ପ୍ରଫେସର ଡା. ଗୌତମ ଶତପଥୀ କଟକ SCB ର ନୂଆ ଅଧୀକ୍ଷକ
ଭୁବନେଶ୍ବର: ପ୍ରଫେସର ଡାକ୍ତର ଗୌତମ ଶତପଥୀଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂଆ ଅଧିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ପ୍ରଫେସର ଶତପଥୀ ଅସ୍ଥିଶଲ୍ୟ ବିଭାଗରେ କାର୍ୟ୍ୟରତ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ […]
ଭୁବନେଶ୍ବର: ପ୍ରଫେସର ଡାକ୍ତର ଗୌତମ ଶତପଥୀଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନୂଆ ଅଧିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ପ୍ରଫେସର ଶତପଥୀ ଅସ୍ଥିଶଲ୍ୟ ବିଭାଗରେ କାର୍ୟ୍ୟରତ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?
ପୂର୍ବରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାମଚଳା ଅଧିକ୍ଷକ ଦାୟିତ୍ୱରେ ଥିଲେ ପ୍ରଫେସର ଡାକ୍ତର ଲୁସି ଦାସ। ପ୍ରଫେସର ଦାସଙ୍କୁ ୨୦୨୪ ଅଗଷ୍ଟ ମାସରେ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବରରୁ ଅଧିକ୍ଷକ ପଦବୀ ଖାଲି ପଡିଥିବା ବେଳେ ରାଜ୍ୟ ସରକାର କେବେ ପୂର୍ଣ୍ଣକାଳୀନ ଅଧିକ୍ଷକ ନିଯୁକ୍ତ କରିବେ ସେ ନେଇ ସତ୍ୟପାଠ ଜରିଆରେ ଜଣାଇବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।






