ମନୋରଞ୍ଜନ
ଓଡ଼ିଶା
ବିଧାନସଭାରେ ସଂସଦୀୟ ମନ୍ତ୍ରୀ ଓ ସିମୁଳିଆ ବିଜେପି ବିଧାୟକ ମୁହାଁମୁହିଁ : ମନ୍ତ୍ରୀଙ୍କ ଉତ୍ତରକୁ ନେଇ ପଦ୍ମଲୋଚନ ପଣ୍ଡାଙ୍କ ଅସନ୍ତୋଷ
ଭୁବନେଶ୍ବର : ବିଧାନସଭା ଅଧିବେଶନ ଷଷ୍ଠ ଦିନରେ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ। ବିଧାନସଭା ପ୍ରଶ୍ନକାଳ ସମୟରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସିମୁଳିଆରେ ଦମକଳ କେନ୍ଦ୍ର ସମ୍ପର୍କରେ ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଥିଲେ ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ । ରାଜ୍ଯର ୩୧୪ ବ୍ଲକରେ ଦମକଳ […]
ଭୁବନେଶ୍ବର : ବିଧାନସଭା ଅଧିବେଶନ ଷଷ୍ଠ ଦିନରେ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ। ବିଧାନସଭା ପ୍ରଶ୍ନକାଳ ସମୟରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସିମୁଳିଆ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସିମୁଳିଆରେ ଦମକଳ କେନ୍ଦ୍ର ସମ୍ପର୍କରେ ବିଧାୟକ ଗୃହରେ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ମନ୍ତ୍ରୀ କହିଥିଲେ ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ । ରାଜ୍ଯର ୩୧୪ ବ୍ଲକରେ ଦମକଳ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ବିଧାୟକ ପଦ୍ମଲୋଚନ ପଣ୍ଡା ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବାସହ ସଠିକ ଉତ୍ତର ରଖିବାକୁ ଦାବି ଜଣାଇଥିଲେ। ସିମୁଳିଆ ନା ସୋର, କେଉଁଠି ଦମକଳ କେନ୍ଦ୍ର ରହିଛି ଠିକ ଭାବେ ଜଣାଇବାକୁ ଦାବି କରିଥିଲେ । ସିମୁଳିଆ ବ୍ଲକରେ ଦମକଳ କେନ୍ଦ୍ର ନଥିବା ବେଳେ ମନ୍ତ୍ରୀ କେମିତି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।
ଖଇରା ବ୍ଲକରେ ଦମକଳ କେନ୍ଦ୍ର ଅଛି, ହେଲେ ସିମୁଳିଆରେ ନାହିଁ । ସନ୍ତୋଷଜନକ ଉତ୍ତର ନମିଳିବାରୁ ଗୃହରେ ଉଦବେଗ ପ୍ରକାଶ କଲେ ବିଜେପି ବିଧାୟକ । ମନ୍ତ୍ରୀ ବିଭାଗର ଅଧିକାରୀଙ୍କୁ ପଠାଇ କେଉଁ ଜାଗାରେ ଦମକମ କେନ୍ଦ୍ର ଅଛି ତାହା ଅନୁଧ୍ଯାନ କରିବାକୁ ବିଧାୟକ ମତାମତ ଦେଇଛନ୍ତି। କେବଳ ଅଫିସର ଯାହା ଲେଖିକି ଦେଇଛନ୍ତି ମନ୍ତ୍ରୀ ତାହା ପଢୁଛନ୍ତି। ଅଡ଼ାରେ ନୁହେଁ ଖଇରାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଖଇରା ଦମକଳ କେନ୍ଦ୍ରକୁ ଅଡ଼ା ଠାରେ ହୋଇଥିବା ଦେଖାଉଛନ୍ତି ବୋଲି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି।