ମନୋରଞ୍ଜନ
ଡଙ୍ଗା କାମ ଚାଲିଥିବାବେଳେ ପୁରୀ ପେଣ୍ଠକଟା ବସ୍ତିରେ ହଠାତ୍ ଫୁଟିଲା ବୋମା, ଲୋକ ଭୟଭୀତ
ପୁରୀ: ପୁରୀ ପେଣ୍ଠକଟା ବସ୍ତିରେ ଫୁଟିଲା ବୋମା । ବସ୍ତି ପରିସରରେ ଡଙ୍ଗା ମରାମତି କାର୍ଯ୍ୟ ଚାଲିଥିଲା । କିଛି ଡ଼ଙ୍ଗା ଅଧା ନିର୍ମାଣ ହୋଇ ପାଖରେ ରଖାଯାଇଥିଲା । ହଠାତ୍ ଅଧା ନିର୍ମିତ ଏକ ଡଙ୍ଗାରେ ବିସ୍ଫୋରଣ ଘଟିଥିଲା । ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ବସ୍ତିବାସିନ୍ଦା ଶୁଣି ଭୟଭୀତ ହୋଇଯାଇଥିଲେ । ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ସେଠାରେ ଏକ କୁକୁର ଖଣ୍ଡ ବିଖଣ୍ଡିତ ହୋଇପଡିଛି । ତେବେ କିପରି […]
ପୁରୀ: ପୁରୀ ପେଣ୍ଠକଟା ବସ୍ତିରେ ଫୁଟିଲା ବୋମା । ବସ୍ତି ପରିସରରେ ଡଙ୍ଗା ମରାମତି କାର୍ଯ୍ୟ ଚାଲିଥିଲା । କିଛି ଡ଼ଙ୍ଗା ଅଧା ନିର୍ମାଣ ହୋଇ ପାଖରେ ରଖାଯାଇଥିଲା । ହଠାତ୍ ଅଧା ନିର୍ମିତ ଏକ ଡଙ୍ଗାରେ ବିସ୍ଫୋରଣ ଘଟିଥିଲା । ଏତେ ଜୋରରେ ଶବ୍ଦ ହୋଇଥିଲା ଯେ, ବସ୍ତିବାସିନ୍ଦା ଶୁଣି ଭୟଭୀତ ହୋଇଯାଇଥିଲେ । ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ସେଠାରେ ଏକ କୁକୁର ଖଣ୍ଡ ବିଖଣ୍ଡିତ ହୋଇପଡିଛି । ତେବେ କିପରି ଏଭଳି ବିସ୍ଫୋରଣ ହେଲା କେହି କିଛି ବୁଝିପାରି ନ ଥିଲେ । ଅନୁମାନ କରାଯାଉଛି ସେଠାରେ କୌଣସି ବ୍ୟକ୍ତି ବୋମା ତିଆରି କରୁଥିବାବେଳେ କିଛି ଅଂଶ ଛାଡ଼ିଯାଇଥିଲା । ସକାଳୁ ତାହା ଫୁଟିଥିଲା । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ କିପରି ବିସ୍ଫୋରଣ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହାଇପାରି ନାହିଁ ।