ଘରୋଇ ବସ୍ ମାଲିକ ସଂଘର ଚେତାବନୀ, ଦାବି ପୂରଣ ନହେଲେ ବନ୍ଦ ହେବ ବସ୍ ସେବା

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି କହିଛି ସଂଘ । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ସଂଘ ସମ୍ପାଦକ । ତେଲ ଦାମ କମ କରିବା ସହ ଟ୍ୟାକ୍ସ କମ କରିବାକୁ ଦାବି କରିଛି ସଂଘ। ରାଜ୍ୟରେ ୧୪ […]

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି କହିଛି ସଂଘ । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ସଂଘ ସମ୍ପାଦକ । ତେଲ ଦାମ କମ କରିବା ସହ ଟ୍ୟାକ୍ସ କମ କରିବାକୁ ଦାବି କରିଛି ସଂଘ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର୍ ଓ ଜଣେ ଫରେଷ୍ଟ ଗାର୍ଡ ନିଲମ୍ବନ

ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ । କରୋନାରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ବସ୍ ଭଡ଼ା ବଢାଉଛି, ସାଧାରଣ ଲୋକଙ୍କୁ ବସ୍ ଭଡ଼ା ବାଧୁଛି । ଡିଜେଲ ଦର ସରକାର କମାନ୍ତୁ, ନଚେତ ବସ୍ ଚଳାଇବା ଅସମ୍ଭବ । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ୍ ସେବା ବନ୍ଦ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

26 Oct 2021 By The Sakala

ଘରୋଇ ବସ୍ ମାଲିକ ସଂଘର ଚେତାବନୀ, ଦାବି ପୂରଣ ନହେଲେ ବନ୍ଦ ହେବ ବସ୍ ସେବା

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି କହିଛି ସଂଘ । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ବୋଲି କହିଛନ୍ତି ସଂଘ ସମ୍ପାଦକ । ତେଲ ଦାମ କମ କରିବା ସହ ଟ୍ୟାକ୍ସ କମ କରିବାକୁ ଦାବି କରିଛି ସଂଘ।

ରାଜ୍ୟରେ ୧୪ ହଜାର ଘରୋଇ ବସ୍ ରହିଛି । କରୋନା କଟକଣା ହଟିବା ପରଠାରୁ ମାତ୍ର ୬୦ ପ୍ରତିଶତ ବସ୍‌ ଚାଲୁଛି । ସବୁ ବସ୍ କ୍ଷତିରେ ଚାଲୁଛି ବୋଲି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ଟିକସ ଛାଡ଼ ସହିତ ଏକ ଲକ୍ଷ ଟଙ୍କା ଲେଖାଏ ଋଣ ଦେବାକୁ ସରକାର କହିଥିଲେ । ଋଣ ଏପର୍ଯ୍ୟନ୍ତ ମିଳିଲା ନାହିଁ । କରୋନାରେ ବସ୍ ସେବା ବନ୍ଦ ଥିବାରୁ ମାଲିକମାନେ ପ୍ରବଳ କ୍ଷତି ସହିଛନ୍ତି । ଡିଜେଲ ଦର ବୃଦ୍ଧି ବସ୍ ଭଡ଼ା ବଢାଉଛି, ସାଧାରଣ ଲୋକଙ୍କୁ ବସ୍ ଭଡ଼ା ବାଧୁଛି । ଡିଜେଲ ଦର ସରକାର କମାନ୍ତୁ, ନଚେତ ବସ୍ ଚଳାଇବା ଅସମ୍ଭବ । ଏ ନେଇ ସରକାରଙ୍କୁ ରାଜ୍ୟ ମାଲିକ ସଂଘ ପକ୍ଷରୁ ଦାବିପତ୍ର ଦିଆଯିବ । ନଭେମ୍ବର ୧୫ ଭିତରେ ଦାବି ପୂରଣ ନହେଲେ ୧୬ ତାରିଖରୁ ବସ୍ ସେବା ବନ୍ଦ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ଚେତାବନୀ ଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର