୭୨ କିଲୋ ଚକଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି, ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଶୁଭେଚ୍ଛା ଜଣାଇଲେ ଚକଲେଟ କାରିଗର ରାକେଶ ଓ ତାଙ୍କ ଟିମ

The Sakala Picture
Published On

ଭୁବନେଶ୍ବର : ପ୍ରାୟତ ପ୍ରଶଂସକମାନେ ନିଜ ନିଜର ଆଦର୍ଶ କିମ୍ବା ହିରୋଙ୍କ ଜନ୍ମ ଦିନ ପାଳନ କରନ୍ତି। ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ଆଦର୍ଶଙ୍କ ଜନ୍ମ ଦିନ ପାଳନ କରୁଥିବା ବହୁ ନଜିର ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ରାକେଶ କୁମାର ସାହୁ ନିଜର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ନବୀନଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ଚକଲେଟ କାରିଗର ରାକେଶ ଏକ ଅଭିନବ […]

ଭୁବନେଶ୍ବର : ପ୍ରାୟତ ପ୍ରଶଂସକମାନେ ନିଜ ନିଜର ଆଦର୍ଶ କିମ୍ବା ହିରୋଙ୍କ ଜନ୍ମ ଦିନ ପାଳନ କରନ୍ତି। ପ୍ରଶଂସକମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ଆଦର୍ଶଙ୍କ ଜନ୍ମ ଦିନ ପାଳନ କରୁଥିବା ବହୁ ନଜିର ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ରାକେଶ କୁମାର ସାହୁ ନିଜର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ନବୀନଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ଚକଲେଟ କାରିଗର ରାକେଶ ଏକ ଅଭିନବ ପ୍ରୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରାକେଶ ୭୨ କିଲୋଗ୍ରାମରେ ଚକୋଲେଟରେ ନବୀନଙ୍କ ମୂର୍ତ୍ତି ତିଆରି କରିଛନ୍ତି । ରାକେଶଙ୍କ ସହ ୬ ଜଣ ସଦସ୍ୟ ମିଶି ଏହି ଚକଲେଟ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଏହାର ଉଚ୍ଚତା ଅଢେଇ ଫୁଟ ରହିଛି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ଭୁବନେଶ୍ୱରର ଟଙ୍କ ପାଣି ରୋଡରେ ଏକ ବେକିଂ ଏବଂ ପେଷ୍ଟ୍ରି କଳା ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ରାକେଶ ସାହୁ ନିଜର ୬ ଜଣ ଛାତ୍ରଙ୍କ ସହାୟତାରେ ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି। ରାକେଶ ଏବଂ ତାଙ୍କ ଟିମକୁ ୭୨ କିଲୋ ଚକଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ତିଆରି କରିବାକୁ ୧୫ ଦିନ ସମୟ ଲାଗିଥିଲା। ରାକେଶ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକି ପ୍ରତି ନବୀନଙ୍କର ନିରନ୍ତର ସମର୍ଥନ ପାଇଁ ସେ ଏହି ମୂର୍ତ୍ତି ନିର୍ମାଣ କରିବାର ସଂକଳ୍ପ ନେଇଥିଲେ । ନବୀନଙ୍କ ସମର୍ଥନ ପାଇଁ ଦେଶର ଜାତୀୟ କ୍ରିଡା ହକିର ବେଶ ଉନ୍ନତି ହୋଇଛି। ଚଳିତ ଅଲମ୍ପିକରେ ପୁରୁଷ ଓ ମହିଳା ଜାତୀୟ ହକି ଦଳ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିଲେ। ଯେତେବେଳେ ଅଲମ୍ପିକରେ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଲା ସାରା ଦେଶ ଉତ୍ସବ ପାଳନ କରୁଥିଲା। ସେତେବେଳ ଜାତୀୟ ହକି ଦଳ ଦ୍ୱାରା ସର୍ବନିମ୍ନ ପର୍ଯ୍ୟାୟରେ ପଥର ପରି ଠିଆ ହୋଇଥିବା ଆମ ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି କରିବା ପାଇଁ ମୋ ମନ ପ୍ରେରିତ କରିଥିଲା ବୋଲି ଚକଲେଟ କାରିଗର ରାକେଶ କୁମାର ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚକଲେଟ କଳାକୃତିକୁ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ।  କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣା ମଧ୍ୟ ଏହି କାର୍ଯ୍ୟକ୍ରମରେ  ଉପସ୍ଥିତ ଥିଲେ। ଏହାର ପ୍ରଦର୍ଶନୀ ଅବଧି ସମାପ୍ତ ହେବା ପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ବ୍ୟବହୃତ ଚକୋଲେଟ୍ ବଣ୍ଟନ କରିବାକୁ କ୍ରୀଡା ବିଭାଗ ନିଷ୍ପତ୍ତି ନେଇଛି ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର