ସରିଲା ଅଣସର: ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି

The Sakala Picture
Published On

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। ଏପଟେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ରଥ ନିର୍ମାଣ। ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ […]

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। ଏପଟେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ରଥ ନିର୍ମାଣ। ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ ତିନିରଥ। ଶୁକ୍ରବାର ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିଲେ ଦାରୁଦିଅଁ। ଜ୍ୱରରେ ପୀଡ଼ିତ ଠାକୁରଙ୍କ ଅଣସର ଘରେ ଉପଚାର ଚାଲିଥିଲା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରିଥିଲେ। ଫୁଲୁରୀ ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ବୁଧବାର ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼଼ିବ। ପଟି ଠାକୁର ମଣ୍ଡଳୀ ଘରକୁ ଏବଂ ଅନ୍ୟ ୭ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ସକାଳ ୮ଟାରେ ଅଣସର ତାଟି ଫିଟିବ। ସକାଳ ୮ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଚାଲିବ। ପରିମାଣିକ ଟିକଟ୍‍ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ମଙ୍ଗଳବାର ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ଟିକଟ୍‍ ବିକ୍ରି କରାଯାଇଛି। ପରିମାଣିକ ଟିକଟ୍‍ଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସାହାଣମେଲା ଦର୍ଶନ ସରିବା ପରେ ଧୂଆ ହୋଇ ଚୂନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼଼ିବା ପରେ ନେତ୍ରୋତ୍ସବ ବନ୍ଦାପନା ହେବ। ଏହାସହିତ ଅନ୍ୟାନ୍ୟ ନୀତି ବଢ଼଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ। ରାତି ୯ଟା ୫୦ରେ ସନ୍ଧ୍ୟା ଆଳତି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ରାତି ସାଢ଼େ ୧ଟାରୁ ବନକଲାଗି ପାଇଁ ଦତ୍ତମହାପାତ୍ର ସେବକ ଭିତରକୁ ପ୍ରବେଶ କରିବେ। ଏହି ନୀତି ସରୁ ସରୁ ଗୁରୁବାର ହୋଇଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଅନ୍ୟପକ୍ଷରେ ଘୋଷଯାତ୍ରା ଆଉ ତିନିଦିନ ରହିଥିବାବେଳେ ପୁରୀକୁ ଭକ୍ତଙ୍କ ଆଗମନ ବଢ଼ୁଛି। ପ୍ରବଳ ଖରା ସତ୍ତ୍ବେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି। ଯେହେତୁ ଦୁଇବର୍ଷ ପରେ ପ୍ରତ୍ୟକ୍ଷ ଭାବେ ରଥଯାତ୍ରା ଦେଖିବା ପାଇଁ ସୁଯୋଗ ମିଳିଛି, ତେଣୁ ଏଥର ଅଧିକ ଭିଡ଼ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ଏହି ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଉଭାଯାତ୍ରା ଦିନ ମିଳିବ ଦର୍ଶନ
ଗୁରୁବାର ଉଭାଯାତ୍ରା। ଏହିଦିନ ରଥକୁ ଆଜ୍ଞାମାଳ ବିଜେ କରାଯିବ। ତେବେ ଉଭାଯାତ୍ରା ଦିନ ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ। ଏଥିପାଇଁ ସ୍ୱତନ୍ତ୍ର ଦର୍ଶନ ସମୟ ନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଗୁରୁବାର ଉଭାଯାତ୍ରା ଦିନ ଭୋର୍‍ ୪ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ, ମଧ୍ୟାହ୍ନ ସାଢ଼େ ୧୨ରୁ ଅପରାହ୍ଣ ସାଢ଼େ ୧ଟା, ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳିପାରିବ। ସେହିପରି ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ସାଢ଼େ ୧ରୁ ସାଢ଼େ ୩ଟା ଯାଏ ଦର୍ଶନ ବନ୍ଦ ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ଲାଗି ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

29 Jun 2022 By The Sakala

ସରିଲା ଅଣସର: ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ୧୫ ଦିନର ଅଣସର। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ବୁଧବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ଦାରୁବିଗ୍ରହ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତି। ଏହିଦିନ ନେତ୍ରୋତ୍ସବ ମଧ୍ୟ ରହିଛି। ଏପଟେ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ରଥ ନିର୍ମାଣ। ଗୁରୁବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିବ ତିନିରଥ। ଶୁକ୍ରବାର ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ।

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିଲେ ଦାରୁଦିଅଁ। ଜ୍ୱରରେ ପୀଡ଼ିତ ଠାକୁରଙ୍କ ଅଣସର ଘରେ ଉପଚାର ଚାଲିଥିଲା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଗୁପ୍ତସେବା କରିଥିଲେ। ଫୁଲୁରୀ ତେଲ, ଓଷୁଅ ଲାଗି ସହ ଦଶମୂଳ ମୋଦକ ସେବନ ପରେ ଏବେ ସୁସ୍ଥ ହୋଇଯାଇଛନ୍ତି ଦାରୁବିଗ୍ରହ। ବୁଧବାର ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼଼ିବ। ପଟି ଠାକୁର ମଣ୍ଡଳୀ ଘରକୁ ଏବଂ ଅନ୍ୟ ୭ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ସକାଳ ୮ଟାରେ ଅଣସର ତାଟି ଫିଟିବ। ସକାଳ ୮ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଚାଲିବ। ପରିମାଣିକ ଟିକଟ୍‍ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ମଙ୍ଗଳବାର ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ଟିକଟ୍‍ ବିକ୍ରି କରାଯାଇଛି। ପରିମାଣିକ ଟିକଟ୍‍ଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସାହାଣମେଲା ଦର୍ଶନ ସରିବା ପରେ ଧୂଆ ହୋଇ ଚୂନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼଼ିବା ପରେ ନେତ୍ରୋତ୍ସବ ବନ୍ଦାପନା ହେବ। ଏହାସହିତ ଅନ୍ୟାନ୍ୟ ନୀତି ବଢ଼଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ। ରାତି ୯ଟା ୫୦ରେ ସନ୍ଧ୍ୟା ଆଳତି ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ରାତି ସାଢ଼େ ୧ଟାରୁ ବନକଲାଗି ପାଇଁ ଦତ୍ତମହାପାତ୍ର ସେବକ ଭିତରକୁ ପ୍ରବେଶ କରିବେ। ଏହି ନୀତି ସରୁ ସରୁ ଗୁରୁବାର ହୋଇଯିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ଅନ୍ୟପକ୍ଷରେ ଘୋଷଯାତ୍ରା ଆଉ ତିନିଦିନ ରହିଥିବାବେଳେ ପୁରୀକୁ ଭକ୍ତଙ୍କ ଆଗମନ ବଢ଼ୁଛି। ପ୍ରବଳ ଖରା ସତ୍ତ୍ବେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସୁଥିବା ଦେଖିବାକୁ ମିଳିଛି। ଯେହେତୁ ଦୁଇବର୍ଷ ପରେ ପ୍ରତ୍ୟକ୍ଷ ଭାବେ ରଥଯାତ୍ରା ଦେଖିବା ପାଇଁ ସୁଯୋଗ ମିଳିଛି, ତେଣୁ ଏଥର ଅଧିକ ଭିଡ଼ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ଏହି ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଉଭାଯାତ୍ରା ଦିନ ମିଳିବ ଦର୍ଶନ
ଗୁରୁବାର ଉଭାଯାତ୍ରା। ଏହିଦିନ ରଥକୁ ଆଜ୍ଞାମାଳ ବିଜେ କରାଯିବ। ତେବେ ଉଭାଯାତ୍ରା ଦିନ ମହାପ୍ରଭୁଙ୍କ ଦର୍ଶନ ମିଳିପାରିବ। ଏଥିପାଇଁ ସ୍ୱତନ୍ତ୍ର ଦର୍ଶନ ସମୟ ନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଗୁରୁବାର ଉଭାଯାତ୍ରା ଦିନ ଭୋର୍‍ ୪ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ, ମଧ୍ୟାହ୍ନ ସାଢ଼େ ୧୨ରୁ ଅପରାହ୍ଣ ସାଢ଼େ ୧ଟା, ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳିପାରିବ। ସେହିପରି ସକାଳ ୬ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ସାଢ଼େ ୧ରୁ ସାଢ଼େ ୩ଟା ଯାଏ ଦର୍ଶନ ବନ୍ଦ ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ସକାଶେ ପ୍ରସ୍ତୁତି ଲାଗି ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

https://www.thesakala.in/latest-odisha-news/puri/naba-jaubana-darshan-at-srimandir-today/article-12870
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର