ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ୪ଟାରେ ରଥଟଣା ଆରମ୍ଭ

The Sakala Picture
Published On

ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ। ରାତି ପାହିଲେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୁରତୀ। ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା। ସକାଳେ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥଙ୍କୁ ସିଂହଦ୍ୱାର ଆଗକୁ ଟାଣି ଆଣିଥିଲେ ସେବାୟତ। ନୀତି ଏତେ ସଅଳ ଥିଲା ଯେ ୧୧ଟା ସୁଦ୍ଧା ତିନିରଥ ସିଂହଦ୍ୱାରରେ ଲାଗିଥିଲା। […]

ପୁରୀ: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ସିଂହଦ୍ୱାର ସାମ୍ନାରେ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି ତିନି ରଥ। ରାତି ପାହିଲେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷ ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ମୁରତୀ। ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ, ଜନ୍ମବେଦୀକୁ ଯାତ୍ରା କରିବେ ବିଶ୍ୱନିୟନ୍ତା। ସକାଳେ ଆଜ୍ଞାମାଳ ବିଜେ ହେବା ପରେ ରଥଖଳାରୁ ତିନି ରଥଙ୍କୁ ସିଂହଦ୍ୱାର ଆଗକୁ ଟାଣି ଆଣିଥିଲେ ସେବାୟତ। ନୀତି ଏତେ ସଅଳ ଥିଲା ଯେ ୧୧ଟା ସୁଦ୍ଧା ତିନିରଥ ସିଂହଦ୍ୱାରରେ ଲାଗିଥିଲା। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଶୁକ୍ରବାର ରଥ ଉପରେ କନକମୁଣ୍ଡିସ୍ଥାପନ ଓ ରଥ ପ୍ରତିଷ୍ଠା ପରେ ଧାଡ଼ି ପହଣ୍ଡିରେ ରଥାରୁଢ଼ ହେବ ଚତୁର୍ଦ୍ଧା ବିଗ୍ରହ । ସକାଳେ ମଙ୍ଗଳଆଳତି, ମଇଲମ ଆଦି ନୀତି ପରେ ୮ଟାରୁ ୯ଟା ମଧ୍ୟରେ ହେବ ଗୋପଳ ବଲ୍ଲଭ ଓ ସକାଳଧୂପ । ୯ଟାରେ ରଥପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା.୩୦ରୁ ୧୨ଟା ୩୦ ମଧ୍ୟରେ ଧାଡ଼ି ପହଣ୍ଡି ଶେଷ ହେବ। ଗଜପତିଙ୍କ ଛେରାପହଁରା ୨ଟାରୁ ୩ଟା ଓ ରଥଟଣା ୪ଟାରେ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କରୋନା କଟକଣା ହଟିବା ପରେ ଭକ୍ତଙ୍କ ମେଳରେ ଏଥର ହେଉଛି ରଥଯାତ୍ରା। ଦୁଇବର୍ଷ ପରେ କାଳିଆକୁ ଅତି ପାଖରୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଦେଇଛି । ଧିରେ ଧିରେ ବଡଦାଣ୍ଡରେ ଗହଳି ବଢୁଛି। ଏଥର ପୁରୀରେ ଭକ୍ତଙ୍କ ସଂଖ୍ୟା ପୂର୍ବ ରଥଯାତ୍ରା ଅପେକ୍ଷା ଅଧିକ ହେବାକୁ ଥିବାରୁ ପ୍ରଶାସନ ସବୁପ୍ରକାରର ବ୍ୟବସ୍ଥା କରିଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ରହିବ ପୁରୀ ସହର । ପ୍ରାୟ ୧୮୬ ପ୍ଲାଟୁନ ଫୋର୍ସ ସହ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ। ଶ୍ରୀମନ୍ଦିରକୁ ୧୦ଟି ଜୋନ ଓ ବଡଦାଣ୍ଡକୁ ୨୨ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତେବେ ରଥଯାତ୍ରା ବେଳେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଭକ୍ତଙ୍କୁ ସରକାର ନିବେଦନ କରିଛନ୍ତି। ଭକ୍ତଙ୍କୁ ଦଶଲକ୍ଷ ମାସ୍କ ବଣ୍ଟାଯିବ । ଯେଉଁମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଛି ସେମାନେ ରଥଯାତ୍ରାକୁ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର