ମନୋରଞ୍ଜନ

ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

The Sakala Picture
Published On

ବ୍ରହ୍ମଗିରି: ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରିର ସାହୁପଡ଼ା ଗାଁରେ। ଏ ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝିଅଘରେ ପୁଅଘର ଲୋକଙ୍କ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା, ମାରପିଟ କରାଯାଇଥିବା ଜଣାପଡ଼ିଛି। ମୃତ ପ୍ରେମିକ ଜଣଙ୍କ ସୂର୍ଯ୍ଯକାନ୍ତ ବିଶ୍ଵାଳ। ତାଙ୍କୁ ଝିଅଘର ଲୋକ ହତ୍ୟା କରିଥିବା ପୁଅଘର ଲୋକ ଅଭିଯୋଗ ଆଣି ଭଙ୍ଗାରୁଜା କରିଛନ୍ତି । ଘଟଣାରେ ଝିଅଘରର ୬ ଜଣଙ୍କୁ ପୁଲିସ ଅଟକ ରଖି […]

ବ୍ରହ୍ମଗିରି: ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରିର ସାହୁପଡ଼ା ଗାଁରେ। ଏ ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝିଅଘରେ ପୁଅଘର ଲୋକଙ୍କ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା, ମାରପିଟ କରାଯାଇଥିବା ଜଣାପଡ଼ିଛି। ମୃତ ପ୍ରେମିକ ଜଣଙ୍କ ସୂର୍ଯ୍ଯକାନ୍ତ ବିଶ୍ଵାଳ। ତାଙ୍କୁ ଝିଅଘର ଲୋକ ହତ୍ୟା କରିଥିବା ପୁଅଘର ଲୋକ ଅଭିଯୋଗ ଆଣି ଭଙ୍ଗାରୁଜା କରିଛନ୍ତି । ଘଟଣାରେ ଝିଅଘରର ୬ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ପୁରୀରେ ହୋଟେଲ୍‌ ମାଲିକକୁ ହତ୍ୟା ଘଟଣା: ଅଭିଯୁକ୍ତ ଚନ୍ଦନ ପଲାରକୁ ପୋଲିସ ଏନ୍‌କାଉଣ୍ଟର

ଘଟଣା ଅନୁଯାୟୀ, ସାହୁପଡ଼ା ଗାଁର ସୂର୍ଯ୍ଯକାନ୍ତ ବିଶ୍ଵାଳଙ୍କ ସହ ସେହି ଗାଁର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା । ସମ୍ପୃକ୍ତ ଯୁବତୀଙ୍କୁ ଦେଖା କରିବା ପାଇଁ ସୂର୍ଯ୍ଯକାନ୍ତ  ଗତକାଲି ବିଳମ୍ବିତ ରାତିରେ ଯାଇଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ପରିବାର ଲୋକ ସୂର୍ଯ୍ଯକାନ୍ତଙ୍କୁ କାବୁ କରି ନେଇଥିଲେ। ପୁଅ ନ ଫେରିବାରୁ ରାତିରେ ଖୋଜିବାକୁ ଯାଇଥିଲେ ବାପା। ଏହି ସମୟରେ ଝିଅ ଘରେ ସୂର୍ଯ୍ଯକାନ୍ତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏହାକୁ ନେଇ ଝିଅର ପରିବାର ଏବଂ ସୂର୍ଯ୍ଯକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏନେଇ ସୂର୍ଯ୍ଯକାନ୍ତଙ୍କ ପରିବାର ଲୋକ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ରେସର୍ସ ଆଣ୍ଡ ରନର୍ସ କ୍ଲବ୍‌ର ଅଭିନବ ପଦକ୍ଷେପ; ୩୦ ସାଇକେଲ ଆରୋହୀଙ୍କ ଅଂଶଗ୍ରହଣ, ସାଇକେଲ ହେଉଛି ସୁସ୍ଥ ଜୀବନ ଓ ସ୍ଥାୟୀ ପର୍ଯ୍ୟଟନର ସେତୁ

ତେବେ ସୂର୍ଯ୍ଯକାନ୍ତଙ୍କ କେମିତି ମୃତ୍ୟୁ ହେଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ଗାଁରେ  ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

26 May 2022 By The Sakala

ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ

ବ୍ରହ୍ମଗିରି: ପ୍ରେମିକା ଘରୁ ମିଳିଲା ପ୍ରେମିକର ଝୁଲନ୍ତା ମୃତଦେହ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରିର ସାହୁପଡ଼ା ଗାଁରେ। ଏ ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝିଅଘରେ ପୁଅଘର ଲୋକଙ୍କ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା, ମାରପିଟ କରାଯାଇଥିବା ଜଣାପଡ଼ିଛି। ମୃତ ପ୍ରେମିକ ଜଣଙ୍କ ସୂର୍ଯ୍ଯକାନ୍ତ ବିଶ୍ଵାଳ। ତାଙ୍କୁ ଝିଅଘର ଲୋକ ହତ୍ୟା କରିଥିବା ପୁଅଘର ଲୋକ ଅଭିଯୋଗ ଆଣି ଭଙ୍ଗାରୁଜା କରିଛନ୍ତି । ଘଟଣାରେ ଝିଅଘରର ୬ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି ।

ଘଟଣା ଅନୁଯାୟୀ, ସାହୁପଡ଼ା ଗାଁର ସୂର୍ଯ୍ଯକାନ୍ତ ବିଶ୍ଵାଳଙ୍କ ସହ ସେହି ଗାଁର ଜଣେ ଯୁବତୀଙ୍କର ପ୍ରେମ ସମ୍ପର୍କ ଥିଲା । ସମ୍ପୃକ୍ତ ଯୁବତୀଙ୍କୁ ଦେଖା କରିବା ପାଇଁ ସୂର୍ଯ୍ଯକାନ୍ତ  ଗତକାଲି ବିଳମ୍ବିତ ରାତିରେ ଯାଇଥିଲେ। ହେଲେ ଏହି ସମୟରେ ଯୁବତୀଙ୍କ ପରିବାର ଲୋକ ସୂର୍ଯ୍ଯକାନ୍ତଙ୍କୁ କାବୁ କରି ନେଇଥିଲେ। ପୁଅ ନ ଫେରିବାରୁ ରାତିରେ ଖୋଜିବାକୁ ଯାଇଥିଲେ ବାପା। ଏହି ସମୟରେ ଝିଅ ଘରେ ସୂର୍ଯ୍ଯକାନ୍ତଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏହାକୁ ନେଇ ଝିଅର ପରିବାର ଏବଂ ସୂର୍ଯ୍ଯକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏନେଇ ସୂର୍ଯ୍ଯକାନ୍ତଙ୍କ ପରିବାର ଲୋକ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

ତେବେ ସୂର୍ଯ୍ଯକାନ୍ତଙ୍କ କେମିତି ମୃତ୍ୟୁ ହେଲା ? ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାକୁ ନେଇ ଗାଁରେ  ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର