ଅନୁକୂଳ ହେଲା ରଥ ନିର୍ମାଣ, ଶାଢୀ ବନ୍ଧାଇଲେ ରଥ ନିର୍ମାଣକାରୀ ସେବକ
ପୁରୀ: ଆସନ୍ତା ଜୁନ୍ ୨୭ ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ଅପରାହ୍ନ ୫ଟା ୩୫ରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲା। ଅନୁକୂଳ ପାଇଁ ରଖାଯାଇଥିବା କାଠରେ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଏହି ଅବସରରେ ରଥ ନିର୍ମାଣରେ ନିୟୋଜିତ ସେବକଙ୍କର ଶାଢୀ ବନ୍ଧା ଯାଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା […]
ପୁରୀ: ଆସନ୍ତା ଜୁନ୍ ୨୭ ତାରିଖରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀଜୀଉଙ୍କ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ଅପରାହ୍ନ ୫ଟା ୩୫ରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଶ୍ରୀନଅର ସମ୍ମୁଖରେ ପହଞ୍ଚିଥିଲା। ଅନୁକୂଳ ପାଇଁ ରଖାଯାଇଥିବା କାଠରେ ଆଜ୍ଞାମାଳ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା। ଏହି ଅବସରରେ ରଥ ନିର୍ମାଣରେ ନିୟୋଜିତ ସେବକଙ୍କର ଶାଢୀ ବନ୍ଧା ଯାଇଥିଲା।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ସ୍ନାନ କରାଯାଇ ରଖାଯାଇଥିଲା। ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ଅପରାହ୍ନରେ ରଥଖଳାରେ ବନଯାଗର ସଂକ୍ଷିପ୍ତ ପଦ୍ଧତିରେ ରଥକାଠ ଅନୁକୂଳ ନୀତି କରିଥିଲେ। ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ହୋମରେ ଅଗ୍ନି ସ୍ଥାପନା କରାଯାଇଥିଲା। ନୃସିଂହ ମନ୍ତ୍ରରେ ଆହୁତି ଦିଆଯାଇଥିଲା। ଏହାପରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ନୂତନ ଭାବେ ଅଣାଯାଇଥିବା ତିନୋଟି କୁରାଢି ଅଭିମନ୍ତ୍ରିତ କରି ପୂଜା କରାଯାଇଥିଲା। ରାଜ ପ୍ରତିନିଧି ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ, ଆଚାର୍ଯ୍ୟ ଭାବେ ଦେଉଳ ପୁରୋହିତ ସିଦେ୍ଧଶ୍ୱର ମହାପାତ୍ର ପ୍ରମୁଖ ଏଥିରେ ସାମିଲ ଥିଲେ। ସେପଟେ ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣ ଦୁଇ ଦେବଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ କରାଇଥିଲେ। ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଣିବିମାନରେ ବିଜେ କରାଇଥିଲେ। ଏହାପରେ ମାଳଫୁଲ ଲାଗି ବିଜେ କାହାଳୀ ବାଜିଥିଲା। ତିନିଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ତିନିଗୋଟା ଆଜ୍ଞାମାଳ ନେଇ ପାଲିଙ୍କି ଓ ବିମାନ ଆଗେ ଆଗେ ରଥଖଳାକୁ ଯାଇଥିଲେ। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ଶୋଭାଯାତ୍ରାରେ ପାଲିଙ୍କି ଓ ବିମାନରେ ଠାକୁରଙ୍କୁ ନେଇ ସିଂହଦ୍ୱାର ଦେଇ ବଡ଼ଦାଣ୍ଡକୁ ଓହ୍ଲାଇ ରଥଖଳାରେ ପହଞ୍ଚିଥିଲେ। ଠାକୁରଙ୍କ ପଛେ ପଛେ ବିମାନରେ ପଞ୍ଚ ମହାଦେବ ଆସିଥିଲେ। ଏହାପରେ ତିନିଠାକୁରଙ୍କ ତିନିଗୋଟା ଆଜ୍ଞାମାଳ ୩ ଖଣ୍ଡ କାଠରେ ବିଜେ କରାଯାଇଥିଲା। ଦେଉଳ ପୁରୋହିତ ପୂଜା ହୋଇଥିବା ସୁନା କୁରାଢିରେ ସ୍ପର୍ଶ କରି ରଥ ନିର୍ମାଣ ଅନୁକୂଳ କରିଥିଲେ।
ଏହି ଅବସରରେ ରଥକାର୍ଯ୍ୟ ନିମନ୍ତେ ବିଶ୍ୱକର୍ମାମାନଙ୍କୁ ବରଣ କରାଯାଇଥିଲା। ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ରଥ ନିର୍ମାଣ ସହିତ ସମ୍ପୃକ୍ତ ବିଶ୍ୱକର୍ମାଙ୍କୁ ଶାଢି ବାନ୍ଧିଥିଲେ। ତିନିବାଡର ମୁଖ୍ୟ ବିଶ୍ୱକର୍ମା ନନ୍ଦିଘୋଷ ରଥର ବିଜୟ କୁମାର ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ନରସିଂହ ମହାପାତ୍ର, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନାରାୟଣ ମହାରଣାଙ୍କ ସମେତ ୮ ଜଣ ମହାରଣା ଶାଢୀ ବନ୍ଧାଇଥିଲେ। ସେହିପରି ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ରୂପକାର ସେବକ ପ୍ରମୁଖ ଶାଢି ବନ୍ଧାଇଥିଲେ। ଶ୍ରୀମନ୍ଦିରରୁ ଆସିଥିବା ତିନି ଆଜ୍ଞାମାଳ ରଥକାଠରେ ଲାଗି ହେବା ପରେ ତିନିବାଡ଼ର ବିଶ୍ୱକର୍ମା ଉକ୍ତ ଆଜ୍ଞାମାଳକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଚର୍ଚ୍ଚିକା ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। ରଥ ନିର୍ମାଣ ଅନୁକୂଳ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍ପି ବିନୀତ୍ ଅଗ୍ରୱାଲଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଥାଉ କି, ବୁଧବାର ପୂଜା ହୋଇଥିବା ତିନିଖଣ୍ଡ ଧଉରା କାଠରେ ନୃସିଂହ ଚତୁର୍ଦ୍ଦଶୀ ଦିନ ରଥର କଣଗୁଜ ଅନୁକୂଳ ହେବ। ରୂପକାର ସେବକମାନେ କଣଗୁଜ ତଥା ନୃସିଂହ ଗୁଜ ନିର୍ମାଣ କରିବେ।