ଆଜିଠୁ ବିଏମସିରେ ଜନ ଅଭିଯୋଗ ଶୁଣାଣି, ନିଜେ କମିଶନର ଶୁଣିବେ ଜନତାଙ୍କ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ଅଭିଯୋଗ ଶୁଣାଣି। ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ ଶୁଣାଣି ସମୟରେ ବିଏମସିର ସମସ୍ତ ଅଧିକାରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ। ତେଣୁ ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ ସେହି […]

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ଅଭିଯୋଗ ଶୁଣାଣି। ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ ଶୁଣାଣି ସମୟରେ ବିଏମସିର ସମସ୍ତ ଅଧିକାରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ। ତେଣୁ ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ ସେହି ଅଧିକାରୀଙ୍କୁ ୪ଦିନ ସମୟ ଦିଆଯିବ ଏହାର ସମାଧାନ ପାଇଁ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ପ୍ରତି ସୋମବରେ ଅଭିଯୋଗ ଶୁଣାଣି କରାଯିବା ରେ ଶନିବାର ଦିନ ଅଭିଯୋଗ ଉପରେ କଣ ପଦକ୍ଷେପ ନେଇଛନ୍ତି ଅଧିକାରୀ ତାର ସମୀକ୍ଷା କରିବେ କମିଶନର। ପୂର୍ବରୁ ମଧ୍ଯ ଅଭିଯୋଗ ହେଉଥିଲା । କିନ୍ତୁ ମାଧ୍ଯମ ଥିଲା ଅନଲାଇନ୍, ୧୯୨୯ ଓ ସୋସିଆଲ ମିଡିଆ। କିନ୍ତୁ ଏଥିରେ ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଲେ। ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି ବିଏମସି କମିଶନର। ତେବେ ଏହି ଜନଶୁଣାଣି ମାଧ୍ୟମରେ ବିଏମସି ଲୋକଙ୍କ ନିକଟତର ହୋଇପାରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

04 Jul 2022 By The Sakala

ଆଜିଠୁ ବିଏମସିରେ ଜନ ଅଭିଯୋଗ ଶୁଣାଣି, ନିଜେ କମିଶନର ଶୁଣିବେ ଜନତାଙ୍କ ଅଭିଯୋଗ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ଅଭିଯୋଗ ଶୁଣାଣି। ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ ଶୁଣାଣି ସମୟରେ ବିଏମସିର ସମସ୍ତ ଅଧିକାରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ। ତେଣୁ ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ ସେହି ଅଧିକାରୀଙ୍କୁ ୪ଦିନ ସମୟ ଦିଆଯିବ ଏହାର ସମାଧାନ ପାଇଁ।

ପ୍ରତି ସୋମବରେ ଅଭିଯୋଗ ଶୁଣାଣି କରାଯିବା ରେ ଶନିବାର ଦିନ ଅଭିଯୋଗ ଉପରେ କଣ ପଦକ୍ଷେପ ନେଇଛନ୍ତି ଅଧିକାରୀ ତାର ସମୀକ୍ଷା କରିବେ କମିଶନର। ପୂର୍ବରୁ ମଧ୍ଯ ଅଭିଯୋଗ ହେଉଥିଲା । କିନ୍ତୁ ମାଧ୍ଯମ ଥିଲା ଅନଲାଇନ୍, ୧୯୨୯ ଓ ସୋସିଆଲ ମିଡିଆ। କିନ୍ତୁ ଏଥିରେ ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଲେ। ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି ବିଏମସି କମିଶନର। ତେବେ ଏହି ଜନଶୁଣାଣି ମାଧ୍ୟମରେ ବିଏମସି ଲୋକଙ୍କ ନିକଟତର ହୋଇପାରିବ ବୋଲି କୁହାଯାଉଛି।

https://www.thesakala.in/latest-odisha-news/public-complain-hearing-of-the-bmc-started-from-today/article-13011
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର