ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍, ମୋଟ୍ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

Madhusudan Das Picture
Published On

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୮ଟି ଗେଟ୍ ଖୋଲିଲା । ଆଜି ତୃତୀୟ ପର୍ଯ୍ୟାୟରେ ଖୋଲିଲା ୮ଟି ଗେଟ୍‌ । ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ଏବେ ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ତଳ ମୁଣ୍ଡରେ ବଢିପାରେ ବନ୍ୟା ସ୍ଥିତି । ସମସ୍ତ ନଈ କୂଳିଆ ଜିଲ୍ଲା ମାନଙ୍କୁ ହାଇ ଆଲର୍ଟ ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧାରେ ସମ୍ଭାବ୍ୟ ବନ୍ୟା ସ୍ଥିତି: ୪ ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯାଉଛି। ଅନ୍ୟପଟେ ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: କାନପୁର ଜଳସେଚନ ପ୍ରକଳ୍ପକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ: ଅସ୍ଥାୟୀ ଭାବେ ନିର୍ମିତ କଫର ଡ୍ୟାମ ଉପର ଦେଇ ପାଣି ପ୍ରବାହିତ, ମୁଖ୍ୟ ଡ୍ୟାମ ସମ୍ପୂର୍ଣ ସୁରକ୍ଷିତ

31 Jul 2026 By Madhusudan Das

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍, ମୋଟ୍ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୮ଟି ଗେଟ୍ ଖୋଲିଲା । ଆଜି ତୃତୀୟ ପର୍ଯ୍ୟାୟରେ ଖୋଲିଲା ୮ଟି ଗେଟ୍‌ । ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା । ଏବେ ହୀରାକୁଦର ଆଉ ୮ଟି ଗେଟ ଖୋଲିଲା । ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ତଳ ମୁଣ୍ଡରେ ବଢିପାରେ ବନ୍ୟା ସ୍ଥିତି । ସମସ୍ତ ନଈ କୂଳିଆ ଜିଲ୍ଲା ମାନଙ୍କୁ ହାଇ ଆଲର୍ଟ ଜାରି ହୋଇଛି ।

ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ୍ ଖୋଲାଯାଉଛି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରାୟ ସାଢ଼େ ୩ ଲକ୍ଷ କ୍ୟୁସେକ ପାଣି ହୀରାକୁଦରୁ ଛଡ଼ାଯାଉଛି। ଅନ୍ୟପଟେ ଖଇରମାଳରେ ଏବେ ୫ ଲକ୍ଷ ୨୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦରୁ ଛଡ଼ାଯାଉଥିବା ପାଣି ସେଠାରେ ପହଞ୍ଚିବା ପରେ ମୋଟ୍ ପ୍ରବାହ ପ୍ରାୟ ସାଢ଼େ ୭ ଲକ୍ଷ କ୍ୟୁସେକରେ ପହଞ୍ଚିବାର ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର