ମନୋରଞ୍ଜନ
ଓଡ଼ିଶା
ବାଜିଲା ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟି, ଲାଗୁହେଲା ସଂଶୋଧିତ ସଂରକ୍ଷଣ ନିୟମ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏହା ସହିତ ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରା ନ ଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦେଶ ଅନୁସାରେ ୫୦% ସଂରକ୍ଷଣ ସିଲିଂକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏହା ସହିତ ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରା ନ ଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦେଶ ଅନୁସାରେ ୫୦% ସଂରକ୍ଷଣ ସିଲିଂକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ଆଜିଠାରୁ ରାଜ୍ୟରେ ଲାଗୁ ହେବ। ଫଳରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପଥ ପରିଷ୍କାର ହୋଇଛି।
ଯଦି ସବୁକିଛି ଠିକ ଚାଲେ ଓ କୋଭିଡ୍ ତୃତୀୟ ଲହର ନ ଆସେ, ତେବେ ୪ ମାସ ପରେ ରାଜ୍ୟରେ ହୋଇପାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଓଡ଼ିଶା ବିଧାନସଭାରେ ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ନିୟମ ୨୦୨୧ ବିଧାନସଭାରେ ଗୃହୀତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇସାରିଛି। ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ମଧ୍ୟ ପାଇଛି।
ସଂଶୋଧିତ ଆଇନ ଅନୁଯାୟୀ, ନୂତନ ସଂରକ୍ଷଣ ନିୟମ ଶୁକ୍ରବାରଠାରୁ ଲାଗୁ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ଯ ସରକାରଙ୍କ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିସାରିଛି। ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର
ଉପସ୍ଥିତି ଜିଲ୍ଲାପାଳମାନେ ନୂତନ ଭାବେ ସଂଶୋଧିତ ଆଇନକୁ ଦୃଷ୍ଟିରେ ରଖି ଆସନଗୁଡିକ ସଂରକ୍ଷଣ ବ୍ୟବସ୍ଥା କରିବେ । ପୂର୍ବରୁ ପ୍ରଚଳିତ ବିଭିନ୍ନ ବର୍ଗ (ଏସଟି, ଏସସି) ଙ୍କୁ ମିଳିଥିବା ସଂରକ୍ଷଣକୁ ପ୍ରଭାବିତ ନ କରି ପଛୁଆବର୍ଗଙ୍କୁ ସର୍ବାଧିକ ପର୍ଯ୍ୟନ୍ତ ୨୭% ସଂରକ୍ଷଣ ଦିଆଯିବ।
ଏଥିସହିତ ସୁପ୍ରିମ୍କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ୫୦ % ସୀମା ନିୟମ ବଳବତ୍ତର ରହିବ । ଚଳିତ ମାସ ପଞ୍ଚାୟତସ୍ତରରେ ୱାର୍ଡ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ(ନୋମିନି) ଆସନ ଗୁଡିକର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କରାଯିବ।
ସେହିପରି ଜିଲ୍ଲା ପରିଷଦ ଆସନଗୁଡିକର ସଂରକ୍ଷଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କରାଯାଉଛି। ଆସନର ସଂରକ୍ଷଣ ଯେ କୌଣସି ପରିସ୍ଥିତିରେ ୫୦% ଟପିବ ନାହିଁ । ସେହିପରି ପୂର୍ବପରି ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗ ପାଇଁ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ। ନିର୍ଦ୍ଦିଷ୍ଟ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର ସାଂଖ୍ୟକ ଉପସ୍ଥିତି ଆଧାରରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।
ୱାର୍ଡ ମେମ୍ବର, ନୋମିନି, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟଗୁଡିକ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଯଥେଷ୍ଟ ସମୟ ନିର୍ବାଚନ ଥାଇ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ନିକଟରେ ବିଧାନସଭାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ-୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-୧୯୯୧ ସଂଶୋଧ ହୋଇସାରିଛି।
ଏହା ପରେ ଜିଲ୍ଲାୱାରୀ କାର୍ଯ୍ୟକାରିତା ନେଇ ଖସଡ଼ା ପ୍ରସ୍ତୁତ କରାଯିବ। ପଞ୍ଚାୟତ ସ୍ତରୀୟ ସଂରକ୍ଷଣ ପ୍ରସ୍ତୁତି ସମୟରେ ପଞ୍ଚାୟତ ଏକ୍ସଟେନସନ୍ ସିଡ୍ୟୁଲ୍ଡ ଆକ୍ଟ (ପେସା)-୧୯୯୬ର ସହାୟତା ନିଆଯିବ। ସେହିପରି ପୌରାଞ୍ଚଳ କ୍ଷେତ୍ରରେ ଅଧିନିୟମ ୨୪୩ (ଜେଡ୍ (ସି)) ସହାୟତା ନିଆଯିବ। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଦ୍ବାରା ଗୃହୀତ କରାଯାଇଥିବା ସଂଶୋଧିତ ନିୟମ ଆଧାରରେ ସଂରକ୍ଷଣ ପ୍ରକ୍ରିୟା ସମ୍ପାଦନରେ ସହାୟତା କରିବ। ପୂର୍ବରୁ ରାଜ୍ୟର ଅନୁସୂଚିତ ଜାତି ( ଏସସି), ଅନୁସୂଚିତ ଜନଜାତି(ଏସଟି) ମାନଙ୍କୁ ପ୍ରଦାନ କରାଯାଇଥିବା ସଂରକ୍ଷଣ ତିଳେମାତ୍ର ପ୍ରଭାବିତ ହେବ ନାହିଁ ।
ସେହିପରି ସୁପ୍ରିମ୍କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ମୋଟ ଆସନର ସଂରକ୍ଷଣ ୫୦% ଟପିବ ନାହିଁ। ଜିଲ୍ଲାୱାରୀ ପଛୁଆବର୍ଗଙ୍କ ସଂଖ୍ୟା ଆଧାରରେ ସେମାନଙ୍କ ପାଇଁ ସର୍ବାଧିକ ୨୭ % ଯାଏ ସ୍ଥାନ ସଂରକ୍ଷଣ ସୁନିଶ୍ଚିତ କରାଯିବ।
ଏସଟିଙ୍କ ପାଇଁ ରହିଥିବା ୨୨. ୫୦ % ଏବଂ ଏସ୍ସିଙ୍କ ପାଇଁ ଥିବା ୧୬.୨୫ % ସଂରକ୍ଷଣ କୌଣସି ମତେ ପ୍ରଭାବିତ ହେବ ନାହିଁ। ଅପରପକ୍ଷରେ ଓଡ଼ିଶାର କେତେକ ଜିଲ୍ଲାରେ ଏସ୍ସି, ଏସ୍ଟିଙ୍କ ସଂଖ୍ୟା କମ୍ ରହୁଥିଲେ ହେଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ହାର ଅଧିକ ରହୁଛି। ସଂଶୋଧ ଆଇନ ଅନୁସାରେ ଏଣିକି ଏସଟି, ଏସସିଙ୍କ ପାଇଁ ଥିବା ସଂରକ୍ଷଣର ସିଲିଂ ଜିଲ୍ଲାରେ ଥିବା ସେହି ବର୍ଗର ଜନସଂଖ୍ୟା ହିସାବରେ ପୂରଣ କରାଯିବ। ପୂର୍ବରୁ ୧୧.୨୫ % ପ୍ରତିଶତ ସହ ଏସ୍ଟି, ଏସ୍ସି ଦର୍ଗର ବଳକା ସଂରକ୍ଷିତ ସ୍ଥାନରୁ ଓବିସି ବର୍ଗକୁ ପ୍ରଦାନ କରାଯିବ। ହେଲେ ଏହି ସଂରକ୍ଷଣ ହାର ୨୭ ପ୍ରତିଶତକୁ ଟପିବ ନାହିଁ।






