ମନୋରଞ୍ଜନ
ଓଡ଼ିଶା
ବିବାଦକୁ ନେଇ ସ୍ପଷ୍ଟୀକରଣ ରଖିଲେ ହେମାମାଳିନୀ, ‘ମୁଁ ସନାତନୀ, ହିନ୍ଦୁ ଧର୍ମର ନୀତି ନିୟମ ପାଳନ କରୁଛି’
ପୁରୀ: ବଲିଉଡ୍ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଡ୍ରିମ ଗାର୍ଲ। ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ହେମାମାଳିନୀ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ହେମାମାଳିନୀ ଜଣାଇଛନ୍ତି ଯେ, ‘ମୁଁ ସନାତନୀ ହିନ୍ଦୁ ଧର୍ମରେ ଅଛି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛି। ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ […]
ପୁରୀ: ବଲିଉଡ୍ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଡ୍ରିମ ଗାର୍ଲ। ବିବାଦକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଇ-ମେଲ୍ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ହେମାମାଳିନୀ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ହେମାମାଳିନୀ ଜଣାଇଛନ୍ତି ଯେ, ‘ମୁଁ ସନାତନୀ ହିନ୍ଦୁ ଧର୍ମରେ ଅଛି ଏବଂ ସମସ୍ତ ନୀତି ନିୟମକୁ ପାଳନ କରୁଛି। ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଅନେକଥର ଆସିଛି। ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ସହିତ ମନ୍ଦିରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି’ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି। ସୂଚନାଥାଉ କି, ହେମାମାଳିନୀ ଅଣହିନ୍ଦୁ ହୋଇ କିଭଳି ଶ୍ରୀମନ୍ଦିରରେ ପ୍ରବେଶ କଲେ ସେ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦିଆଯାଇଥିଲା। ପବିତ୍ର ହୋଲି ଉତ୍ସବ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ହୋଲି ମନାଇଥିଲେ ହେମାମାଳିନୀ।