ସାଂସଦଙ୍କ ପ୍ରତିଶ୍ରୁତି ପାଣିର ଗାର, ପ୍ରତିଦିନ ବାଜିରେ ଲାଗୁଛି ଜୀବନ

The Sakala Picture
Published On

ଭୁବନେଶ୍ୱର : ପଳାଶୁଣି ଛକ ପାଲଟିଛି ମଣିଷଖିଆ ଛକ। ପ୍ରତି ମାସରେ ଏଠି ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବାରେ ଲାଗିଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନହାନୀ ହେଉଛି। ଗତକାଲି ଜଣେ ବୃଦ୍ଧା ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରକ୍‌‌ରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଏଠାରେ ଏକ ଫୁଟ୍‌‌ ଓଭରବ୍ରିଜ୍‌‌(ଏଫ୍‌‌ଓବି) ହେବା ନେଇ ୨୦୨୧ ମସିହାରୁ ଘୋଷଣା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ଏହି […]

ଭୁବନେଶ୍ୱର : ପଳାଶୁଣି ଛକ ପାଲଟିଛି ମଣିଷଖିଆ ଛକ। ପ୍ରତି ମାସରେ ଏଠି ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବାରେ ଲାଗିଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନହାନୀ ହେଉଛି। ଗତକାଲି ଜଣେ ବୃଦ୍ଧା ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରକ୍‌‌ରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଏଠାରେ ଏକ ଫୁଟ୍‌‌ ଓଭରବ୍ରିଜ୍‌‌(ଏଫ୍‌‌ଓବି) ହେବା ନେଇ ୨୦୨୧ ମସିହାରୁ ଘୋଷଣା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ଏହି ଏଫ୍‌‌ଓବି ଘୋଷଣାର ମାତ୍ର କିଛି ଦିନ ପୂର୍ବରୁ ନୂଆପଲ୍ଲୀ ଓ ସତ୍‌‌ସଙ୍ଗ ବିହାର ଏଫ୍‌‌ଓବି ହେବ ବୋଲି ଘୋଷଣା ହୋଇଥିଲା। ବିଳମ୍ବରେ ହେଉ ପଛେ ସେହି ଏଫ୍‌‌ଓବି କାମ ମୋଟାମୋଟି ଭାବେ ଶେଷ ହୋଇଗଲାଣି। ଲୋକମାନେ ତା’ ଉପର ଦେଇ ଯାତାୟାତ କଲେଣି। ମାତ୍ର ପଳାଶୁଣି ଏଫ୍‌‌ଓବି ନଥିବାରୁ ଜାତୀୟ ରାଜପଥ ପାରି ହେବାବେଳେ ସାଧାରଣ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି।

ଆହୁରି ପଢ଼ନ୍ତୁ: ସାଇବର ଠକେଇ ରୋକିବାକୁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା 'ଇ-ଜିରୋ ଏଫଆଇଆର' ବ୍ୟବସ୍ଥା

୨୦୨୧ ମସିହା ମଧ୍ୟ ଭାଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଳାଶୁଣିରେ ଏଫ୍‌‌ଓବି ହେବା ନେଇ ନିଜ ‘ଏକ୍ସ’ ହାଣ୍ଡେଲ୍‌‌ରେ ଘୋଷଣା କରିଥିଲେ। ଏଫ୍‌‌ଓବି ପାଇଁ କେନ୍ଦ୍ର ନିକଟରେ ଗୁହାରୀ କରି ସେ ସଫଳ ହୋଇଛନ୍ତି ବୋଲି କହି ବହୁ ବାହାବା ସାଉଁଟିଥିଲେ। ମାତ୍ର ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ସରିବାକୁ ବସିଲାଣି, ହେଲେ ଏଫ୍‌‌ଓବିର ନାଁ ଗନ୍ଧ ନାହିଁ।

ଆହୁରି ପଢ଼ନ୍ତୁ: ଉଚ୍ଛୁଳା ଦୟାନଦୀରେ ମାଛ ଧରୁଥିଲେ ବାପା-ପୁଅ, ଡଙ୍ଗାରୁ ଖସିପଡି ପୁଅ ନିଖୋଜ

ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ହେଉଛି ପଳାଶୁଣି ଛକ। ପ୍ରତିଦିନ ଏହି ସ୍ଥାନରୁ ଦୂରଦୂରାନ୍ତକୁ ଶତାଧିକ ଲୋକ ବସ୍‌‌ ଯୋଗେ ଯାତାୟାତ କରୁଛନ୍ତି। ତେଣୁ ଦିନ ହେଉ ଅବା ରାତି ସବୁ ସମୟରେ ରାସ୍ତା ପାରି ହେବାକୁ ପଡ଼ୁଛି। ସେହିଭଳି ଜିଜିପି କଲୋନୀ, ମଳୟ ବିହାର, ରସୁଲଗଡ଼ ଗାଁ ଆଦିରେ ବସବାସ କରୁଥିବା ଲୋକମାନେ କଟକ ପାର୍ଶ୍ବକୁ ବସ୍‌‌ କିମ୍ବା ଅଟୋ ଯୋଗେ ଯିବାକୁ ହେଲେ ଏହି ଛକରୁ ଯାଉଛନ୍ତି। ଫଳରେ ବିପଦସଂକୁଳ ଅବସ୍ଥାରେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଭାଗ୍ୟ ଭଲ ଓ ସତର୍କ ଥିବା ଲୋକ ଜୀବନକୁ ବାଜି ଲଗାଇ ଯେନତେନ ପ୍ରକାରେ ପାରି ହୋଇଯାଉଛନ୍ତି। ଟିକେ ଅସାବଧାନ ବା ଅନ୍ୟମନସ୍କ ହେଲେ ଜୀବନ ଯିବା ଥୟ ହୋଇଯାଉଛି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ: ଶ୍ରୀମନ୍ଦିର ଆପ୍‌ ନାଁରେ ଭାଇରାଲ୍‌ ହେଉଛି ମିଥ୍ୟା ପୂଜା, ସେବା ବିଜ୍ଞାପନ

ଫୁଟ୍‌‌ ଓଭରବ୍ରିଜ୍‌‌ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିନବ ଉପାୟରେ ଦାବି କରି ଆସୁଛନ୍ତି। ହେଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌‌ଏଚ୍‌‌ଏଆଇ) ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଉନାହାନ୍ତି। ଆଉ କେତେ ଲୋକ ମଲେ ଏନ୍‌‌ଏଚ୍‌‌ଏଆଇ ଚେତିବ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ଖୁବ୍‌‌ଶୀଘ୍ର ଏଠାରେ ଏଫ୍‌‌ଓବି ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ମଳୟ ରଞ୍ଜନ ସାହୁ, ଶତ୍ରୁଘ୍ନ ପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌‌ଏଚ୍‌‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌‌. ନାଗଶ୍ୱେର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ସମସ୍ୟା ଥିବାରୁ ଏଫ୍‌‌ଓବି ନିର୍ମାଣରେ ବିଳମ୍ବ ହେଉଥିଲା। ଏବେ ସେ ସମସ୍ୟାର ସମାଧାନ ହୋଇଗଲାଣି। ଖୁବ୍‌‌ଶୀଘ୍ର ଆମେ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।

10 Mar 2024 By The Sakala

ସାଂସଦଙ୍କ ପ୍ରତିଶ୍ରୁତି ପାଣିର ଗାର, ପ୍ରତିଦିନ ବାଜିରେ ଲାଗୁଛି ଜୀବନ

ଭୁବନେଶ୍ୱର : ପଳାଶୁଣି ଛକ ପାଲଟିଛି ମଣିଷଖିଆ ଛକ। ପ୍ରତି ମାସରେ ଏଠି ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବାରେ ଲାଗିଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନହାନୀ ହେଉଛି। ଗତକାଲି ଜଣେ ବୃଦ୍ଧା ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରକ୍‌‌ରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଏଠାରେ ଏକ ଫୁଟ୍‌‌ ଓଭରବ୍ରିଜ୍‌‌(ଏଫ୍‌‌ଓବି) ହେବା ନେଇ ୨୦୨୧ ମସିହାରୁ ଘୋଷଣା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ଏହି ଏଫ୍‌‌ଓବି ଘୋଷଣାର ମାତ୍ର କିଛି ଦିନ ପୂର୍ବରୁ ନୂଆପଲ୍ଲୀ ଓ ସତ୍‌‌ସଙ୍ଗ ବିହାର ଏଫ୍‌‌ଓବି ହେବ ବୋଲି ଘୋଷଣା ହୋଇଥିଲା। ବିଳମ୍ବରେ ହେଉ ପଛେ ସେହି ଏଫ୍‌‌ଓବି କାମ ମୋଟାମୋଟି ଭାବେ ଶେଷ ହୋଇଗଲାଣି। ଲୋକମାନେ ତା’ ଉପର ଦେଇ ଯାତାୟାତ କଲେଣି। ମାତ୍ର ପଳାଶୁଣି ଏଫ୍‌‌ଓବି ନଥିବାରୁ ଜାତୀୟ ରାଜପଥ ପାରି ହେବାବେଳେ ସାଧାରଣ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି।

୨୦୨୧ ମସିହା ମଧ୍ୟ ଭାଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଳାଶୁଣିରେ ଏଫ୍‌‌ଓବି ହେବା ନେଇ ନିଜ ‘ଏକ୍ସ’ ହାଣ୍ଡେଲ୍‌‌ରେ ଘୋଷଣା କରିଥିଲେ। ଏଫ୍‌‌ଓବି ପାଇଁ କେନ୍ଦ୍ର ନିକଟରେ ଗୁହାରୀ କରି ସେ ସଫଳ ହୋଇଛନ୍ତି ବୋଲି କହି ବହୁ ବାହାବା ସାଉଁଟିଥିଲେ। ମାତ୍ର ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ସରିବାକୁ ବସିଲାଣି, ହେଲେ ଏଫ୍‌‌ଓବିର ନାଁ ଗନ୍ଧ ନାହିଁ।

ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ହେଉଛି ପଳାଶୁଣି ଛକ। ପ୍ରତିଦିନ ଏହି ସ୍ଥାନରୁ ଦୂରଦୂରାନ୍ତକୁ ଶତାଧିକ ଲୋକ ବସ୍‌‌ ଯୋଗେ ଯାତାୟାତ କରୁଛନ୍ତି। ତେଣୁ ଦିନ ହେଉ ଅବା ରାତି ସବୁ ସମୟରେ ରାସ୍ତା ପାରି ହେବାକୁ ପଡ଼ୁଛି। ସେହିଭଳି ଜିଜିପି କଲୋନୀ, ମଳୟ ବିହାର, ରସୁଲଗଡ଼ ଗାଁ ଆଦିରେ ବସବାସ କରୁଥିବା ଲୋକମାନେ କଟକ ପାର୍ଶ୍ବକୁ ବସ୍‌‌ କିମ୍ବା ଅଟୋ ଯୋଗେ ଯିବାକୁ ହେଲେ ଏହି ଛକରୁ ଯାଉଛନ୍ତି। ଫଳରେ ବିପଦସଂକୁଳ ଅବସ୍ଥାରେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଭାଗ୍ୟ ଭଲ ଓ ସତର୍କ ଥିବା ଲୋକ ଜୀବନକୁ ବାଜି ଲଗାଇ ଯେନତେନ ପ୍ରକାରେ ପାରି ହୋଇଯାଉଛନ୍ତି। ଟିକେ ଅସାବଧାନ ବା ଅନ୍ୟମନସ୍କ ହେଲେ ଜୀବନ ଯିବା ଥୟ ହୋଇଯାଉଛି।

ଫୁଟ୍‌‌ ଓଭରବ୍ରିଜ୍‌‌ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିନବ ଉପାୟରେ ଦାବି କରି ଆସୁଛନ୍ତି। ହେଲେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ(ଏନ୍‌‌ଏଚ୍‌‌ଏଆଇ) ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଉନାହାନ୍ତି। ଆଉ କେତେ ଲୋକ ମଲେ ଏନ୍‌‌ଏଚ୍‌‌ଏଆଇ ଚେତିବ ବୋଲି ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି। ଖୁବ୍‌‌ଶୀଘ୍ର ଏଠାରେ ଏଫ୍‌‌ଓବି ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ମଳୟ ରଞ୍ଜନ ସାହୁ, ଶତ୍ରୁଘ୍ନ ପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌‌ଏଚ୍‌‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍‌‌. ନାଗଶ୍ୱେର ରାଓଙ୍କୁ ପଚାରିବାରୁ ସେ କହିଛନ୍ତି, କିଛି ସମସ୍ୟା ଥିବାରୁ ଏଫ୍‌‌ଓବି ନିର୍ମାଣରେ ବିଳମ୍ବ ହେଉଥିଲା। ଏବେ ସେ ସମସ୍ୟାର ସମାଧାନ ହୋଇଗଲାଣି। ଖୁବ୍‌‌ଶୀଘ୍ର ଆମେ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର