ବିବାହ କରିବାକୁ କହିବାରୁ ବିଷ ପିଆଇଦେଲା ପ୍ରେମିକ, ୮ ଦିନର ସଙ୍ଘର୍ଷ ପରେ ଆଖି ବୁଜିଲା ପ୍ରେମିକା

The Sakala Picture
Published On

ପିପିଲି: ପିପିଲି ପୁରୁଣା ଡେଲାଙ୍ଗରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମୁଖା ଖୋଲିଛି ପ୍ରେମିକା। ବିବାହ କରିବାକୁ ଜିଦ କରିବାରୁ ପ୍ରେମିକ ପିଆଇଥିଲା ବିଷ। ଜୀବନ ସହ ୮ ଦିନର ସଙ୍ଘର୍ଷ ପରେ ଆଖି ବୁଜିଲା ପ୍ରେମିକା। ମୃତ ଯୁବତୀଙ୍କ ବୟାନ ଅନୁଯାୟୀ, ପୁରୁଣା ଡେଲାଙ୍ଗ ଅଞ୍ଚଳର ବିଶ୍ବମ୍ବର ମହାପାତ୍ର ଅରିଶଲ ଅଞ୍ଚଳର ସ୍ନେହଲତା ସ୍ବାଇଁଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା। ବିଶ୍ବମ୍ବର […]

ପିପିଲି: ପିପିଲି ପୁରୁଣା ଡେଲାଙ୍ଗରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ମୁଖା ଖୋଲିଛି ପ୍ରେମିକା। ବିବାହ କରିବାକୁ ଜିଦ କରିବାରୁ ପ୍ରେମିକ ପିଆଇଥିଲା ବିଷ। ଜୀବନ ସହ ୮ ଦିନର ସଙ୍ଘର୍ଷ ପରେ ଆଖି ବୁଜିଲା ପ୍ରେମିକା।

ମୃତ ଯୁବତୀଙ୍କ ବୟାନ ଅନୁଯାୟୀ, ପୁରୁଣା ଡେଲାଙ୍ଗ ଅଞ୍ଚଳର ବିଶ୍ବମ୍ବର ମହାପାତ୍ର ଅରିଶଲ ଅଞ୍ଚଳର ସ୍ନେହଲତା ସ୍ବାଇଁଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା। ବିଶ୍ବମ୍ବର ସ୍ନେହଲତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଗର୍ଭବତୀ କରିଥିଲେ। ଏନେଇ ସ୍ନେହଲତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଯୁବତୀ ଜଣକ ଘଟଣା ସମ୍ପର୍କରେ ଘରେ କହିବା ସହ ବିଶ୍ବମ୍ବରକୁ ବିବାହ କରିବାକୁ ଜିଦ୍ ଧରିଥିଲେ। ଜୁଲାଇ ୧୨ ତାରିଖ ଦିନ ସ୍ନେହଲତା ପୁରୁଣା ଡେଲାଙ୍ଗରେ ଥିବା ମନ୍ଦିରକୁ ଯାଇଥିବା ବେଳେ ବିଶ୍ବମ୍ବର ତାଙ୍କୁ ବଳପୂର୍ବକ ଉଠାଇ ନେଇ ବିଷ ପିଆଇ ଦେଇଥିଲେ। ଏଥିରେ ବିଶ୍ବମ୍ବରଙ୍କ ପରିବାର ଲୋକେ ମଧ୍ୟ ସହାୟତା କରିଥିଲେ। ପରେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ପ୍ରଥମେ ଡେଲାଙ୍ଗ ଏବଂ ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରରେ ଥିବା ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଜୀବନ ସହ ଦୀର୍ଘ ୮ଦିନ ସଙ୍ଘର୍ଷ କରିଥିଲେ ସ୍ନେହଲତା । ପ୍ରେମିକ ଜବରଦସ୍ତି ବିଷ ପିଆଇଦେଇଥିବା ପରେ ଗୁୁରୁତର ଥିଲେ । କିନ୍ତୁ ଆଜି ଆଖି ବୁଜିଛନ୍ତି ସ୍ନେହଲତା । ସେପଟେ ଘଟଣାକୁ ୮ଦିନ ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତକୁ ଗିରଫ କରିନାହିଁ । ପ୍ରେମ ଓ ପ୍ରତାରଣାର ଏଭଳି ବିଭତ୍ସ ଘଟଣା ଚକିତ କରିଛି । ଏଭଳି ଚାଞ୍ଚଲ୍ୟକର ହତ୍ୟା ଷଡ଼ଯନ୍ତ୍ର ସ୍ତମ୍ବୀଭୁତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର