ଓଡ଼ିଆ ସଂଗୀତ ପ୍ରେମରେ ପାକିସ୍ତାନୀ ମହିଳା

The Sakala Picture
Published On

ଭୁବନେଶ୍ୱର: ଏଠି ପବନ ଗାଏ ଗୀତ…ମାଟି ଝରଣା ହୁଏ ମିତ…ଏଇ ପରିଚୟ ଯୁଗ ଯୁଗର ଏ ମାଟି ମା’ କେଡ଼େ ସୁନ୍ଦର…। ଏହି ସଙ୍ଗୀତଟି ପୁଣି ଚର୍ଚ୍ଚାକୁ ଆସିଛି। ଓଡ଼ିଶାର ଆଦିବାସୀ କଳାସଂସ୍କୃତି ଉପରେ ଆଧାରିତ ସଙ୍ଗୀତକୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ମହିଳା ସାଇମା ପୀରଜାଦା। ୟୁଟ୍ୟୁବ୍‍ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସକୁ ଉପଭୋଗ କରିବା ସହ ବର୍ଣ୍ଣନା କରିଛନ୍ତି। ଜୀବନରେ କେବେ ସୁଯୋଗ ମିଳିଲେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଙ୍କ ସହ ଦିନ ବିତାଇବେ […]

ଭୁବନେଶ୍ୱର: ଏଠି ପବନ ଗାଏ ଗୀତ…ମାଟି ଝରଣା ହୁଏ ମିତ…ଏଇ ପରିଚୟ ଯୁଗ ଯୁଗର ଏ ମାଟି ମା’ କେଡ଼େ ସୁନ୍ଦର…। ଏହି ସଙ୍ଗୀତଟି ପୁଣି ଚର୍ଚ୍ଚାକୁ ଆସିଛି। ଓଡ଼ିଶାର ଆଦିବାସୀ କଳାସଂସ୍କୃତି ଉପରେ ଆଧାରିତ ସଙ୍ଗୀତକୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ମହିଳା ସାଇମା ପୀରଜାଦା। ୟୁଟ୍ୟୁବ୍‍ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି ଓ ଇତିହାସକୁ ଉପଭୋଗ କରିବା ସହ ବର୍ଣ୍ଣନା କରିଛନ୍ତି। ଜୀବନରେ କେବେ ସୁଯୋଗ ମିଳିଲେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଙ୍କ ସହ ଦିନ ବିତାଇବେ ବୋଲି କହିଛନ୍ତି। ଓଡ଼ିଶାର ହସ୍ତକଳା, ଚାଲିଚଳଣୀ ସମ୍ପର୍କରେ ଏହି ଭିଡିଓରେ ପାକିସ୍ତାନୀ ମହିଳା ବ୍ୟାଖ୍ୟା କରିଛନ୍ତି। ସଙ୍ଗୀତକୁ ବୁଝି ନ ପାରିଲେ ବି ଭିଡିଓରେ ଥିବା ପ୍ରତିଟି ଚିତ୍ର ଏବଂ ଦୃଶ୍ୟକୁ ସେ ତାଳେ ତାଳେ ଝୁମିଛନ୍ତି। କେବଳ ସେତିକି ନୁହେଁ। ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହୋଇଥିବା ଏହି ସଙ୍ଗୀତଟି ପୂର୍ବରୁ ହଲିଉଡ଼୍‍ରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏଥିରେ କଣ୍ଠଦାନ କରିଥିଲେ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ। ଓଡ଼ିଶା ବାହାରେ ବି ପରିଚୟ ସୃଷ୍ଟି କରିପାରିଛି। ତାଳେ ତାଳେ ଝୁମୁଛନ୍ତି ପାକିସ୍ତାନୀ ମହିଳା ସାଇମା ପୀରଜାଦା। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ୬୨ ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଆଉ ଏଥିପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି। କେବଳ ସେତିକି ନୁହେଁ ଦେଶ ତଥା ଦେଶ ବାହାରେ ମଧ୍ୟ ଆମ ସଂସ୍କୃତି ଏବଂ କଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ପରମ୍ପରା ଏବେ ଦେଶବିଦେଶରେ ବେଶ୍‍ ପରିଚିତ। ଆଉ ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରାକୁ ନେଇ ହୋଇଥିବା ଆଦିବାସୀ ସଙ୍ଗୀତ ଏବଂ ବେଶ୍‍ ପ୍ରଶଂସା ସାଉଁଟିଛି। ‘ଟ୍ରାଇବାଲ୍‍ ଆନ୍ଥେମ୍‍’ ଶୀର୍ଷକ ଏହି ସଙ୍ଗୀତର ଓଡ଼ିଶାର ପ୍ରାକୃତିକ ସମ୍ପଦ, କଳାସଂସ୍କୃତିର ଝଲକ୍‍ ରହିଛି। ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଆଦିବାସୀ ନୃତ୍ୟ, ବେଶଭୂଷା, ପର୍ବପର୍ବାଣୀର ନିଦର୍ଶନ ରହିଛି ଏହି ସଙ୍ଗୀତରେ। ଏହାସହିତ ଓଡ଼ିଶାର ପ୍ରଗତି ପଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରାଯାଇଛି। ଓଡ଼ିଶାର ମାଟି, ପବନ, ପାହାଡ଼, ଝରଣାରେ ଭରି ରହିଛି ଆତ୍ମୀୟତା। ଏହି ଟ୍ରାଇବାଲ୍‍ ଆନ୍ଥେମ୍‍ଟି ପ୍ରେମ୍‍ ଆନନ୍ଦଙ୍କର ନିର୍ଦ୍ଦେଶିତ ସଙ୍ଗୀତ। ଏହି ସଙ୍ଗୀତରେ ରିତୁରାଜ ମହାନ୍ତି ଓ ଦିପ୍ତୀରେଖା କଣ୍ଠଦାନ କରିଥିବାବେଳେ ରଚନା କରିଥିଲେ ବସନ୍ତ ରାଜ ସାମଲ। ଏଥିରେ ଭିଡ଼ିଓ ନିର୍ଦ୍ଦେଶନା ଦେଇଥିଲେ ନୀଳମାଧବ ପଣ୍ଡା। ଏହି ସଙ୍ଗୀତରେ ଚିତ୍ରଣ ହୋଇଥିବା ଆଦିବାସୀ ନୃତ୍ୟକୁ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ ଆମେରିକାନ୍‍ ଚ୍ୟାନେଲ୍‍ ‘ଆୱାର୍‍ ଷ୍ଟୁପିଡ୍‍ ରିଆକସନ୍‍’ରେ ବେଶ୍‍ ଚର୍ଚ୍ଚା ହୋଇଥିଲା ଏବଂ ଏହା ଭାଇରାଲ୍‍ ହେବାରେ ଲାଗିଛି। ଏହା ଓଡ଼ିଶାର ଶହଶହ ଓଡ଼ିଆ ଙ୍କୁ ଗର୍ବିତ କରିବା ସହ ଓଡ଼ିଆଙ୍କ ମନରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର