ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ, ତାଳଧ୍ୱଜ ରଥର ଗୟଳ କାଠ ପଡିଲା

The Sakala Picture
Published On

ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଶନିବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୨ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୬ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ତାଳଧ୍ୱଜ ରଥର ପୋଲ ଗୟ ଚିରଟ ପାଇଁ ନରେନ୍ଦ୍ର ମହଲାରେ କାଠ ପଡିଛି। ଭୋଇ ସେବକମାନେ କ୍ରେନ ଯୋଗେ ୪୦ ଫୁଟିଆ […]

ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଶନିବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୨ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୬ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ତାଳଧ୍ୱଜ ରଥର ପୋଲ ଗୟ ଚିରଟ ପାଇଁ ନରେନ୍ଦ୍ର ମହଲାରେ କାଠ ପଡିଛି। ଭୋଇ ସେବକମାନେ କ୍ରେନ ଯୋଗେ ୪୦ ଫୁଟିଆ ଧଉରା କାଠକୁ ସତର୍କତାର ସହ ନେଇ ଚିରଟ ସ୍ଥାନରେ ପକାଇଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ଏହାକୁ ମହାରଣା ସେବକ ବାରିସୀରେ ସାଇଜ୍‌ କରିବା ପରେ କରତି ସେବକ ଚିରଟ କରିବେ। ଏହାପରେ ଅନ୍ୟ ଦୁଇରଥର ଗୟଳ କାଠ ପଡିବ। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳି ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠରେ ଦୁଇଟି ମୁହାଣ୍ଟ ଏବଂ ଦୁଇଟି ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

(ଏହି ମୁହାଣ୍ଟ ରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ ଫିଟିଙ୍ଗ ହୋଇ ଥାଏ। ମୁହାଣ୍ଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ)। ସେହିପରି ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ଲାଗିପଡିଛନ୍ତି। ଏମାନେ ତିନିରଥର ଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି। ସରିଯାଇଥିବା ରୂପ ଖୋଦେଇର ପଲିସି କାମ ବି ଜାରି ରହିଛି। ଦୋଳବେଦୀ କୋଣ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା କଣ୍ଟା ତିଆରି କରୁଛନ୍ତି।

01 Jun 2024 By The Sakala

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ, ତାଳଧ୍ୱଜ ରଥର ଗୟଳ କାଠ ପଡିଲା

ପୁରୀ: ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଶନିବାର ସୁଦ୍ଧା ତିନିରଥର ୪୨ଟି ଚକ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦେବଦଳନ ୧୨) ମଧ୍ୟରୁ ପ୍ରାୟ ୩୨ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୬ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ତାଳଧ୍ୱଜ ରଥର ପୋଲ ଗୟ ଚିରଟ ପାଇଁ ନରେନ୍ଦ୍ର ମହଲାରେ କାଠ ପଡିଛି। ଭୋଇ ସେବକମାନେ କ୍ରେନ ଯୋଗେ ୪୦ ଫୁଟିଆ ଧଉରା କାଠକୁ ସତର୍କତାର ସହ ନେଇ ଚିରଟ ସ୍ଥାନରେ ପକାଇଛନ୍ତି।

ଏହାକୁ ମହାରଣା ସେବକ ବାରିସୀରେ ସାଇଜ୍‌ କରିବା ପରେ କରତି ସେବକ ଚିରଟ କରିବେ। ଏହାପରେ ଅନ୍ୟ ଦୁଇରଥର ଗୟଳ କାଠ ପଡିବ। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳି ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠରେ ଦୁଇଟି ମୁହାଣ୍ଟ ଏବଂ ଦୁଇଟି ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

(ଏହି ମୁହାଣ୍ଟ ରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ ଫିଟିଙ୍ଗ ହୋଇ ଥାଏ। ମୁହାଣ୍ଟ ଉପରେ ଗୁଜ ଫିଟିଙ୍ଗ କରାଯିବା ପରେ ଗୁଜ ଉପରେ ନିରାଡ଼ି ପଡ଼ି ଗୟଳ ମୋଡା ହୁଏ)। ସେହିପରି ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ଲାଗିପଡିଛନ୍ତି। ଏମାନେ ତିନିରଥର ଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି। ସରିଯାଇଥିବା ରୂପ ଖୋଦେଇର ପଲିସି କାମ ବି ଜାରି ରହିଛି। ଦୋଳବେଦୀ କୋଣ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା କଣ୍ଟା ତିଆରି କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର