ହକି ବିଶ୍ଵକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

The Sakala Picture
Published On

ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା […]

ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ବିଗତ ୨୦୧୮ ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି। ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ବୈଠକରେ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ସହ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

05 Nov 2022 By The Sakala

ହକି ବିଶ୍ଵକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଚଳିତ ନଭେମ୍ବରରେ ମେକ ଇନ ଓଡିଶା କନକ୍ଳେଭ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି। ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ 5T ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ।

ବିଗତ ୨୦୧୮ ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି। ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ। ବୈଠକରେ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ସହ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର