ଜନ୍ମ ଦିନରେ ନବୀନଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସାମାଜିକ ଗଣମାଧ୍ୟମରେ ଛୁଟୁଛି ଶୁଭେଚ୍ଛାର ସୁଅ

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ନବୀନ ୭୬ ବର୍ଷ ପୂରଣ କରି ୭୭ ବର୍ଷର ପାଦ ଦେଇଛନ୍ତି। ସାଦାସିଧା ଜୀବନଯାପନରେ ବିଶ୍ୱାସ କରୁଥିବା ନବୀନଙ୍କ ପାଇଁ ଆଜି କେବଳ ଆଉ ଏକ ସାଧାରଣ ଦିନଟିଏ ହୋଇଥିବା ବେଳେ ତାଙ୍କ ପାଇଁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।ନବୀନଙ୍କ ଜନ୍ମଦିନକୁ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ଆଜିର ଦିନକୁ […]

ଭୁବନେଶ୍ବର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ନବୀନ ୭୬ ବର୍ଷ ପୂରଣ କରି ୭୭ ବର୍ଷର ପାଦ ଦେଇଛନ୍ତି। ସାଦାସିଧା ଜୀବନଯାପନରେ ବିଶ୍ୱାସ କରୁଥିବା ନବୀନଙ୍କ ପାଇଁ ଆଜି କେବଳ ଆଉ ଏକ ସାଧାରଣ ଦିନଟିଏ ହୋଇଥିବା ବେଳେ ତାଙ୍କ ପାଇଁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ।ନବୀନଙ୍କ ଜନ୍ମଦିନକୁ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ଆଜିର ଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି ଦଳ । ବ୍ୟାପକ ବୃକ୍ଷରୋପଣ ବି କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ଜିଲ୍ଲା ବାଳାଶ୍ରମ ପଡ଼ିଆ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତି ଲଗାଯାଇଛି । ଏହି ଅବସରରେ ଆୟୋଜନ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ।

ଆହୁରି ପଢ଼ନ୍ତୁ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ କୋଣ ଅନୂକୋଣରେ ଜନସାଧାରଣ ବିଭିନ୍ନ ମନ୍ଦିରାର ପୂଜାର୍ଚ୍ଚନା କରିବା ସହ ନବୀନଙ୍କ ଦିର୍ଘାୟୁ କାମନା କରିଛନ୍ତି। ଆଜି ଭୋରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ତଥା 5T ସଚିବ ଭିକେ ପାଣ୍ଡିଆନ୍‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ଵଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଜୀବନ କାମନା କରି ବିଜୁ ଜନତା ଦଳର କର୍ମୀ ଏବଂ ସାଧାରଣ ଜନତା ଦୀପ ଦାନ ମଧ୍ୟ କରିଥିଲେ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ସୋସିଆଲ ମିଡିଆରେ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ। ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନବୀନଙ୍କ ଫୋନ୍‌ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ,ସାଂସଦଙ୍କ ସହ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଟ୍ବିଟ କରି ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।

ଏଥି ସହିତ ନୂଆ ଓଡ଼ିଶାର ରୂପକାର , କଳା ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରୀୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ଉଲ୍ଲେଖ କରି ଟ୍ବିଟ୍ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭା ସାଂସଦ ମାନସ ସଙ୍ଗରାଜ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ବରିଷ୍ଠ, ନେତା ନୁହନ୍ତି ସେ ଜଣେ ଅନୁଷ୍ଠାନ । ସାଢ଼େ ୪କୋଟି ଓଡ଼ିଆଙ୍କ ପ୍ରୀୟ ମୁଖ୍ୟମନ୍ତ୍ରୀ ଯାହାଙ୍କ କାମ ଏବେ ଦେଶ ତଥା ବିଶ୍ବରେ ତାଙ୍କୁ ସ୍ବତନ୍ତ୍ର କରି ଠିଆ କରିଛି ବୋଲି ସସ୍ମିତ ଉଲ୍ଲେଖ କରିଛନ୍ତି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଦୃଢ଼ ନେତୃତ୍ବ ଓ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ଉଦ୍ୟମ ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି ।

ପ୍ରତାପ ଜେନା ମଧ୍ୟ ନବୀନଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଦୀର୍ଘ ଜୀବନ ସହ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଟ୍ବିଟ୍ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରହ୍ଲାଦ ଯୋଶୀ ଏବଂ ଦିଲ୍ଲୀପ ରାୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

16 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର