ବାଲେଶ୍ଵର ଏଫଏମଏମସିଏଚ୍ : ସ୍ପଷ୍ଟ ଅକ୍ଷରରେ ଲେଖାହେଉନି ଔଷଧର ନାମ, ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢିପାରୁନାହାନ୍ତି ଫାର୍ମାସିଷ୍ଟ

The Sakala Picture
Published On

ବାଲେଶ୍ଵର : ପ୍ରେସକ୍ରିପସନ୍ ରେ ଡାକ୍ତରଙ୍କ ହାତ ଲେଖାକୁ ରୋଗୀ ତ ଦୂରର କଥା ଖୋଦ୍ ଫାର୍ମାସିଷ୍ଟ ବି  ବୁଝିପାରୁନାହାନ୍ତି। ଅନେକ ସମୟରେ ରୋଗୀଙ୍କଠୁ ପ୍ରେସକ୍ରିପସନ୍ ପାଇବା ପରେ ଅକ୍ଷର ବୁଝିନପାରି ଔଷଧ ନାହିଁ କହୁଛନ୍ତି ତ ପୁଣି କେତେବେଳେ ଠାସ୍ କୁ ମାରି ରୋଗୀଙ୍କୁ ଔଷଧ ଦେଉଛନ୍ତି। ଡାକ୍ତର ନିରାମୟର ଗାଇଡ ଲାଇନ୍ ମାନୁନଥିବା ବେଳେ ନିରାମୟ କେନ୍ଦ୍ରରେ ଔଷଧ ଦେଉଥିବା ଫାର୍ମାସିଷ୍ଟ ଏବଂ ଟ୍ରେନିଂ ଫାର୍ମାସିଷ୍ଟ ହଇରାଣ ହେଉଛନ୍ତି। ଏପରି ଘଟଣା ବାଲେଶ୍ଵର ଫକୀରମୋହନ […]

ବାଲେଶ୍ଵର : ପ୍ରେସକ୍ରିପସନ୍ ରେ ଡାକ୍ତରଙ୍କ ହାତ ଲେଖାକୁ ରୋଗୀ ତ ଦୂରର କଥା ଖୋଦ୍ ଫାର୍ମାସିଷ୍ଟ ବି  ବୁଝିପାରୁନାହାନ୍ତି। ଅନେକ ସମୟରେ ରୋଗୀଙ୍କଠୁ ପ୍ରେସକ୍ରିପସନ୍ ପାଇବା ପରେ ଅକ୍ଷର ବୁଝିନପାରି ଔଷଧ ନାହିଁ କହୁଛନ୍ତି ତ ପୁଣି କେତେବେଳେ ଠାସ୍ କୁ ମାରି ରୋଗୀଙ୍କୁ ଔଷଧ ଦେଉଛନ୍ତି। ଡାକ୍ତର ନିରାମୟର ଗାଇଡ ଲାଇନ୍ ମାନୁନଥିବା ବେଳେ ନିରାମୟ କେନ୍ଦ୍ରରେ ଔଷଧ ଦେଉଥିବା ଫାର୍ମାସିଷ୍ଟ ଏବଂ ଟ୍ରେନିଂ ଫାର୍ମାସିଷ୍ଟ ହଇରାଣ ହେଉଛନ୍ତି। ଏପରି ଘଟଣା ବାଲେଶ୍ଵର ଫକୀରମୋହନ ମେଡିକାଲ୍ କଲେଜ ଓ ହସପିଟାଲରେ ଅନେକ ସମୟରେ ଘଟୁଥିବା ଜଣାପଡିଛି।  ଅନ୍ୟପଟେ ସରକାରଙ୍କ ନିରାମୟ ଗାଇଡଲାଇନ୍ ଅନୁପାଳନ ପାଇଁ ହସପିଟାଲ୍ ସୁପରିଟେଣ୍ଡେଣ୍ଟ ବାରମ୍ବାର ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲେ ବି ଏହାକୁ କେହି ଅନୁପାଳନ କରୁନାହାଁନ୍ତି।

ଆହୁରି ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

ବିଶେଷକରି ଡାକ୍ତର ପ୍ରେସକ୍ରିପସନ୍ ରେ କେପିଟାଲ୍ ଅକ୍ଷରରେ ଔଷଧର ନାମ ଲେଖିବା ସହ ତଳେ ନିଜର ସମ୍ପୂର୍ଣ୍ଣ ଦସ୍ତଖତ ରହିବାର ନିୟମ ରହିଛି। ମାତ୍ର ପ୍ରେସକ୍ରିପସନ୍ ରେ ଡାକ୍ତରଙ୍କ ଅକ୍ଷର ଶିକ୍ଷିତ ଲୋକ ବି ବୁଝିବାରେ ସକ୍ଷମ ହେଉନାହାନ୍ତି। ଡାକ୍ତର ଛାଟିଛୁଟା ଅକ୍ଷରରେ ଲେଖିବା ଦ୍ବାରା ନିରାମୟରେ ଥିବା ଫାର୍ମାସିଷ୍ଟ ଏବଂ ଟ୍ରେନି ଫାର୍ମାସିଷ୍ଟ ଏହାକୁ ପଢିପାରୁନାହାନ୍ତି। ସରକାର ତଥା ନିରାମୟର ଗାଇଡ ଲାଇନ୍ ରହିଛି ଯେ ପ୍ରେସେ ରେ ଡାକ୍ତର କ୍ଲିୟର୍ ଏବଂ କେପିଟାଲ୍ ରେ ଔଷଧ ନାମ ଲେଖିବା ସହିତ ତଳେ ପୁରା ନାମର ଦସ୍ତଖତ ରହିବ। ମାତ୍ର ଏହି ନିର୍ଦେଶ ନେଇ ହସପିଟାଲ ସୁପରିଟେଣ୍ଡେଣ୍ଟ ବାରମ୍ବାର ଚିଠି କରିଥିଲେ ବି କେହି ଏହାକୁ ଅନୁପାଳନ କରୁନାହାନ୍ତି। ଡାକ୍ତରଙ୍କ ଦସ୍ତଖତ ଦେଖିଲେ ତାଙ୍କ ନାମ କଣ ବୋଲି କେହି ଜାଣିପାରୁନାହାନ୍ତି। ଯାହାଦ୍ବାରା ଅନେକ ସମସ୍ୟା ଉପୁଜୁଛି। ଅଭିଜ୍ଞ ଫାର୍ମାସିଷ୍ଟ ବି ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢିପାରୁ ନଥିବା ବେଳେ ଟ୍ରେନିଂ ଫାର୍ମାସିଷ୍ଟ ଏହାକୁ ଆଉ କେମିତି ପଢିପାରିବେ। ଅନେକ ସମୟରେ ଠାସ୍ କୁ ମାରି ଔଷଧ ଦିଆଯାଉଛି।ତେବେ ମୁଖ୍ୟ ହସପିଟାଲ୍ ର ନିରାମୟ କେନ୍ଦ୍ରରେ ୨ ଜଣ ଫାର୍ମାସିଷ୍ଟ ସହ ପ୍ରାୟ ୮ ଜଣ ଟ୍ରେନି ଫାର୍ମାସିଷ୍ଟ ରହିଛନ୍ତି। ଅନ୍ୟ ଏକ ନିରାୟମ କେନ୍ଦ୍ରରେ ଜଣେ ଫାର୍ମାସିଷ୍ଟ ଏବଂ ୩ ଜଣ ପିଲା ଟ୍ରେନିଂରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

ଏମିତିକି ଅନେକ ପ୍ରେସକ୍ରିପସନ୍ ରେ ଡାକ୍ତରଙ୍କ ଦସ୍ତଖତ ମଧ୍ୟ ରହୁନି। ଯାହା ଦୃଷ୍ଟି ଆକର୍ଷଣର ବିଷୟ। ଏପରି ଘଟଣା ମଧ୍ୟ ନିକଟରେ ଘଟିଛି। ସାରଗାଁ ଅଞ୍ଚଳର ଅଜୟ କୁମାର ଜେନା ଜଣେ ନିଜର ୫ ବର୍ଷର ଝିଅକୁ ଫକୀରମୋହନ ମେଡିକାଲ୍ କଲେଜ ଓ ହସପିଟାଲ୍ ର ପେଡିଆଟ୍ରିକ୍ ବିଭାଗକୁ ନେଇଥିଲେ। ସେଠାରେ ଡାକ୍ତର ରୋଗୀକୁ ଦେଖି ପ୍ରେସକ୍ରିପସନ୍ ରେ ୫ ଟି ଔଷଧର ନାମ ଲେଖିଥିଲେ। ଯାହାକୁ ପଢିବା ଅତ୍ୟନ୍ତ କଷ୍ଟକର। ଡାକ୍ତର ଦଖେଇବା ପରେ ଅଜୟ ନିରାମୟକୁ ଔଷଧ ଆଣିବାକୁ ଯିବା ପରେ ତାଙ୍କୁ ୫ ଟାରୁ ଗୋଟିଏ ଔଷଧ ମିଳିଥିଲା। ବାକି ଔଷଧ ନଥିବା କହିଥିଲେ। ଯାହାକୁ ନେଇ ଅଜୟ ଟୁଇଟର୍ ରେ ଅସନ୍ତୋଷ ପ୍ରକାଶ କରି ଡାକ୍ତର ଲେଖୁଥିବା ଔଷଧ ମଧ୍ୟରୁ ୯୦ ପ୍ରତିଶତ ଔଷଧ ଡାକ୍ତରଖାନାରେ ମିଳୁନି ବାଧ୍ୟହୋଇ ବାହାରୁ କିଣୁଛନ୍ତି ରୋଗୀ ବୋଲି ପୋଷ୍ଟ କରିଥିଲେ।

ଏହି ସମସ୍ୟା ବାବଦରେ ଟୁଇଟ୍ କରି ହସପିଟାଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯେଉଁଥିରେ ହସପିଟାଲ୍ ପ୍ରଶାସନିକ ଅଧିକାରୀ ମନୋରମା ଭୂୟାଁ ଏହି ଅଭିଯୋଗ ତଦନ୍ତ ସାପେକ୍ଷ। ଯଦି ତଦନ୍ତରୁ ସତ୍ୟ ପ୍ରମାଣିତ ହେଲା ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ରଖିଥିଲେ ଏବଂ ଏନେଇ ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରକୃତରେ  ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ରହୁଛି କି ନାହିଁ ତାହାର ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ ଏବାବଦରେ ନିରାମୟରେ ବୁଝିବା ପରେ ଉକ୍ତ ଔଷଧର ନାମ ପଢିନପାରି ଫାର୍ମାସିଷ୍ଟ ରୋଗୀଙ୍କୁ ଫେରାଇଥିବା କଥା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ମଧ୍ୟ ପ୍ରେସକ୍ରିପସନ୍ ରେ ଥିବା ଔଷଧର ନାମକୁ କେହି ବି ପଢିପାରୁନାହାନ୍ତି।

ନିରାମୟ କେନ୍ଦ୍ରରେ ପ୍ରାୟ ସମସ୍ତ ଔଷଧ ରହିଛି। ମାତ୍ର ଡାକ୍ତରଙ୍କ ହାତ ଲେଖାକୁ ଅନେକ ସମୟରେ ପଢିପାରୁନାହାନ୍ତି ଫାର୍ମାସିଷ୍ଟ। ଡାକ୍ତର ଯଦି ସୁନ୍ଦର ବା କେପିଟାଲ୍ ଅକ୍ଷରରେ ଲେଖନ୍ତେ ତେବେ ଔଷଧ ଦେବାରେ ସମସ୍ୟା ହେବ ନାହିଁ ବୋଲି ଫାର୍ମାସିଷ୍ଟ କହିଛନ୍ତି। ଏବାବଦରେ ଆଇନଜୀବୀ ବିଜୟ ପାଣିଗ୍ରାହୀ କହିଛନ୍ତି,’ଡାକ୍ତର ଲେଖୁଥିବା ଔଷଧ ବାବଦରେ ଯଦି ରୋଗୀ ନିଜେ ନ ବୁଝିପାରିବ ତେବେ ନିଜେ ଜାଣିପାରିବନି ଯେ ସେ କଣ ଔଷଧ ଖାଉଛି।  ଏହାବ୍ୟତୀତ ବାଲେଶ୍ଵରର ଅନେକ ଔଷଧ ଦୋକାନ ଫାର୍ମାସିଷ୍ଟ ନାଁରେ ଚାଲୁଥିଲେ ବି ସେଥିରେ ଫାର୍ମାସିଷ୍ଟ ରହୁନାହାନ୍ତି। ମୁଁ ନିଜେ ଶିକ୍ଷିତ ଲୋକ ତଥା ଆଇନଜୀବୀ ହୋଇ ମଧ୍ୟ ଡାକ୍ତର କଣ ଔଷଧ ଲେଖୁଛନ୍ତି ମୁଁ ଜାଣିପାରୁନି। ତେଣୁ ଡାକ୍ତରମାନେ ଏହି ଗ୍ରାଉଣ୍ଡ ଜିରୋ ସମସ୍ୟାକୁ ଦୃଷ୍ଟି ଦେବା କଥା। ଡାକ୍ତରଙ୍କ ଅକ୍ଷର ସୁନ୍ଦର ଥିଲେ ମଧ୍ୟ ପରିଷ୍କାର ଭାବେ ଔଷଧର ନାମ ଲେଖୁନାହାନ୍ତି। ସେମାନେ ଔଷଧର ନାମ ଠିକ ଭାବେ ଲେଖୁନଥିବାର ଅନେକ ସମୟରେ ଭୁଲ ଔଷଧ ଖାଉଛି ରୋଗୀ। ଫଳରେ ରୋଗୀ ଭୋଗୁଛନ୍ତି। ଆମେ ଶିକ୍ଷିତ ଲୋକ ହୋଇ ପଢିପାରୁନୁ ଜଣେ ସାଧାରଣ ଲୋକ କେମିତି ଜାଣିବ। କଦର୍ଯ୍ୟ ଅକ୍ଷରରେ ଲେଖିଲେ ଔଷଧ ଦୋକାନୀ ମଧ୍ୟ ଔଷଧ ଦେଉନାହିଁ। ତେଣୁ ଡାକ୍ତରମାନେ ଏଦିଗରେ ସଚେତନ ହୋଇ ସ୍ପଷ୍ଟ ଲେଖନ୍ତୁ’।

29 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର