ଭୁବନେଶ୍ବରରେ ପାୱାରବ୍ୟାଙ୍କ୍‌ରେ କାଦୁଅ ଭର୍ତ୍ତିକରି ବିକ୍ରି : ୨ ଅଣଓଡ଼ିଆ ମହିଳା ଗିରଫ; ୧୫ ପାୱାର୍‍ ବ୍ୟାଙ୍କ୍‍ ଜବତ

The Sakala Picture
Published On

ଭୁବନେଶ୍ବର : ରାଜଧାନୀ ଏବେ ନକଲି କାରବାରର ଅମରାବତୀ ପାଲଟିଗଲାଣି। କେଉଁଠି ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି ତ ଆଉ କେଉଁଠି ରାଜ୍ୟ ବାହାରରୁ ନକଲି ସାମଗ୍ରୀ ଆସୁଛି। ତେବେ କ୍ୟାପିଟାଲ ଥାନା ଅଞ୍ଚଳରୁ ସାମ୍‍ନାକୁ ଆସିଛି ନୂଆଧରଣର ଠକେଇ। ପାୱାର ବ୍ୟାଙ୍କ୍‍ ଭିତରେ କାଦୁଅ ଭର୍ତ୍ତି କରି ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଛି। ଏହି ଘଟଣାରେ ୨ ଅଣଓଡ଼ିଆ ମହିଳାଙ୍କୁ କ୍ୟାପିଟାଲ୍‍ ଥାନା ପୁଲିସ ଗିରଫ କରିଛି। ଗିରଫ ମହିଳା ମହାରାଷ୍ଟ୍ରର […]

ଭୁବନେଶ୍ବର : ରାଜଧାନୀ ଏବେ ନକଲି କାରବାରର ଅମରାବତୀ ପାଲଟିଗଲାଣି। କେଉଁଠି ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି ତ ଆଉ କେଉଁଠି ରାଜ୍ୟ ବାହାରରୁ ନକଲି ସାମଗ୍ରୀ ଆସୁଛି। ତେବେ କ୍ୟାପିଟାଲ ଥାନା ଅଞ୍ଚଳରୁ ସାମ୍‍ନାକୁ ଆସିଛି ନୂଆଧରଣର ଠକେଇ। ପାୱାର ବ୍ୟାଙ୍କ୍‍ ଭିତରେ କାଦୁଅ ଭର୍ତ୍ତି କରି ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଛି। ଏହି ଘଟଣାରେ ୨ ଅଣଓଡ଼ିଆ ମହିଳାଙ୍କୁ କ୍ୟାପିଟାଲ୍‍ ଥାନା ପୁଲିସ ଗିରଫ କରିଛି। ଗିରଫ ମହିଳା ମହାରାଷ୍ଟ୍ରର ଆଶାସଞ୍ଜୁ ଯାଦବ (୪୦) ଓ ନିର୍ମଳା ଦେବଦାସ ଯାଦବ(୪୫)। ସେମାନଙ୍କ ଠାରୁ ୧୫ଟି ପାୱାର ବ୍ୟାଙ୍କ ଓ ନଗଦ ୧ହଜାର ଟଙ୍କା ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ପୁଲିସର କହିବା ଅନୁସାରେ ଆଜି ଅପରାହ୍ଣରେ ୨ମହିଳା ଆସି ଏସବିଆଇ ମୁଖ୍ୟ ଶାଖା ନିକଟ ୟୁନିଟ୍‍-୧ରେ ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କୁ ୫୦୦ ଟଙ୍କାରେ ପାୱାର ବ୍ୟାଙ୍କ୍‍ କିଣିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟବସାୟୀ ମହିଳାଙ୍କ ଠାରୁ ୧ହଜାର ଟଙ୍କାରେ ଦୁଇଟି ପାୱାର ବ୍ୟାଙ୍କ କିଣିଥିଲେ। ଏହାପରେ ବ୍ୟବସାୟୀ ଜଣକ ସିଲ୍‍ ପ୍ୟାକେଟ୍‍ ଚିରି ପାୱାର ବ୍ୟାଙ୍କ ଦ୍ୱାରା ମୋବାଇଲ ଚାର୍ଜିଂ କରିଥିଲେ ମଧ୍ୟ ଚାର୍ଜ ହୋଇ ନ ଥିଲା। ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ପାୱାର ବ୍ୟାଙ୍କ୍‍ ଖୋଲି ଦେଖିଲା ବେଳକୁ ପାୱାର ବ୍ୟାଙ୍କ ଭିତର ଅଂଶରେ କାଦୁଅ ରହିଛି। ଏମିତିକି କେବଳ ଖୋଳ ଭିତରେ ଓଜନ ଲାଗିବା ପାଇଁ କାଦୁଅ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଏନେଇ ବ୍ୟବସାୟୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାର୍କେଟ ପରିସରରେ ଯାଞ୍ଚ କରି ଉଭୟ ଅଭିଯୁକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ଯାଞ୍ଚ୍‍ରୁ ମହିଳାଙ୍କ ଏକ ବ୍ୟାଗରୁ ୧୫ଟି ପାୱାର ବ୍ୟାଙ୍କ ଠାବ କରାଯାଇଥିଲା। ତେବେ ସମସ୍ତ ପାୱାର ବ୍ୟାଙ୍କ ଖୋଲିବା ପରେ ପ୍ରତ୍ୟେକ ପାୱାର ବ୍ୟାଙ୍କ କାଦୁଅରେ ଭର୍ତ୍ତି ରହିଥିଲା। ପାୱାର ବ୍ୟାଙ୍କ ଭିତରେ ଓଦା କାଦୁଅ ପୂରାଇ କମ୍‍ ମୂଲ୍ୟରେ ବିକ୍ରି କରୁଥିବାର ସେମାନେ ତଦନ୍ତ ବେଳେ ସ୍ୱୀକାର କରିଥିଲେ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କ୍ୟାପିଟାଲ ଥାନା ପୁଲିସ ତନାଘନା କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

11 Jan 2022 By The Sakala

ଭୁବନେଶ୍ବରରେ ପାୱାରବ୍ୟାଙ୍କ୍‌ରେ କାଦୁଅ ଭର୍ତ୍ତିକରି ବିକ୍ରି : ୨ ଅଣଓଡ଼ିଆ ମହିଳା ଗିରଫ; ୧୫ ପାୱାର୍‍ ବ୍ୟାଙ୍କ୍‍ ଜବତ

ଭୁବନେଶ୍ବର : ରାଜଧାନୀ ଏବେ ନକଲି କାରବାରର ଅମରାବତୀ ପାଲଟିଗଲାଣି। କେଉଁଠି ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି ତ ଆଉ କେଉଁଠି ରାଜ୍ୟ ବାହାରରୁ ନକଲି ସାମଗ୍ରୀ ଆସୁଛି। ତେବେ କ୍ୟାପିଟାଲ ଥାନା ଅଞ୍ଚଳରୁ ସାମ୍‍ନାକୁ ଆସିଛି ନୂଆଧରଣର ଠକେଇ। ପାୱାର ବ୍ୟାଙ୍କ୍‍ ଭିତରେ କାଦୁଅ ଭର୍ତ୍ତି କରି ବିକ୍ରି କରୁଥିବା ଏକ ଗ୍ୟାଙ୍ଗ୍‍କୁ ଠାବ କରିଛି। ଏହି ଘଟଣାରେ ୨ ଅଣଓଡ଼ିଆ ମହିଳାଙ୍କୁ କ୍ୟାପିଟାଲ୍‍ ଥାନା ପୁଲିସ ଗିରଫ କରିଛି। ଗିରଫ ମହିଳା ମହାରାଷ୍ଟ୍ରର ଆଶାସଞ୍ଜୁ ଯାଦବ (୪୦) ଓ ନିର୍ମଳା ଦେବଦାସ ଯାଦବ(୪୫)। ସେମାନଙ୍କ ଠାରୁ ୧୫ଟି ପାୱାର ବ୍ୟାଙ୍କ ଓ ନଗଦ ୧ହଜାର ଟଙ୍କା ଜବତ କରାଯାଇଛି।

ପୁଲିସର କହିବା ଅନୁସାରେ ଆଜି ଅପରାହ୍ଣରେ ୨ମହିଳା ଆସି ଏସବିଆଇ ମୁଖ୍ୟ ଶାଖା ନିକଟ ୟୁନିଟ୍‍-୧ରେ ଦୋକାନ କରିଥିବା ଜଣେ ବ୍ୟବସାୟୀଙ୍କୁ ୫୦୦ ଟଙ୍କାରେ ପାୱାର ବ୍ୟାଙ୍କ୍‍ କିଣିବାକୁ ପ୍ରବର୍ତ୍ତାଇଥିଲେ। ବ୍ୟବସାୟୀ ମହିଳାଙ୍କ ଠାରୁ ୧ହଜାର ଟଙ୍କାରେ ଦୁଇଟି ପାୱାର ବ୍ୟାଙ୍କ କିଣିଥିଲେ। ଏହାପରେ ବ୍ୟବସାୟୀ ଜଣକ ସିଲ୍‍ ପ୍ୟାକେଟ୍‍ ଚିରି ପାୱାର ବ୍ୟାଙ୍କ ଦ୍ୱାରା ମୋବାଇଲ ଚାର୍ଜିଂ କରିଥିଲେ ମଧ୍ୟ ଚାର୍ଜ ହୋଇ ନ ଥିଲା। ବ୍ୟବସାୟୀଙ୍କ ସନ୍ଦେହ ହେବାରୁ ପାୱାର ବ୍ୟାଙ୍କ୍‍ ଖୋଲି ଦେଖିଲା ବେଳକୁ ପାୱାର ବ୍ୟାଙ୍କ ଭିତର ଅଂଶରେ କାଦୁଅ ରହିଛି। ଏମିତିକି କେବଳ ଖୋଳ ଭିତରେ ଓଜନ ଲାଗିବା ପାଇଁ କାଦୁଅ ଭର୍ତ୍ତି କରାଯାଇଛି।

ଏନେଇ ବ୍ୟବସାୟୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାର୍କେଟ ପରିସରରେ ଯାଞ୍ଚ କରି ଉଭୟ ଅଭିଯୁକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା। ଯାଞ୍ଚ୍‍ରୁ ମହିଳାଙ୍କ ଏକ ବ୍ୟାଗରୁ ୧୫ଟି ପାୱାର ବ୍ୟାଙ୍କ ଠାବ କରାଯାଇଥିଲା। ତେବେ ସମସ୍ତ ପାୱାର ବ୍ୟାଙ୍କ ଖୋଲିବା ପରେ ପ୍ରତ୍ୟେକ ପାୱାର ବ୍ୟାଙ୍କ କାଦୁଅରେ ଭର୍ତ୍ତି ରହିଥିଲା। ପାୱାର ବ୍ୟାଙ୍କ ଭିତରେ ଓଦା କାଦୁଅ ପୂରାଇ କମ୍‍ ମୂଲ୍ୟରେ ବିକ୍ରି କରୁଥିବାର ସେମାନେ ତଦନ୍ତ ବେଳେ ସ୍ୱୀକାର କରିଥିଲେ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କ୍ୟାପିଟାଲ ଥାନା ପୁଲିସ ତନାଘନା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର