ପିପିଲି ଫଳାଫଳ ‘ପଞ୍ଚାୟତ’ ଲାଗି ପ୍ରି-ଟେଷ୍ଟ; ବିଜୟରୁ ମିଳିବ ଏକାଧିକ ରାଜନୈତିକ ସଂକେତ

The Sakala Picture
Published On

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ସାଧାରଣତଃ ଉପନିର୍ବାଚନର ଫଳାଫଳ ଆଗକୁ ଆସୁଥିବା କୌଣସି ବୃହତ ନିର୍ବାଚନକୁ ଏତେଟା ପ୍ରଭାବିତ କରୁ ନ ଥିଲେ ମଧ୍ୟ ଭବିଷ୍ୟତ ଲାଗି ମିଳିଥାଏ ରାଜନୈତିକ ସଙ୍କେତ। ରାଜ୍ୟରେ ଅତୀତରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହି ଆସିଛି; ପିପିଲିରେ ମଧ୍ୟ ତାହା ଅବ୍ୟାହତ ରହିବ ବୋଲି ଆଶା ବାନ୍ଧିଛି ଦଳ । ରାଜଧାନୀ ଭୁବନେଶ୍ବର ନିକଟସ୍ଥ ନିର୍ବାଚନମଣ୍ଡଳୀ ହୋଇଥିବାରୁ ପିପିଲିର ସ୍ଵତନ୍ତ୍ର ଗୁରୁତ୍ୱ […]

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ସାଧାରଣତଃ ଉପନିର୍ବାଚନର ଫଳାଫଳ ଆଗକୁ ଆସୁଥିବା କୌଣସି ବୃହତ ନିର୍ବାଚନକୁ ଏତେଟା ପ୍ରଭାବିତ କରୁ ନ ଥିଲେ ମଧ୍ୟ ଭବିଷ୍ୟତ ଲାଗି ମିଳିଥାଏ ରାଜନୈତିକ ସଙ୍କେତ। ରାଜ୍ୟରେ ଅତୀତରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜେୟ ରହି ଆସିଛି; ପିପିଲିରେ ମଧ୍ୟ ତାହା ଅବ୍ୟାହତ ରହିବ ବୋଲି ଆଶା ବାନ୍ଧିଛି ଦଳ । ରାଜଧାନୀ ଭୁବନେଶ୍ବର ନିକଟସ୍ଥ ନିର୍ବାଚନମଣ୍ଡଳୀ ହୋଇଥିବାରୁ ପିପିଲିର ସ୍ଵତନ୍ତ୍ର ଗୁରୁତ୍ୱ ରହିଛି। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ହେବାର ରହିଛି । ତେଣୁ ପିପିଲି ଫଳାଫଳ ଏକାଧିକ ରାଜନୈତିକ ସଙ୍କେତ ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଗତ ୨୦୧୯ ରେ ଏକ ଭିନ୍ନ ରାଜନୈତିକ ପରିସ୍ଥିତିରେ ସ୍ଵର୍ଗତ ପ୍ରଦୀପ ମହାରଥୀ ନିଜ ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୧୫, ୭୮୭ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ତେବେ ବିଜେପି ଏହି ସମୟରେ କଂଗ୍ରେସକୁ ଅତିକ୍ରମ କରି ଦ୍ଵିତୀୟ ସ୍ଥାନରେ ପହଞ୍ଚି ଯାଇଥିଲା । ତେଣୁ ୨ ବର୍ଷ ତଳେ ଆଶ୍ରିତ ପାଇଥିବା ପ୍ରାୟ ୭୨,୦୦୦ ଭୋଟ ରଖିପାରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ। ଜାତୀୟସ୍ତରରେ ବିଜେପିର ଲୋକପ୍ରିୟତା ପୂର୍ବାପେକ୍ଷା କମୁଥିବା ବେଳେ ଯଦି ଆଶ୍ରିତ ନିଜ ପୁରୁଣା ଭୋଟ ବ୍ୟାଙ୍କକୁ ବଜାୟ ରଖନ୍ତି କିମ୍ବା ତାହାକୁ ବୃଦ୍ଧି କରିବାରେ ସକ୍ଷମ ହୁଅନ୍ତି ତେବେ ଏହା ବିଜେଡି ପାଇଁ ଆଗାମୀ ଦିନରେ ଆତ୍ମଚିନ୍ତନର ବିଷୟ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ ଯଦି ବିଜେଡି ବିଜୟଲାଭ କରିବା ସହ ବ୍ୟବଧାନ ବୃଦ୍ଧି କରିବାରେ ସକ୍ଷମ ହୁଏ ତେବେ ତାହା କର୍ମୀଙ୍କୁ ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉତ୍ସାହିତ କରିବ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ବିଜେଡିର ଶୀର୍ଷ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବିରୋଧୀଙ୍କ ସବୁ ରଣନୀତିକୁ ନିଷ୍କ୍ରିୟ କରି ଦେଇଛି। ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଜିଲ୍ଲାପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ସହ ଲଢିବେ। ତେଣୁ ପିପିଲିରୁ ଶିକ୍ଷା ଗ୍ରହଣ କରି ବିଭିନ୍ନ ଅଞ୍ଚଳରେ ଥିବା ସ୍ଥାନୀୟ ସମସ୍ୟା ଓ ନେତାଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିବା ବିଜେଡିର ପ୍ରାଥମିକତା ଦେବା ଦରକାର ବୋଲି ଅନେକେ ଅନୁଭବ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପୂର୍ବ ଭୋଟ ବଜାୟ ନ ରଖିପାରିଲେ, ତାହା କର୍ମୀଙ୍କୁ ହତୋତ୍ସାହିତ କରିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏହାର ପ୍ରଭାବ ଆଗାମୀ ପୌର ଓ ପଞ୍ଚାୟତ ଭୋଟ୍‌ରେ ପଡ଼ିବ ବୋଲି କୁହାଯାଇଛି। ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ ପ୍ରତ୍ୟକ୍ଷ ନିର୍ବାଚନୀ ପ୍ରଚାର, ବିରାଟ ସମାବେଶ ଏବଂ ଶୋଭାଯାତ୍ରାରୁ ନିଜକୁ ଦୂରେଇ ରଖିଥିଲେ। ହେଲେ ବିଜେପି ପକ୍ଷରୁ ଏକାଧିକ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବହୁ ବରିଷ୍ଠ ନେତ୍ରୀ ଓ ନେତା ପିପିଲି ଡେଲାଙ୍ଗ ମୁହାଁ ହୋଇଥିଲେ । ବ୍ୟାପକ ପ୍ରଚାର ସତ୍ତ୍ବେ ବିଜେପିର ପୂର୍ବ ଫଳ ନ ପାଇଲେ ଦଳକୁ ଗଭୀର ଆତ୍ମଚିନ୍ତନ କରିବାକୁ ପଡ଼ିବ। ଅପରପକ୍ଷରେ ବିଜେପି ଓଡ଼ିଶା ସମେତ ସାରା ଭାରତରେ ନିଜକୁ ଏକ ସହରାଞ୍ଚଳ ଭୋଟରଙ୍କ ପ୍ରଥମ ପସନ୍ଦ ବୋଲି ଦାବି କରିଥାଏ। ଗତ ୨୦୧୯ରେ ପିପିଲି ପୌରାଞ୍ଚଳରେ ବିଜେଡି ୯୮୪ ଖଣ୍ଡ ଭୋଟରେ ବିଜେପିକୁ ପଛରେ ପକାଇଥିଲା। ଯଦି ଏହି ବ୍ୟବଧାନ ବିଜେପି ବଳବତ୍ତର ରଖୁଛି, ତେବେ ତାହା ପୌର ନିର୍ବାଚନ ପୂର୍ବରୁ ଦଳର ମନୋବଳକୁ ଉତ୍ସାହିତ କରିବ ।

କିଛିବର୍ଷ ହେବ ଦେଶର ବିଭିନ୍ନ ରାଜ୍ୟରେ ମହିଳା ଭୋଟର ମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇ ଆସୁଛନ୍ତି। ୨ ଦଶନ୍ଧି ତଳେ ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଆଜି ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି । ଏହାର ପ୍ରଭାବ ୨୦୦୯, ୨୦୧୪ ଏବଂ ୨୦୧୯ରେ ରାଜ୍ୟରେ ଦେଖିବାକୁ ମିଳିଛି । ଚଳିତ ଥର ୮୪,୫୯୭ ଜଣ ମହିଳା ଭୋଟଦାନ କରିଛନ୍ତି । ଯାହା ମୋଟ ଭୋଟଦାନର ୪୭ ପ୍ରତିଶତ। ସେହି ନିର୍ବାଚନମଣ୍ଡଳୀରେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ଵ ମହିଳା ସିଧାସଳଖ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ସହ ଜଡିତ । ଯଦି ଏହି ଭୋଟର ସିଂହଭାଗ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ମିଳେ, ତେବେ ଏହା ପ୍ରକାରାନ୍ତରେ ମିଶନ୍ ଶକ୍ତିର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ସମୀକ୍ଷକମାନେ ମତ ରଖୁଛନ୍ତି। ପୁରୀଜିଲ୍ଲାରେ ବିଜେପି ୨ଟି ହାଇପ୍ରୋଫାଇଲ୍ ବିଧାନସଭା ଆସନ (ପୁରୀ ଏବଂ ବ୍ରହ୍ମଗିରି) ହାତେଇପାରିଛି । ଯଦି ବିଜେଡି ବୃହତ ବ୍ୟବଧାନରେ ଜିତୁଛି ତେବେ ଏହା ପଡୋଶୀ ନିର୍ବାଚନମଣ୍ଡଳୀଗୁଡିକରେ ମଧ୍ୟ ପ୍ରଭାବ ପକାଇବ ।

ସେହିପରି କଂଗ୍ରେସ ଗତଥର ୧୦ ହଜାର ଭୋଟ ପାଇଥିଲା । ଯଦି ତିର୍ତ୍ତୋଲ ପରି କଂଗ୍ରେସ ପୂର୍ବ ଭୋଟ ବୃଦ୍ଧି କରୁଛି । ତେବେ ଏହା ଦଳର ମନୋବଳ ବୃଦ୍ଧି କରିବ। ଯଦି ବାଲେଶ୍ବର ସଦର ପରି ଭୋଟ ସଂଖ୍ୟା କମ୍ ରହିବ ତେବେ ଏହା ଦଳକୁ ଆହୁରି ରସାତଳଗାମୀ କରିବ ଓ ଦଳରେ ନେତୃତ୍ଵ ପରିବର୍ତ୍ତନ ଦାବିକୁ ଆହୁରି ଦୃଢ କରିବ ବୋଲି ଆଲୋଚନା ହେଉଛି।

03 Oct 2021 By The Sakala

https://www.thesakala.in/latest-odisha-news/pipili-byelection-results-is-pre-test-for-panchayat-election/article-5826
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର