କଟକ-ଭୁବନେଶ୍ବରରେ ବଢୁଛନ୍ତି ଅମାନିଆ ଗାଡ଼ିଚାଳକ : ୩ ବର୍ଷରେ ଗଣିଛନ୍ତି ୧୮୬ କୋଟି ଜରିମାନା

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବର ଏବଂ ପୁରୁଣା ରାଜଧାନୀ କଟକରେ ବଢୁଛନ୍ତି ଅମାନିଆ ଗାଡ଼ିଚାଳକ। ବିନା ହେଲମେଟ, ମଦ ପିଇ, ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଓ ଦ୍ରୁତ ବେଗ ଗାଡି ଚାଳନା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସର ଜମିମାନା ଆଦାୟ ବଢିଚାଲିଛି। ଗତ ୩ ବର୍ଷରେ କେବଳ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ […]

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବର ଏବଂ ପୁରୁଣା ରାଜଧାନୀ କଟକରେ ବଢୁଛନ୍ତି ଅମାନିଆ ଗାଡ଼ିଚାଳକ। ବିନା ହେଲମେଟ, ମଦ ପିଇ, ମୋବାଇଲ ଧରି, ବିନା ସିଟବେଲ୍ଟ, ରଙ୍ଗ ରୁଟରେ ଓ ଦ୍ରୁତ ବେଗ ଗାଡି ଚାଳନା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସର ଜମିମାନା ଆଦାୟ ବଢିଚାଲିଛି। ଗତ ୩ ବର୍ଷରେ କେବଳ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ କଟକ-ଚୌଦାର ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଗୃହ ରାଷ୍ଟ୍ରମନ୍ତ୍ରୀ କଟକ-ଭୁବନେଶ୍ବର କମିଶନରେଟ୍‌ ପୁଲିସ ଆଦାୟ କରିଥିବା ଜରିମାନା ବିଷୟରେ କହିଛନ୍ତି ଯେ ଗତ ତିନି ବର୍ଷରେ କେବଳ ଟୁଇନ ସିଟିରେ ବିନା ହେଲମେଟ ଗାଡ଼ି ଚଳାଉଥିବା ସମୟରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ଆଦାୟ ହୋଇଛି ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଫାଇନ । ସେହିପରି ମୋବାଇଲରେ କଥା ହୋଇ ୧୪ହଜାର ୮ଶହ ୬୫ ଜଣ ଚାଳକ ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା ଜରିମାନା ଗଣିଛନ୍ତି । ସେହିପରି ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଆଦାୟ ହୋଇଛି ।

ଆହୁରି ପଢ଼ନ୍ତୁ: କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି । ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି ।

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp