ଆଜି ଆଡପ ମଣ୍ଡପରେ ମହାପ୍ରଭୁଙ୍କ ନବମୀ ସନ୍ଧ୍ୟା ଦର୍ଶନ, ଦିବ୍ୟ କୃପା ଲାଭର ମହାର୍ଘ ଅବସର
ପୁରୀ: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡପମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଏବଂ ଆସିବା ଦୁଇଦିନକୁ ଛାଡି ଏକସପ୍ତାହ ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ଆଡପମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡପ ମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତମାନେ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ […]
ପୁରୀ: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡପମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଏବଂ ଆସିବା ଦୁଇଦିନକୁ ଛାଡି ଏକସପ୍ତାହ ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହ ଆଡପମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡପ ମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତମାନେ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ କରିବା ଅପେକ୍ଷା ରାତିରେ ଦର୍ଶନ କଲେ ଦଶଗୁଣ ଫଳପ୍ରାପ୍ତି ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶୁକ୍ରବାର ହେଉଛି ଏହି ମହାର୍ଘ ଅବସର।
ସନ୍ଧ୍ୟା ଦର୍ଶନର ବିଶେଷ ମହତ୍ତ୍ୱ ରହିଛି। ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ସନ୍ଧ୍ୟା କାଳ ହେଉଛି ଭଗବାନଙ୍କୁ ଉପାସନା କରିବାର ପ୍ରକୃଷ୍ଟ ସମୟ। ବୈଦିକ ପରମ୍ପରା ଅନୁଯାୟୀ, ଆର୍ଯ୍ୟ ଋଷିଗଣ ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ଆଡପ ମଣ୍ଡପରେ ଏକସପ୍ତାହ ଧରି ଠାକୁରମାନେ ଅବସ୍ଥାନ କରୁଥିବା ସମୟରେ ପ୍ରତିଦିନ ସନ୍ଧ୍ୟା ଆସୁଥିଲେ ମଧ୍ୟ ନବମୀ ସନ୍ଧ୍ୟାର ବିଶେଷ ଗୁରୁତ୍ୱ ରହିଛି। ଏହି ସନ୍ଧ୍ୟା ହେଉଛି ଦାରୁବିଗ୍ରହମାନଙ୍କର ଆଡପମଣ୍ଡପ ଅବସ୍ଥାନର ଅନ୍ତିମ ସନ୍ଧ୍ୟା। ଏହି ଅନ୍ତିମ ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ ପ୍ରିୟ ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କୁ ଭାବ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ମହାପ୍ରଭୁ। ସ୍କନ୍ଦ ପୁରାଣରେ କୁହାଯାଇଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଆଡପମଣ୍ଡପରେ ଯେଉଁ ସାତଦିନ ଅବସ୍ଥାନ କରନ୍ତି ସେହି ସମୟରେ ପୂର୍ବ ଦିବସର କାର୍ଯ୍ୟଠାରୁ ପରଦିବସର କାର୍ଯ୍ୟ ଉତ୍ତରୋତ୍ତର ଶ୍ରେୟସ୍କର। ତଦନୁଯାୟୀ, ଆଡପମଣ୍ଡପରେ ମହାପ୍ରଭୁଙ୍କ ଅବସ୍ଥାନର ପ୍ରଥମ ଦିବସଠାରୁ କ୍ରମରେ ଅନ୍ତିମ ଦିବସ ପର୍ଯ୍ୟନ୍ତ ଉପାସନା ଉତ୍ତରତ୍ତୋର ଶ୍ରେୟସ୍କର। ଏଣୁ ଅନ୍ତିମ ଦିବସରେ ଅନୁଷ୍ଠିତ ନବମୀ ସନ୍ଧ୍ୟା ଦର୍ଶନ ବାସ୍ତବିକ ବିଶେଷ ମହତ୍ତ୍ୱ ବହନ କରିଥାଏ। ଏହିଦିନ ବହୁସଂଖ୍ୟାରେ ଭକ୍ତ ସନ୍ଧ୍ୟା କାଳରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଭକ୍ତିର ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସାରି ବ୍ରହ୍ମଣମାନଙ୍କୁ ଶ୍ରୀମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ଜନ୍ମଭୂମିରେ ପ୍ରିୟ ଭକ୍ତଗଣଙ୍କୁ ଶେଷ ସନ୍ଧ୍ୟାରେ ଦର୍ଶନ ଦେଇ ସମସ୍ତ ମନୋବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଷାଢ ଶୁକ୍ଳ ନବମୀ ସନ୍ଧ୍ୟା ଦର୍ଶନ ହେଉଛି ପରମ କୃପାମୟ ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଦିବ୍ୟ କୃପା ଲାଭ କରିବାର ଏକ ମହାର୍ଘ ଅବସର।
ତେବେ ଏହି ନବମୀ ସନ୍ଧ୍ୟା ଦର୍ଶନସ କାଳୁ ସକାଳୁ ଶ୍ରଦ୍ଧାଳୁମାନେ କରିବେ। ପ୍ରାୟ ଲକ୍ଷାଧିକ ଭକ୍ତ ସନ୍ଧ୍ୟା ଦର୍ଶନ କରିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି। ତେବେ ଶ୍ରଦ୍ଧାଳୁମାନେ ଅପରାହ୍ନ ୪ଟା ପର୍ଯ୍ୟନ୍ତ କରିବେ। ଏହାପରେ ଦର୍ଶନ ବନ୍ଦ ହୋଇ ବାହୁଡ଼ା ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ। ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ହୋଇଥିବା ବ୍ୟାରିକେଡ ସମ୍ପ୍ରସାରଣ କରାଯିବ। ଜିକ୍ଜାକ ବ୍ୟାରିକେଡରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ମନ୍ଦିରକୁ ପ୍ରବେଶ କରିବେ। ତେବେ ଗହଳି ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଉପରେ ଜଳ ସିଞ୍ଚନ କରାଯିବ।
ତେବେ ସନ୍ଧ୍ୟା ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ ହେବ ସେ ନେଇ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡ. କନୱର ବିଶାଲ ସିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବ। ସନ୍ଧ୍ୟା ଦର୍ଶନ ପରେ ରାତିରେ ସେନାପଟା ଲାଗି, ବାହୁଟ କଣ୍ଟ, କୁସୁମୀ ଲାଗି ପରି ସ୍ୱତନ୍ତ୍ର ନୀତି ହେବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।
ତେବେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତି ୪ଟା ୩୦, ମଇଲମ-ତଡ଼ପଲାଗି ଭୋର ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ ୮ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦, ମଇଲମ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆ ଲୁଗାଲାଗି ଓ ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତି ଅପରାହ୍ନ ୫ଟା, ସନ୍ଧ୍ୟା ଧୂପ ୫ଟା ୩୦ରୁ ସନ୍ଧ୍ୟା ୭ଟା, ତୃତୀୟ ଭୋଗମଣ୍ଡପ ୫ଟା ୪୫ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନଲାଗି ୮ଟା ୩୦, ବଡ଼ସିଂହାର ବେଶ ୯ଟା, ବଡ଼ସିଂହାର ଭୋଗ ୯ଟା ୩୦, ପହୁଡ଼ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟକଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ରାତି ୨ଟା ୩୦ରୁ ୪ଟା।