ପକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ

The Sakala Picture
Published On

ଫୁଲବାଣୀ : କନ୍ଧମାଳ ଜିଲା ପକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ । ଦୀର୍ଘ ୬ ଘଣ୍ଟା ଧରି ନିଖୋଜ ଥିବା ଯୁବକଙ୍କୁ ଖୋଜାଚାଲିଥିଲେ ମଧ୍ୟ ଉଦ୍ଧାର କରାଯାଇ ପାରିନାହିଁ । ସୂଚନାଅନୁସାରେ ଫିରିଙ୍ଗିଆର ଦୁଇ ଜଣ ଡାକ୍ତର ତାଙ୍କର ବନ୍ଧୁ-ପତ୍ନୀଙ୍କ ସହ ପକଡ଼ାଝର ଜଳ ପ୍ରପାତ ବୁଲି ଆସିଥିଲେ।କିଛି ଫଟୋ ଉଠାଉଠି କରି ଫେରିଯିବା ପାଇଁ ନିଷ୍ପତ୍ତି ନେଇ ଆସିଥିବା ଏହି ଯୁବକଙ୍କ ମାନଙ୍କ ମଧ୍ୟରୁ ତିନି ଜଣ ଗାଧେଇବାକୁ ଇଚ୍ଛା କରି ପକଡ଼ାଝର […]

ଫୁଲବାଣୀ : କନ୍ଧମାଳ ଜିଲା ପକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ । ଦୀର୍ଘ ୬ ଘଣ୍ଟା ଧରି ନିଖୋଜ ଥିବା ଯୁବକଙ୍କୁ ଖୋଜାଚାଲିଥିଲେ ମଧ୍ୟ ଉଦ୍ଧାର କରାଯାଇ ପାରିନାହିଁ । ସୂଚନାଅନୁସାରେ ଫିରିଙ୍ଗିଆର ଦୁଇ ଜଣ ଡାକ୍ତର ତାଙ୍କର ବନ୍ଧୁ-ପତ୍ନୀଙ୍କ ସହ ପକଡ଼ାଝର ଜଳ ପ୍ରପାତ ବୁଲି ଆସିଥିଲେ।କିଛି ଫଟୋ ଉଠାଉଠି କରି ଫେରିଯିବା ପାଇଁ ନିଷ୍ପତ୍ତି ନେଇ ଆସିଥିବା ଏହି ଯୁବକଙ୍କ ମାନଙ୍କ ମଧ୍ୟରୁ ତିନି ଜଣ ଗାଧେଇବାକୁ ଇଚ୍ଛା କରି ପକଡ଼ାଝର ଜଳ ପ୍ରପାତ ଭିତରକୁ ଯାଇଥିଲେ। କିନ୍ତୁ ଗାଧେଇବା ସମୟରେ ଅସାବଧାନତା କାରଣରୁ ଦୁଇ ଯୁବକଙ୍କ ଗୋଡ ଖସି ଯାଇ ଗଭୀର ପାଣିକୁ ଚାଲି ଯାଇଥିଲେ। ଅନ୍ୟ ଜଣେ ଯୁବକ ବହୁ କଷ୍ଟରେ ଜଣଙ୍କୁ ଗଭୀର ପାଣିରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବହୁ ଖୋଜା ଖୋଜି କରିବା ପରେ ଅନ୍ୟ ଜଣଙ୍କର କୌଣସି ସନ୍ଧାନ ପାଇନଥିଲେ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: IMD

ବହୁତ ଖୋଜିଲା ପରେ ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ, ତୁରନ୍ତ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି କନ୍ଧମାଳ ଏବଂ ଚାରିଛକ ର ଅଗ୍ନିଶମ ବିଭାଗ ସଦସ୍ୟ ଉକ୍ତ ସ୍ଥାନରେ ପହଞ୍ଚି ବହୁତ ଖଜା ଖୋଜି କରିଥିଲେ ମଧ୍ୟ୍ୟ ଉକ୍ତ ବ୍ୟକ୍ତିର କୌଣସି ସନ୍ଧାନ ମିଳିପାରିନାହିଁ। ନିଖୋଜ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର କପଡ଼ା ବ୍ୟବସାୟୀ ସୁଜିତ ପୂଜାରୀ ବୋଲି ଜଣା ପଡିଛି। ସେ ତାଙ୍କର ଦୁଇ ବନ୍ଧୁ ଫିରିଙ୍ଗିଆର ଡାକ୍ତର ଅନୁରାଗ କୋଟା  ଓ ଗିରିଜା ବେହେରା ଡାକରା ପାଇ ନିଜ ପତ୍ନୀଙ୍କ ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: କାଲି ଛାତ୍ର ସଂସଦ ନିର୍ବାଚନ ପଡିବ ଭୋଟ୍: ଆଜି 'ହ୍ୱାଇ ଆଇ ଷ୍ଟାଣ୍ଡ ଫର୍‌' ବୈଠକ, ସରଗରମ କ୍ୟାମ୍ପସ୍‌ ରାଜନୀତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର