ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ଦେଇପାରିଲେନି, ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ
ପୁରୀ: ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ । ଆକ୍ସନ ମୋଡ୍ରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ । ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ଦେଇନପାରିବାରୁ ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବା ଓ ହଠାତ୍ ଏକ ସାପ କାମଡ଼ିଲେ କିପରି ପ୍ରାଥମିକ ଚିକିତ୍ସା ହୋଇପାରିବ ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
ବଜ୍ରପାତ ସଚେତନ ଲାଗି ପ୍ରତ୍ୟେକ ବିଦ୍ୟାଳୟକୁ ୨ ହଜାର ଟଙ୍କା ଓ ସାପକାମୁଡ଼ା ସଚେତନତା ପାଇଁ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ୨୦୨୫ ମସିହା ଅତିକ୍ରମ କରାଯାଇଥିଲେ ସୁଦ୍ଧା ଜିଲ୍ଲାରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମରେ କରିଥିବା ଖର୍ଚ୍ଚର ହିସାବ(ୟୁସି)ଦେଇନଥିବା ୩୮ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି ।





