର୍ପିତ ନୁହେଁ, ବରଂ ମୌଳିକ ବୈଜ୍ଞାନିକ ତତ୍ତ୍ୱ ଆଧାରିତ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ମଲ୍ଟିଭର୍ସ ତତ୍ତ୍ୱ: ଆଧୁନିକ ବିଜ୍ଞାନର ଏକ ଚର୍ଚ୍ଚିତ ବିଷୟ ହେଉଛି ମଲ୍ଟିଭର୍ସ ବା ଅନେକ ବ୍ରହ୍ମାଣ୍ଡ। ଏହି ତତ୍ତ୍ୱ ଅନୁସାରେ ଆମେ ଦେଖୁଥିବା ବିଶ୍ୱ ଭଳି ସାରା ସୃଷ୍ଟିରେ ଅନେକ ବ୍ରହ୍ମାଣ୍ଡ ରହିଛି। ପୁଣି ପ୍ରତ୍ୟେକ ବ୍ରହ୍ମାଣ୍ଡରେ ସମୟର ଗତି ଭିନ୍ନ। ମହାକାଶ ବିଜ୍ଞାନର ଏହି ତତ୍ତ୍ୱକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଯାଇଛନ୍ତି – ‘ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ ଲୋମ କୂପେ ବିରାଜଇ’। ଶ୍ରୀଜଗନ୍ନାଥଙ୍କ ପିଣ୍ଡରେ ଅନେକ ବ୍ରହ୍ମାଣ୍ଡ ବିଦ୍ୟମାନ। ଶୂନ୍ୟ ସଂହିତା ଓ କ୍ୱାଣ୍ଟମ ଜିରୋ ପଏଣ୍ଟ ଏନର୍ଜି: ତତ୍ତ୍ୱଦର୍ଶୀମାନେ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟବ୍ରହ୍ମ ରୂପେ ବ୍ୟାଖ୍ୟା କରିଛନ୍ତି। ପଦାର୍ଥ ବିଜ୍ଞାନର କ୍ୱାଣ୍ଟମ ତତ୍ତ୍ୱରେ ଏହାକୁ ଜିରୋ ପଏଣ୍ଟ ଏନର୍ଜି ବା ଭାକ୍ୟୁମ୍‌‌ ଏନର୍ଜି ନାମରେ ନାମିତ କରାଯାଇଛି। ଶୂନ୍ୟ ତାପମାତ୍ରାରେ ମଧ୍ୟ ପଦାର୍ଥ ଯେଉଁ ଶକ୍ତି ସ୍ତରରେ ଥାଏ, ତା’କୁ କୁହାଯାଏ ଜିରୋ ପଏଣ୍ଟ ଏନର୍ଜି ବା ଶକ୍ତିର ଶୂନ୍ୟ ସ୍ତର। ଶ୍ରୀକ୍ଷେତ୍ର ସେହି ଶୂନ୍ୟ ମଣ୍ଡଳ ଏବଂ ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟ ପୁରୁଷ। ଏହାକୁ କବି ଅଚ୍ୟୁତାନନ୍ଦ ଦାସ ‘ଶୂନ୍ୟ ସଂହିତା’ରେ ଅତିସୁନ୍ଦର କାବ୍ୟିକ ଭାବରେ ନିମ୍ନମତେ ବର୍ଣ୍ଣନା କରିଛନ୍ତି – ‘ଅରୂପ ଠୁଳ ଶୂନ୍ୟ ପରେ, ବିଶ୍ରାମି ସକଳ ଭୂତରେ।’ ସମସ୍ତ ସ୍ଥାବର ଜଙ୍ଗମ ଭୂତ ପଦାର୍ଥରେ ଶୂନ୍ୟ ବିରାଜମାନ। ବିଜ୍ଞାନ ମତ ଦିଏ ଯେ ପରମାଣୁର ୯୯ ଭାଗ ଆୟତନ କେବଳ ଶୂନ୍ୟ ସ୍ଥାନ। ଶ୍ରୀଜଗନ୍ନାଥ ହେଉଛନ୍ତି ଶୂନ୍ୟରୂପ ଏବଂ ସୃଷ୍ଟିର ପ୍ରଥମ ସ୍ଫୁରଣ। ସିଏ ସ୍ରଷ୍ଟା ଓ ସୃଷ୍ଟି ଶକ୍ତି। ଏହି ଶୂନ୍ୟରେ ହିଁ ସଚରାଚର ଜଗତର ଅସ୍ତିତ୍ୱ ରହିଛି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଏକୈବ ଶକ୍ତି ପରମେଶ୍ୱରସ୍ୟ: ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରରେ ଶକ୍ତି ଉପାସନାର ଏକ ପୁରାତନ ପରମ୍ପରା ଅଛି। ସମଗ୍ର ଜୀବଜଗତ ବଞ୍ଚି ରହିବା ପାଇଁ ଶକ୍ତି ମୂଳ ଆଧାର। ଶକ୍ତି ବିନା ଗତି ନାହିଁ। ଗତି ବିନା ଜଗତର ଅସ୍ତିତ୍ୱ ନାହିଁ। ଯାହା ଗତି କରେ, ତାହା ହିଁ ଜଗତ। ଏହି ସତ୍ୟକୁ ଉପଲବ୍ଧି କରିବା ହିଁ ଶକ୍ତି ଉପାସନାର ଯଥାର୍ଥତା। ଶ୍ରୀକ୍ଷେତ୍ରର କ୍ଷେତ୍ରେଶ୍ୱରୀ ହେଉଛନ୍ତି ସ୍ୱୟଂ ଆଦ୍ୟାଶକ୍ତି ମହାଶକ୍ତିଙ୍କ ଅଂଶ ବିମଳା। ଏହାସହ ପୁରୀର ବିଭିନ୍ନ ସ୍ଥାନରେ ଅଷ୍ଟଚଣ୍ଡୀ ପୂଜା ପାଆନ୍ତି। ଶାସ୍ତ୍ରରେ ଯାହା କୁହାଯାଇଛି – ‘ଏକୈବ ଶକ୍ତି ପରମେଶ୍ୱରସ୍ୟ, ବିବିଧା ବଦନ୍ତି ବ୍ୟବହାର କାଳେ’ ବିଜ୍ଞାନରେ ମଧ୍ୟ ତାହା ଉଲ୍ଲେଖ ରହିଛି। ଶକ୍ତି ସର୍ବଦା ଏକ, ଏହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୁଏ। ବ୍ୟବହାର ଅନୁସାରେ ଏହାର ବିଭିନ୍ନ ନାମକରଣ କରାଯାଇଛି, ଯେମିତିକି ବିଦ୍ୟୁତ ଶକ୍ତି, ତାପ ଶକ୍ତି, ମାଧ୍ୟାକର୍ଷଣ ଶକ୍ତି, ଯାନ୍ତ୍ରିକ ଶକ୍ତି, ଆଣବିକ ଶକ୍ତି ଇତ୍ୟାଦି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଇନ୍ଦ୍ରଦ୍ୟୁମ୍ନ କିମ୍ୱଦନ୍ତୀ ଓ ଆପେକ୍ଷିକ ତତ୍ତ୍ୱ: ସ୍ଥାନଭେଦରେ ସମୟ ଅଲଗା ଓ ଆପେକ୍ଷିକ। ପୃଥିବୀରେ ଯେଉଁ ସମୟ, ଆମ ସୌର ଜଗତ ବାହାରେ ଥିବା ଗ୍ରହରେ ସମୟ ଭିନ୍ନ ଅଟେ। ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ବରେ ଏହା ପ୍ରମାଣିତ। ସ୍କନ୍ଦପୁରାଣରେ ମଧ୍ୟ ଏଭଳି ଏକ କଥାର ବର୍ଣ୍ଣନା ରହିଛି। କିମ୍ୱଦନ୍ତୀ ଅନୁସାରେ ପୁରୀ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ସାକ୍ଷାତ କରିବା ପାଇଁ ବ୍ରହ୍ମଲୋକ ଯାତ୍ରା କରିଛନ୍ତି। ସେଠାକୁ ଯାଇ ପୁଣିଥରେ ପୃଥିବୀକୁ ଫେରିବା ଭିତରେ ପୁରୀରେ ଅନେକ ବର୍ଷ ବିତିଯାଇଛି। ଇନ୍ଦ୍ରଦ୍ୟୁମ୍ନଙ୍କ ପରିବାର ଲୋକେ କିମ୍ୱା ପରିଚିତ ସମ୍ପର୍କୀୟ କେହି ଜୀବିତ ନାହାନ୍ତି ଏବଂ ପୁରୀରେ ରାଜା ଗାଲ୍ୱମାଧବଙ୍କ ଶାସନ ଚାଲିଛି। କାରଣ ବ୍ରହ୍ମଲୋକରେ ଗୋଟିଏ ଦିନ ହେଉଛି ପୃଥିବୀଲୋକରେ ଅନେକ ବର୍ଷ। ଏହି କାହାଣୀରେ ସମୟର ଆପେକ୍ଷିକତାକୁ ଦର୍ଶାଯାଇଛି।

ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ: ଶ୍ରୀଜଗନ୍ନାଥ ଦର୍ଶନର ଉଦ୍‌‌ଗାତା ‘ପଞ୍ଚସଖା’ଙ୍କ ସାହିତ୍ୟରେ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ ରୂପରେ ଦେଖାଯାଇଛି। କବି ଅଚ୍ୟୁତାନନ୍ଦ ଦାସ ଛୟାଳିଶ ପଟଳ ଗ୍ରନ୍ଥରେ ଲେଖିଛନ୍ତି, ‘ପିଣ୍ଡରେ ନଥିବ ଯାହା ବ୍ରହ୍ମାଣ୍ଡରେ ନାହିଁ, ଏଣୁ ପିଣ୍ଡ ବ୍ରହ୍ମାଣ୍ଡକୁ ଏକ କରୁଥାଇ / ପିଣ୍ଡ କ୍ଷୁଦ୍ର ବ୍ରହ୍ମାଣ୍ଡଟି ଅଟଇ ବୃହତ, ବୃହତ୍‌‌ ବ୍ରହ୍ମାଣ୍ଡ ସତ୍ତା ପିଣ୍ଡେ ବିରାଜିତ।’ ଶ୍ରୀଜଗନ୍ନାଥଙ୍କ ପିଣ୍ଡରେ ସମଗ୍ର ବ୍ରହ୍ମାଣ୍ଡର ସ୍ଥିତିକୁ କବି ପରିକଳ୍ପନା କରିଛନ୍ତି। ଅର୍ଥାତ୍‌‌ – ‘ୟତ୍‌‌ ପିଣ୍ଡେ ତତ୍‌‌ ବ୍ରହ୍ମାଣ୍ଡେ’। ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ନିଲ୍ସ ବୋରଙ୍କ ହୋଲୋଗ୍ରାଫିକ ତତ୍ତ୍ୱ ଅନୁଯାୟୀ ସମଗ୍ର ବିଶ୍ୱର ପ୍ରତିଫଳନ ପ୍ରତ୍ୟେକ କ୍ଷୁଦ୍ର କଣିକାରେ ଦେଖିବାକୁ ମିଳେ। ଯେମିତିକି ବୃହତ୍‌‌ ଜଗତରେ ସୂର୍ଯ୍ୟଙ୍କ ଚାରିପଟେ ଗ୍ରହଗୁଡ଼ିକର ଚକ୍ରାକାର ଆବର୍ତ୍ତନ ଏବଂ କ୍ଷୁଦ୍ର ଜଗତରେ ନ୍ୟୁକ୍ଲିୟସ ଚାରିପଟେ ଇଲେକ୍ଟ୍ରନର ଆବର୍ତ୍ତନ। ସେଇଥିପାଇଁ ଖୋଗଳ ବିଜ୍ଞାନୀ କାର୍ଲ ସାଗନ୍‌‌ଙ୍କ ମତରେ – ‘ସାରା ବିଶ୍ୱ ଆମ ଭିତରେ ଅଛି ଏବଂ ଆମେ ସବୁ ମହାଜାଗତିକ ଗ୍ରହ ନକ୍ଷତ୍ରଗୁଡ଼ିକର ଅଂଶରୁ ସୃଷ୍ଟ’। ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ଥିବା ଏକତାକୁ ଯେତେବେଳେ ବୁଝିହୁଏ, ସେତେବେଳେ ସମ୍ପୂର୍ଣ୍ଣ ସତ୍ୟର ଉପଲବ୍ଧି ହୁଏ। ପଦାର୍ଥ ବିଜ୍ଞାନ ମଧ୍ୟ କ୍ଷୁଦ୍ର ଜଗତ ଓ ବୃହତ୍‌‌ ଜଗତ ମଧ୍ୟରେ ଯୋଗସୂତ୍ରର ସନ୍ଧାନରେ ଲିପ୍ତ ଅଛି। ‘ଥିଓରୀ ଅଫ୍‌‌ ଏଭରିଥିଙ୍ଗ’ ପାଇବା ପାଇଁ ବିଜ୍ଞାନ କ୍ଷୁଦ୍ର ଜଗତର କ୍ୱାଣ୍ଟମ ଦୁନିଆ ଓ ବୃହତ୍‌‌ ଜଗତର ମହାକର୍ଷଣ ବଳର ଏକତ୍ରିକରଣ ପାଇଁ ଚେଷ୍ଟା କରୁଛି।

ସୃଷ୍ଟିଚକ୍ରର ପ୍ରତୀକ-ସୁଦର୍ଶନ: ଶ୍ରୀଜଗନ୍ନାଥଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ ଚକ୍ର। ଏହି ଚକ୍ର ହେଉଛି ସୃଷ୍ଟିଚକ୍ରର ପ୍ରତୀକ, ଯାହା ସୃଷ୍ଟିର ପ୍ରତିଟି କୋଣରେ ବିଦ୍ୟମାନ। କଳ୍ପ କଳ୍ପ ଧରି ସୃଷ୍ଟି, ସ୍ଥିତି, ସଂହାର ପ୍ରକ୍ରିୟା ଚକ୍ରାକାର ଗତିରେ ଚାଲିଆସିଛି। ବ୍ରିଟିଶ ପଦାର୍ଥ ବିଜ୍ଞାନୀ ରୋଜର ପେନରଜ୍‌‌ ମଧ୍ୟ ‘ସାଇକ୍ଲିକ ୟୁନିଭର୍ସ’ ତତ୍ତ୍ୱରେ ଏକଥା ଦର୍ଶାଇଛନ୍ତି। ସାରା ଜଗତର ଘଟଣାବଳୀ ଚକ୍ରବତ୍‌‌ ପରିବର୍ତ୍ତନ ହେଉଛି। ପ୍ରକୃତିରେ ଋତୁଚକ୍ର, ଜଳଚକ୍ର, ସମୟଚକ୍ର, ପୋଷକଚକ୍ର, ଅମ୍ଳଜାନଚକ୍ର, ଅଙ୍ଗାରକଚକ୍ର ଆଦି ରହିଛି। ତେଣୁ ଚକ ହେଉଛି ଗତିଶୀଳତାର ପ୍ରତୀକ। ସଭ୍ୟତାର ସୂର୍ଯ୍ୟୋଦୟରେ ଚକର ଆବିଷ୍କାରରୁ ବର୍ତ୍ତମାନ ସୁଉଚ୍ଚ ମନ୍ଦିର ଶିଖରରେ ଶୋଭିତ ନୀଳଚକ୍ର ପର୍ଯ୍ୟନ୍ତ ସୃଷ୍ଟି ବିବର୍ତ୍ତନର ଏହି ଯାତ୍ରା ଅବ୍ୟାହତ ରହିଛି।

ବିବର୍ତ୍ତନବାଦ ଓ ଦଶାବତାର: ବିବର୍ତ୍ତନବାଦର ଜନକ ଡାରୱିନଙ୍କ ବହୁପୂର୍ବରୁ ବିଷ୍ଣୁଙ୍କ ଦଶାବତାର ତତ୍ତ୍ୱରେ ଜୀବର କ୍ରମ ବିବର୍ତ୍ତନ କଥା ଦର୍ଶାଯାଇଛି। ଏକକୋଷୀ ପ୍ରାଣୀରୁ ଜୀବନର ଉତ୍ପତ୍ତି ହୋଇ ମଣିଷ ସ୍ତର ପର୍ଯ୍ୟନ୍ତ ବିବର୍ତ୍ତନ ଲାଗି ରହିଛି। ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ଓ ତାଙ୍କର ଦଶଟି ଅବତାର ଜୀବନର ସର୍ବନିମ୍ନ ସ୍ତରରୁ ଉଚ୍ଚତମ ସ୍ତର ପର୍ଯ୍ୟନ୍ତ ବିବର୍ତ୍ତନକୁ ସୂଚାଏ। ଯଥାକ୍ରମେ – ମତ୍ସ୍ୟ (ଜଳରେ ମେରୁଦଣ୍ଡୀ ପ୍ରାଣୀର ଉତ୍ପତ୍ତି), କଛପ(ଉଭୟଚର ପ୍ରାଣୀ), ବରାହ (ସ୍ତନ୍ୟପାୟୀ ପ୍ରାଣୀ), ନରସିଂହ (ଅଧା ମଣିଷ ଅଧା ପଶୁ), ବାମନ(କ୍ଷୁଦ୍ରକାୟ ମଣିଷ), ପର୍ଶୁରାମ(ଯୋଦ୍ଧା ମଣିଷ), ରାମ(ମର୍ଯ୍ୟାଦା ପୁରୁଷୋତ୍ତମ), କୃଷ୍ଣ-ବଳରାମ (ରାଜନୀତି ଧୂରନ୍ଧର ମାନବ), ବୁଦ୍ଧ(ଜ୍ଞାନର ଅତିମାନସ ସ୍ଥିତି), କଳ୍‌‌କୀ(ବିବର୍ତ୍ତନ ପ୍ରକ୍ରିୟାର ପରବର୍ତ୍ତୀ ରୂପ)। ବିଶିଷ୍ଟ କଥାକାର ମନୋଜ ଦାସ ଥରେ କହିଥିଲେ ଯେ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଅପୂର୍ଣ୍ଣତାର ପ୍ରତିନିଧି, କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି। ମହାପ୍ରଭୁଙ୍କ ଅଧାଗଢ଼ା ଦେହ ଭଳି ମଣିଷ ବର୍ତ୍ତମାନ ଅପୂର୍ଣ୍ଣ। ପୂର୍ଣ୍ଣତା ପ୍ରାପ୍ତି କରିନାହିଁ। ବିବର୍ତ୍ତନ ପ୍ରକ୍ରିୟା ଆହୁରି ବାକି ଅଛି। ଏହି ପ୍ରକ୍ରିୟା ଶେଷରେ ମଣିଷ ଦିନେ ପୂର୍ଣ୍ଣତା ହାସଲ କରିବ।

କଳ୍‌‌କୀ ଅବତାରରେ ଜଳବାୟୁ ପରିବର୍ତ୍ତନର ସୂଚନା: ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ଲେଖାହୋଇଛି – ‘ମାଳିକା ବଚନ ସତ ହୋଇବ, ବାଇଶି ପାହାଚେ ମୀନ ଖେଳିବ।’ ଅର୍ଥାତ୍‌‌ ସ୍ଥଳଭାଗ ଜଳମଗ୍ନ ହେବ। ଶ୍ରୀଜଗନ୍ନାଥ କଳ୍‌‌କୀ ଅବତାର ନେଇ ମ୍ଲେଛ ସଂହାର କରିବେ ଏବଂ ତା’ପରେ ପୁନଶ୍ଚ ଏକ ନୂତନ ସୃଷ୍ଟିର ଆରମ୍ଭ ହେବ। ଏହି ଭବିଷ୍ୟବାଣୀ ପଛରେ ଏକ ତାତ୍ପର୍ଯ୍ୟ ରହିଛି, ଯାହା ଜଳବାୟୁ ପରିବର୍ତ୍ତନର ସୂଚନା ଦିଏ। ୨୦୨୨ରେ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି ଯେ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି। ଜଳ ବହୁଳେ ସୃଷ୍ଟି ନାଶର ଆଶଙ୍କା ଏବେ ଉପୁଜିଛି।

ଆୟୁର୍ବେଦ ଓ ଶ୍ରୀଜଗନ୍ନାଥ: ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିରେ ଆୟୁର୍ବେଦର ମହତ୍ତ୍ୱ ରହିଛି। ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିମ୍ୱ ଦାରୁରେ ନିର୍ମିତ ଏବଂ ନିମ୍ୱ ଦାରୁ ଆୟୁର୍ବେଦ ଶାସ୍ତ୍ରରେ ଏକ ପ୍ରମୁଖ ଔଷଧୀ। ଶ୍ରୀମନ୍ଦିର ନୀତି ଓ ବିଧି ଅନୁଯାୟୀ ନିତ୍ୟ ତୁଳସୀ, କର୍ପୁର, ଚନ୍ଦନ, ତ୍ରିଫଳା, ଲବଙ୍ଗ, ଜାଇଫଳ ଆଦି ବ୍ୟବହାର ହୁଏ। ମହାପ୍ରଭୁ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଜ୍ୱରରେ ପୀଡ଼ିତ ହୋଇ ଅଣସର ବା କ୍ୱାରାଣ୍ଟାଇନରେ ରୁହନ୍ତି। ଆରୋଗ୍ୟ ପାଇଁ ଶ୍ରୀଜୀଉମାନଙ୍କୁ ଆୟୁର୍ବେଦ ଦଶମୂଳ ମୋଦକ ଓ ଫୁଲୁରି ତେଲରେ ଉପଚାର କରାଯାଏ। ବିଲ୍ୱ, ଗମ୍ଭାରୀ, ଶ୍ୱେନାକ, ପାଟଳା, ଅଗ୍ନିମନ୍ଥ, ଶାଳପର୍ଣ୍ଣ, ପୁଷ୍ପପର୍ଣି, ବୃହତୀଦ୍ୱୟ ଓ ଗୋକ୍ଷୁରା ଆଦି ବନସ୍ପତି ଔଷଧକୁ ମିଶାଇ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଏ।

ସତ୍ୟବ୍ରତ ପାଣିଗ୍ରାହୀ, ଗୁଣପୁର
ମୋ: ୬୩୭୧୬୮୪୬୯୯

17 Jan 2024 By The Sakala

https://www.thesakala.in/latest-odisha-news/puri/puri-shrimandir-praikrama-prakalpa/scientific-conference-on-srijagannath-theory/article-29197
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର