ପିକଅପ୍ ଭ୍ଯାନ୍ ଓଲଟି ୧ ମୃତ, ୧୨ ଆହତ

The Sakala Picture
Published On

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଶିଶୁ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ମୋହନା ଥାନା ଅନ୍ତର୍ଗତ ଡରାବ ଗାଁରେ ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି […]

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଶିଶୁ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ମୋହନା ଥାନା ଅନ୍ତର୍ଗତ ଡରାବ ଗାଁରେ ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

ସୂଚନା ଅନୁଯାୟୀ, ଡରାବ ଗାଁର ତ୍ରିନାଥ ବେହର ଦଳାଇଙ୍କ ପରିବାର ଲୋକେ ଆଜି ମଧ୍ୟାହ୍ନ ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଝିଅକୁ ଛାଡ଼ିବାକୁ ଶ୍ୱଶୁର ଘର ଗାଁ ଗଞ୍ଜାମ ଜିଲ୍ଲା ପଙ୍କାଳକୁ ଯାଉଥିଲେ। ପିକ୍‌ଅପ୍‌ ଭ୍ୟାନରେ ମୋଟ ୧୫ ଜଣ ଥିଲେ। ତେବେ କାନକଟା ଘାଟିରେ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡ଼ିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

18 Feb 2022 By The Sakala

ପିକଅପ୍ ଭ୍ଯାନ୍ ଓଲଟି ୧ ମୃତ, ୧୨ ଆହତ

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଶିଶୁ ରହିଥିବା ଜଣାପଡ଼ିଛି। ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ମୋହନା ଥାନା ଅନ୍ତର୍ଗତ ଡରାବ ଗାଁରେ ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ, ଡରାବ ଗାଁର ତ୍ରିନାଥ ବେହର ଦଳାଇଙ୍କ ପରିବାର ଲୋକେ ଆଜି ମଧ୍ୟାହ୍ନ ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଝିଅକୁ ଛାଡ଼ିବାକୁ ଶ୍ୱଶୁର ଘର ଗାଁ ଗଞ୍ଜାମ ଜିଲ୍ଲା ପଙ୍କାଳକୁ ଯାଉଥିଲେ। ପିକ୍‌ଅପ୍‌ ଭ୍ୟାନରେ ମୋଟ ୧୫ ଜଣ ଥିଲେ। ତେବେ କାନକଟା ଘାଟିରେ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡ଼ିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର