ଶ୍ରୀମନ୍ଦିରରେ ଲାଗୁହେଲା ଡ୍ରେସ୍‌ କୋଡ୍

The Sakala Picture
Published On

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍‌ କୋଡ୍। ପ୍ରାଥମିକ ପର୍ଯ୍ୟାୟରେ ସେବକଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି। ଅର୍ଥାତ୍ ଯେଉଁ ସେବାୟତମାନେ ଭିତକାଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ସେବାପୂଜାରେ ନିୟୋଜିତ ରହିଥିଲେ ସେମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ସମସ୍ତେ ଧୋତି ମୁକୁଟା ଅବା ଢିଲା ପାଇଜାମା ଭଳି ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ଥିଲେ। ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ଗୁରୁବାରଠାରୁ ବିଧିବଦ୍ଧ ଡ୍ରେସ୍କୋଡ ଲାଗୁ କରାଯାଇଛି। ତେବେ ଭିତକାଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ସେବାପୂଜାରେ […]

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହୋଇଛି ଡ୍ରେସ୍‌ କୋଡ୍। ପ୍ରାଥମିକ ପର୍ଯ୍ୟାୟରେ ସେବକଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି। ଅର୍ଥାତ୍ ଯେଉଁ ସେବାୟତମାନେ ଭିତକାଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ସେବାପୂଜାରେ ନିୟୋଜିତ ରହିଥିଲେ ସେମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ। ସମସ୍ତେ ଧୋତି ମୁକୁଟା ଅବା ଢିଲା ପାଇଜାମା ଭଳି ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ଥିଲେ। ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ଗୁରୁବାରଠାରୁ ବିଧିବଦ୍ଧ ଡ୍ରେସ୍କୋଡ ଲାଗୁ କରାଯାଇଛି। ତେବେ ଭିତକାଠାରୁ ଗର୍ଭଗୃହ ପର୍ଯ୍ୟନ୍ତ ସେବାପୂଜାରେ ଥିବା ସେବାୟତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧୁଥିବାରୁ କିଛି ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇ ନ ଥିଲା।
କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ପୀଠ ଶ୍ରୀମନ୍ଦିର |

ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବଧାରାକୁ ଆହୁରି ଦୃଢୀଭୂତ କରିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଅନେକ ସମୟରେ କିଛି ସେବାୟତ ଓ କର୍ମଚାରୀ ପାରମ୍ପରିକ ପୋଷାକ ବଦଳରେ ପ୍ୟାଣ୍ଟ, ଶାର୍ଟ ପିନ୍ଧି ମନ୍ଦିରକୁ ଯାଉଥିବାବେଳେ ଭକ୍ତମାନେ ଜିନ୍ନ ପ୍ୟାଣ୍ଟ, ଟି-ଶାର୍ଟ ସାଙ୍ଗକୁ ପୁଣି କଟା ଡ୍ରେସ୍ ପିନ୍ଧି ଦର୍ଶନ ପାଇଁ ଯାଉଛନ୍ତି। ଏକ ଧାର୍ମିକ ପୀଠ ପ୍ରତି ଏହା ଶୋଭନୀୟ ନୁହେଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ହୃଦୟଙ୍ଗମ କରିବା ପରେ ଗତ ୧୧ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ଡ୍ରେସ୍ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ, ଗରୁବାରଠାରୁ ଏହା ଲାଗୁ ହୋଇଛି | ପ୍ରାଥମିକ ପର୍ଯ୍ୟାୟରେ ସେବକମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଥିବା ବେଳେ ଆସନ୍ତା ନଭେମ୍ବର ୫ ତାରିଖଠାରୁ ଜେଟିପି, ଚର୍ଚ୍ଚା ଓ ଅନ୍ୟ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ। ପରବର୍ତ୍ତୀ ସମୟରେ ଏହାକୁ ଅନୁଧ୍ୟାନ କରାଯାଇ ଦର୍ଶନାର୍ଥୀଙ୍କ ପାଇଁ ମଧ୍ୟ ଡ୍ରେସ୍‌ଡ ଲାଗୁ କରାଯିବ ବୋଲି ଜଣାପଡ଼ିଛି। ତେବେ ଡ୍ରେସ୍କୋଡ ବ୍ୟବସ୍ଥାକୁ ସେବାୟତମାନେ ସ୍ବାଗତ କରିଛନ୍ତି |

22 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର