ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ସକାଳ ୮ରୁ ସାଢେ଼ ୯ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ

The Sakala Picture
Published On

ପୁରୀ: ଆସନ୍ତା ୧୪ ତାରିଖରେ ଦୋଳ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଦାରୁବିଗ୍ରହ ଏହି ଦୁର୍ଲଭ ବେଶରେ ସଜେଇ ହେବେ। ତେଣୁ ଦୋଳପୂର୍ଣ୍ଣିମା ଏବଂ ଏହା ପୂର୍ବଦିନ ହେବାକୁ ଥିବା ମେଣ୍ଢାପୋଡ଼ି ନୀତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିଲାଗି ଗୁରୁବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର […]

ପୁରୀ: ଆସନ୍ତା ୧୪ ତାରିଖରେ ଦୋଳ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ଦାରୁବିଗ୍ରହ ଏହି ଦୁର୍ଲଭ ବେଶରେ ସଜେଇ ହେବେ। ତେଣୁ ଦୋଳପୂର୍ଣ୍ଣିମା ଏବଂ ଏହା ପୂର୍ବଦିନ ହେବାକୁ ଥିବା ମେଣ୍ଢାପୋଡ଼ି ନୀତି କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିଲାଗି ଗୁରୁବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମାର୍ଚ୍ଚ ୧୩ ତାରିଖରେ ମେଣ୍ଢାପୋଡ଼ି ନୀତିକୁ ସଅଳ ସାରି ରାତି ୧୨ଟାରେ ରାତ୍ର ପହୁଡ଼ କରାଯିବ। ରାତ୍ର ୩ଟାରେ ଦ୍ୱାର ଫିଟାଯାଇ ଅନ୍ୟାନ୍ୟ ନୀତି ଚାଲିବ। ୧୪ ତାରିଖ ପୂର୍ବାହ୍ନ ୧୦ଟାରେ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିବେ। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବେଢ଼ା ପରିକ୍ରମା କରିସାରିବା ପରେ ଦୋଳବେଦୀକୁ ବିଜେ କରିବେ। ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ସରିବା ପରେ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଭୋଗମଣ୍ଡପ ଶେଷ ହେବ। ରାତ୍ର ୯ଟାରେ ଦୋଳବେଦୀ ନୀତି ସାରି ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୩୫ରୁ ୧୨ଟା ମଧ୍ୟରେ ଦାରୁବିଗ୍ରହଙ୍କ ସୁନାବେଶ ମଇଲମ ବା ଓଲାଗି କରାଯିବ। ଏହାପରେ ଅନ୍ୟ ନୀତି ସମ୍ପନ୍ନ ହୋଇ ରାତ୍ର ୩ଟା ୪୫ରେ ରାତ୍ର ପହୁଡ଼ ହେବା ଲାଗି ନୀତି ନିର୍ଘଣ୍ଟ ହୋଇଛି।

ସେହିପରି ବୈଠକରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ନେଇ ଆଲୋଚନା କରାଯାଇଛି। ନିର୍ଘଣ୍ଟ ସମୟରେ ନୀତିକାନ୍ତି ଚାଲିଲେ, ଦର୍ଶନ ବ୍ୟବସ୍ଥା ବି ଶୃଙ୍ଖଳିତ ହେବ। ତେଣୁ ଏହା ଉପରେ ଗୁରୁତ୍ୱ ଦେବାକୁ ସବୁ ନିଯୋଗଙ୍କୁ ଅବଗତ କରାଯାଇଛି। ଦୈନନ୍ଦିନ ନୀତିକାନ୍ତି ହେଉ ବା ସ୍ୱତନ୍ତ୍ର ପର୍ବପର୍ବାଣି ପାଇଁ ଯେଉଁ ସମୟ ନିର୍ଘଣ୍ଟ କରାଯାଉଛି, ସେହି ସମୟରେ ନୀତି ସମ୍ପନ୍ନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି।

ବୈଠକରେ ଏସ୍‌ପି ବିନିତ ଅଗ୍ରୱାଲ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ଓ ବରିଷ୍ଠ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ।

07 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର