୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା !

The Sakala Picture
Published On

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । କରୋନା କଟକଣା ପାଇଁ ବିମାନବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ କାମ ଆରମ୍ଭ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡା […]

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । କରୋନା କଟକଣା ପାଇଁ ବିମାନବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ କାମ ଆରମ୍ଭ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡା ପାଇଁ ଯୋଗାଯୋଗ କରିଛୁ,ସମସ୍ତ ଅବିଭକ୍ତ ଜିଲ୍ଳାରେ ଏୟାରଷ୍ଟ୍ରିପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ଅନୁଯାୟୀ, ପୁରୀରେ ବିମାନବନ୍ଦର ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହାପରେପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଥିଲା। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଥିଲେ। ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ବୁଲି ଦେଖିଥିଲେ। ଏହାସହ ବାଲୁଖଣ୍ତ ଅଞ୍ଚଳର ଦୁଇଟି ଜାଗା ପରିଦର୍ଶନ କରିଥିଲେ।  ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ ଏହି ବୈଷୟ ଟିମ । ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଥିଲା।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

04 Jul 2021 By The Sakala

୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । କରୋନା କଟକଣା ପାଇଁ ବିମାନବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ କାମ ଆରମ୍ଭ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡା ପାଇଁ ଯୋଗାଯୋଗ କରିଛୁ,ସମସ୍ତ ଅବିଭକ୍ତ ଜିଲ୍ଳାରେ ଏୟାରଷ୍ଟ୍ରିପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ପୁରୀରେ ବିମାନବନ୍ଦର ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହାପରେପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଥିଲା। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଥିଲେ। ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ବୁଲି ଦେଖିଥିଲେ। ଏହାସହ ବାଲୁଖଣ୍ତ ଅଞ୍ଚଳର ଦୁଇଟି ଜାଗା ପରିଦର୍ଶନ କରିଥିଲେ।  ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ ଏହି ବୈଷୟ ଟିମ । ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର