ଜୟନାରାୟଣଙ୍କ ଭଳି ଜଣେ ଅଭ୍ୟାସଗତ ଅପରାଧୀଙ୍କ ଦୋଷ ଘୋଡାଇବାକୁ ରାଜ୍ୟ ବିଜେପି ଚେଷ୍ଟା କରିବା ନିନ୍ଦନୀୟ- ପ୍ରଣବ ପ୍ରକାଶ ଦାସ
ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀ ଦାସ ଟୁଇଟ୍ କରି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ବିଗତ ଦିନରେ କିଭଳି ଭାବେ ବିଜେପି ରାଜ୍ୟ ସଭାପତିଙ୍କୁ ଜୟନାରାୟଣ ମିଶ୍ର ମାଡ଼ ମାରିଥିଲେ । ଏଥିପାଇଁ ଦଳରୁ […]
ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାକୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀ ଦାସ ଟୁଇଟ୍ କରି ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଣି ଟାର୍ଗେଟ କରିଛନ୍ତି। ବିଗତ ଦିନରେ କିଭଳି ଭାବେ ବିଜେପି ରାଜ୍ୟ ସଭାପତିଙ୍କୁ ଜୟନାରାୟଣ ମିଶ୍ର ମାଡ଼ ମାରିଥିଲେ । ଏଥିପାଇଁ ଦଳରୁ ତାଙ୍କୁ ସସପେଣ୍ଡ କରାଯାଇଥିଲା ସେ ନେଇ ଟ୍ବିଟରେ କହିଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି।
ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା— Pranab Prakash Das (@pranabpdas) February 16, 2023
ସେ ଟ୍ବିଟରେ ଉଲ୍ଲେଖ କରି କହିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ ଆପଣଙ୍କର ମନେ ଥିବ ଆପଣଙ୍କ ଦଳର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ବାବୁ ଅତୀତରେ ଆପଣଙ୍କ ରାଜ୍ୟ ସଭାପତିଙ୍କୁ ଚପଲରେ ନିସ୍ତୁକ ପିଟି ରକ୍ତାକ୍ତ କରି ଦେଇଥିଲେ। ଏଥିପାଇଁ ସେ ଦଳରୁ ୬ ବର୍ଷ ପାଇଁ ସସ୍ପେଣ୍ଡ ବି ହୋଇଥିଲେ । ଗୋଟିଏ ପରେ ଗୋଟିଏ ଅପରାଧ କରି ଚାଲିଥିବା ସେଇ ନେତା କାଲି ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ମାଡ଼ ମାରିଛନ୍ତି। ବିଡ଼ମ୍ବନା ହେଲା, ଯେଉଁ ଜୟନାରାୟଣଙ୍କ ଠାରୁ ଦିନେ ରାଜ୍ୟ ସଭାପତି ମାଡ଼ ଖାଇଥିଲେ, ସେଇ ଜୟନାରାୟଣଙ୍କ ପାଇଁ ଓକିଲାତି କରିବାକୁ ଆଜି ତାଙ୍କୁ ବାଧ୍ୟ କରାଯାଉଛି। ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି। ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ।
ବିଜେପି ଭଳି ଏକ ରାଷ୍ଟ୍ରୀୟ ଦଳର ରାଜ୍ୟ ସଭାପତିଙ୍କୁ ବିରୋଧୀ ଦଳ ନେତା ଯେଭଳି ବ୍ୟବହାର କରୁଛନ୍ତି, ତାହା ଦେଖି ମୋତେ ଦୁଃଖ ଲାଗୁଛି। ଆପଣଙ୍କ ଦଳର ରାଜ୍ୟ ସଭାପତିଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଦୟାକରି ନିରବ ରହନ୍ତୁ ନାହିଁ।
— Pranab Prakash Das (@pranabpdas) February 16, 2023
କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ଗତକାଲି ମଧ୍ଯ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରି କହିଥିଲେ ଯେ, ନାରୀଙ୍କୁ ବିଜେପିର ଏହା କେଉଁ ପ୍ରକାର ସମ୍ମାନ ବୋଲି ପ୍ରଶ୍ନ କରିଥିଲେ। ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏହା ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା। ସମଗ୍ର ରାଜ୍ୟ ଆଜି ଏହି ନିନ୍ଦନୀୟ ଘଟଣାକୁ ଦେଖିଲା। ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବାବେଳେ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କର ଏହା ହେଉଛି ନାରୀଙ୍କ ପ୍ରତି ସମ୍ମାନ।
ଶ୍ରୀ ଦାସ ମଧ୍ୟ ଆହୁରି କହିଥିଲେ ଯେ, ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କ ପ୍ରତି ଏଭଳି ଆଶାଳୀନ ବ୍ୟବହାର ଏବଂ ବର୍ବରୋଚିତ ଶାରୀରିକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଜଣେ ନାରୀ ପ୍ରତି ରାଜ୍ୟର ଜଣେ ବରିଷ୍ଠ ରାଜନେତାଙ୍କର ଏଭଳି ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ। ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ। ବିଜେପିର ଜଣେ ବରିଷ୍ଠ ନେତା ଶ୍ରୀ ମିଶ୍ର ଯେଉଁଭଳି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ସର୍ବସମ୍ମୁଖରେ ଅପମାନିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର କି ଉତ୍ତର ରଖିବେ। ଏପରି ହୀନ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଓଡ଼ିଶାବାସୀ ଶ୍ରୀ ପ୍ରଧାନଙ୍କ ଠାରୁ ଆଶା ରଖୁଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।