କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ୍ ଦେଇ ଛାଡିଲା ପୁଲିସ

The Sakala Picture
Published On

ଭୁବନେଶ୍ବର : କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଓ ଗାଳି ଗୁଲଜ କରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ ଦେଇ ଛାଡିଲା ନୟାପଲ୍ଲୀ ଥାନା ପୁଲିସ। ପଡୋଶୀଙ୍କ ଅଭିଯାଗ କ୍ରମେ ଆଜି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ ଡାକି ପଚରାଉଚୁରା କରିଥିଲା। ଦୀର୍ଘ ସମୟ ପଚରା ଉଚୁରା ପରେ ଶନିବାର ସନ୍ଧ୍ୟାରେ କମିଶନରେଟ୍ ପୁଲିସ ବବିଙ୍କୁ ୪୧ ସିଆରିପିରେ  ନୋଟିସ୍ ଦେଇ ଛାଡିଛି। ହେଲେ ନିଜର ଆଚରଣ ବଦଳାଇବାକୁ ଚେତାବନୀ ଦେଇଛି ପୁଲିସ। […]

ଭୁବନେଶ୍ବର : କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଓ ଗାଳି ଗୁଲଜ କରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ ଦେଇ ଛାଡିଲା ନୟାପଲ୍ଲୀ ଥାନା ପୁଲିସ। ପଡୋଶୀଙ୍କ ଅଭିଯାଗ କ୍ରମେ ଆଜି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ ଡାକି ପଚରାଉଚୁରା କରିଥିଲା। ଦୀର୍ଘ ସମୟ ପଚରା ଉଚୁରା ପରେ ଶନିବାର ସନ୍ଧ୍ୟାରେ କମିଶନରେଟ୍ ପୁଲିସ ବବିଙ୍କୁ ୪୧ ସିଆରିପିରେ  ନୋଟିସ୍ ଦେଇ ଛାଡିଛି। ହେଲେ ନିଜର ଆଚରଣ ବଦଳାଇବାକୁ ଚେତାବନୀ ଦେଇଛି ପୁଲିସ। ଏମିତି ଘଟଣା ପୁନର୍ବାର ଦୋହରାଇଲେ ଆକ୍ସନ ନିଆଯିବ ବୋଲି ଅଭିନେତା ବବିଙ୍କୁ ରୋକ୍ ଠୋକ୍ ଜଣାଇ ଦେଇଛନ୍ତି କମିଶନରେଟ୍ ପୁଲିସ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନା ଅନୁସାରେ, ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ପଡୋଶୀ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏତିକିରେ ଅଟକି ନଥିଲେ ବବି ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତପି ମିଶ୍ରଙ୍କୁ ଧମକ ମଧ୍ୟ ଦେଇଥିଲେ। ପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଛନ୍ତି। ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକାଯାଇ ପଚରାଉଚୁରା କରାଯାଉଥିଲା। ପଚରା ଉଚୁରା ପରେ ବବିଙ୍କୁ ପୁଲିସ ନୋଟିସ୍ ଦେବା ସହ ଚେତାବନୀ ଦେଇ ଛାଡିଛି। ଏମିତି ଝାମେଲା ଯେମିତି ପୁନର୍ବାର ନଘଟେ ସତର୍କ କରାଇଛି ପୁଲିସ।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

28 Aug 2021 By The Sakala

କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ୍ ଦେଇ ଛାଡିଲା ପୁଲିସ

ଭୁବନେଶ୍ବର : କାର୍ ପାର୍କିଂକୁ ନେଇ ପଡୋଶୀଙ୍କୁ ମାଡ ମାରିବା ଓ ଗାଳି ଗୁଲଜ କରିବା ଅଭିଯୋଗରେ ଅଭିନେତା ବବି ମିଶ୍ରଙ୍କୁ ନୋଟିସ ଦେଇ ଛାଡିଲା ନୟାପଲ୍ଲୀ ଥାନା ପୁଲିସ। ପଡୋଶୀଙ୍କ ଅଭିଯାଗ କ୍ରମେ ଆଜି ନୟାପଲ୍ଲୀ ଥାନା ପୁଲିସ ଉଭୟଙ୍କୁ ଡାକି ପଚରାଉଚୁରା କରିଥିଲା। ଦୀର୍ଘ ସମୟ ପଚରା ଉଚୁରା ପରେ ଶନିବାର ସନ୍ଧ୍ୟାରେ କମିଶନରେଟ୍ ପୁଲିସ ବବିଙ୍କୁ ୪୧ ସିଆରିପିରେ  ନୋଟିସ୍ ଦେଇ ଛାଡିଛି। ହେଲେ ନିଜର ଆଚରଣ ବଦଳାଇବାକୁ ଚେତାବନୀ ଦେଇଛି ପୁଲିସ। ଏମିତି ଘଟଣା ପୁନର୍ବାର ଦୋହରାଇଲେ ଆକ୍ସନ ନିଆଯିବ ବୋଲି ଅଭିନେତା ବବିଙ୍କୁ ରୋକ୍ ଠୋକ୍ ଜଣାଇ ଦେଇଛନ୍ତି କମିଶନରେଟ୍ ପୁଲିସ।

ସୂଚନା ଅନୁସାରେ, ଗତକାଲି ଗାଡ଼ି ପାର୍କିଂକୁ ନେଇ ବବି ମିଶ୍ରଙ୍କ ସହ ପଡୋଶୀ ତପି ମିଶ୍ରଙ୍କର ଝଗଡ଼ା ହୋଇଥିଲା। ଏହାପରେ ବବି, ତପିଙ୍କୁ ବାଡ଼େଇଥିବା ସହ ଗାଳି ଗୁଲଜ ମଧ୍ୟ କରିଥିଲେ। ଏତିକିରେ ଅଟକି ନଥିଲେ ବବି ଏପରିକି କିଛି ଗ୍ୟାଙ୍ଗଷ୍ଟରଙ୍କ ନାଁ ନେଇ ତପି ମିଶ୍ରଙ୍କୁ ଧମକ ମଧ୍ୟ ଦେଇଥିଲେ। ପିଙ୍କୁ ମାରି ତାଙ୍କ ପତ୍ନୀଙ୍କୁ ବାହା ହେବା ନେଇ ବବି କହିଥିବା ତପି ଅଭିଯୋଗ ଆଣିଛନ୍ତି। ତପିଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଆଜି ବବିଙ୍କୁ ଥାନାକୁ ଡକାଇଥିଲେ। ତପି ମଧ୍ୟ ଥାନାରେ ଉପସ୍ଥିତ ଥିଲେ। ଉଭୟଙ୍କୁ ଆଜି ନୟାପଲ୍ଲୀ ଥାନାକୁ ଡକାଯାଇ ପଚରାଉଚୁରା କରାଯାଉଥିଲା। ପଚରା ଉଚୁରା ପରେ ବବିଙ୍କୁ ପୁଲିସ ନୋଟିସ୍ ଦେବା ସହ ଚେତାବନୀ ଦେଇ ଛାଡିଛି। ଏମିତି ଝାମେଲା ଯେମିତି ପୁନର୍ବାର ନଘଟେ ସତର୍କ କରାଇଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର