ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ସମ୍ପୂର୍ଣ୍ଣ ନବକଳେବର ମଧ୍ୟ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଓଟିଡିସି ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର ଆଜି ଏହି ଉଭୟ ନୂଆ ପ୍ରକଳ୍ପକୁ […]

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ସମ୍ପୂର୍ଣ୍ଣ ନବକଳେବର ମଧ୍ୟ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଓଟିଡିସି ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର ଆଜି ଏହି ଉଭୟ ନୂଆ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ତାଙ୍କ ମାର୍ଗଦର୍ଶନରେ ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ରାଜଧାନୀ ଭୁବନେଶ୍ୱରରେ ଥିବା ପାନ୍ଥନିବାସର ନବୀକରଣ କାର୍ଯ୍ୟ କରାଯିବା ସହ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ଧରି ଓଟିଡିସି ନିଜର ଭିତ୍ତିଭୂମିକୁ ସୁଦୃଢ଼ ଓ ନବୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଛି । ଆଜି ଏଠାରେ ଲୋକାର୍ପିତ ହୋଇଥିବା ‘ଉତ୍କଳ ଅରୋମା’ ରେଷ୍ଟୁରାଣ୍ଟ ଓ ବେକରୀ ୟୁନିଟ ‘ବେକଡ୍ ବୋନଞ୍ଜା’ ଗୁଣାତ୍ମକ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇ ଖୁବଶୀଘ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୋର ଆଶା ବୋଲି ଓଟିଡିସି ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଓଟିଡିସିର ନୂଆ ରେଷ୍ଟୁରାଣ୍ଟ ଓ ନିଜସ୍ୱ ବେକରୀ ୟୁନିଟ୍ ସହ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ମୋଟ ୧.୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ମୋଟ ୫୮ଟି ରୁମରୁ ୩୩ଟିର ଆଧୁନିକୀକରଣ କାର୍ଯ୍ୟ ସରିଛି ଓ ବାକି କାର୍ଯ୍ୟ ଖୁବଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଓଟିଡିସିର ସମସ୍ତ ୟୁନିଟଗୁଡ଼ିକୁ ଲାଭଜନକ ସଂସ୍ଥାରେ ପରିଣତ କରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଦ୍ୱିତୀୟ ଆଉଟଲେଟ୍ ଗତକାଲି ପୁରୀରେ ଲୋକାର୍ପିତ ହୋଇଛି । ଆଜି ଭୁବନେଶ୍ୱର ପାନ୍ଥନିବାସ ପରିସରରେ ଆଉ ଏକ ଓଡ଼ିଆ ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ର ଲୋକାର୍ପଣ ହୋଇଛି । ନିଜସ୍ୱ ବେକରୀ ୟୁନିଟର ଆବଶ୍ୟକତା ମଧ୍ୟ ଦୀର୍ଘଦିନ ଧରି ରହିଥିଲା ।

ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଶାନ୍ତନୁ ମହାନ୍ତି କହିଥିଲେ ଯେ, ଭୁବନେଶ୍ୱର ପାନ୍ଥନିବାସର ବାକି ଥିବା ସମସ୍ତ ନବୀକରଣ କାର୍ଯ୍ୟକୁ ଖୁବଶୀଘ୍ର ଶେଷ ହେବ । ଏହାସହିତ ଆଜି ଲୋକାର୍ପିତ ହୋଇଥିବା ବେକରୀ ୟୁନିଟ୍ ଓ ରେଷ୍ଟୁରାଣ୍ଟ ଯେଭଳି ବ୍ୟବସାୟିକ ଦୃଷ୍ଟିରୁ ସଫଳ ହେବେ ସେ ଦିଗରେ କାର୍ଯ୍ୟ କରାଯାଉଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଗତ କିଛିଦିନ ମଧ୍ୟରେ ଓଟିଡିସି ଦ୍ୱାରା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଯାହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ପଦକ୍ଷେପ ନିଆଯାଉଛି ।

ଏହି ଅବସରରେ ଓଡ଼ିଆ ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ) ଓ ଅଭିନେତ୍ରୀ ଲିପସା ମିଶ୍ରଙ୍କ ସମେତ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ଏବଂ ଓଟିଡିସିର ଅନ୍ୟ ପଦାଧିକାରୀ ଓ ଭୁବନେଶ୍ୱର ପାନ୍ଥନିବାସର ଅଧିକାରୀମାନେ ଉପସ୍ଥିତ ଥିଲେ ।

24 Dec 2021 By The Sakala

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ସମ୍ପୂର୍ଣ୍ଣ ନବକଳେବର ମଧ୍ୟ କରାଯାଇ ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଓଟିଡିସି ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର ଆଜି ଏହି ଉଭୟ ନୂଆ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟକଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଥିବାବେଳେ ତାଙ୍କ ମାର୍ଗଦର୍ଶନରେ ଓଟିଡିସି କ୍ରମାଗତ ଭାବେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ରାଜଧାନୀ ଭୁବନେଶ୍ୱରରେ ଥିବା ପାନ୍ଥନିବାସର ନବୀକରଣ କାର୍ଯ୍ୟ କରାଯିବା ସହ ଏହାକୁ ବ୍ୟବସାୟିକ ଦୃଷ୍ଟିରୁ ଅଧିକ ପ୍ରତିଯୋଗିତାମୂଳକ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଗତ କିଛିବର୍ଷ ଧରି ଓଟିଡିସି ନିଜର ଭିତ୍ତିଭୂମିକୁ ସୁଦୃଢ଼ ଓ ନବୀକରଣ ଉପରେ ଗୁରୁତ୍ୱ ଦେଇ ଆସୁଛି । ଆଜି ଏଠାରେ ଲୋକାର୍ପିତ ହୋଇଥିବା ‘ଉତ୍କଳ ଅରୋମା’ ରେଷ୍ଟୁରାଣ୍ଟ ଓ ବେକରୀ ୟୁନିଟ ‘ବେକଡ୍ ବୋନଞ୍ଜା’ ଗୁଣାତ୍ମକ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇ ଖୁବଶୀଘ୍ର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୋର ଆଶା ବୋଲି ଓଟିଡିସି ଅଧ୍ୟକ୍ଷା  ଶ୍ରୀମୟୀ ମିଶ୍ର କହିଛନ୍ତି।

ସେହିପରି ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଓଟିଡିସିର ନୂଆ ରେଷ୍ଟୁରାଣ୍ଟ ଓ ନିଜସ୍ୱ ବେକରୀ ୟୁନିଟ୍ ସହ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ମୋଟ ୧.୮୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ମୋଟ ୫୮ଟି ରୁମରୁ ୩୩ଟିର ଆଧୁନିକୀକରଣ କାର୍ଯ୍ୟ ସରିଛି ଓ ବାକି କାର୍ଯ୍ୟ ଖୁବଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଓଟିଡିସିର ସମସ୍ତ ୟୁନିଟଗୁଡ଼ିକୁ ଲାଭଜନକ ସଂସ୍ଥାରେ ପରିଣତ କରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ର ଦ୍ୱିତୀୟ ଆଉଟଲେଟ୍ ଗତକାଲି ପୁରୀରେ ଲୋକାର୍ପିତ ହୋଇଛି । ଆଜି ଭୁବନେଶ୍ୱର ପାନ୍ଥନିବାସ ପରିସରରେ ଆଉ ଏକ ଓଡ଼ିଆ ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ର ଲୋକାର୍ପଣ ହୋଇଛି । ନିଜସ୍ୱ ବେକରୀ ୟୁନିଟର ଆବଶ୍ୟକତା ମଧ୍ୟ ଦୀର୍ଘଦିନ ଧରି ରହିଥିଲା ।

ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଶାନ୍ତନୁ ମହାନ୍ତି କହିଥିଲେ ଯେ, ଭୁବନେଶ୍ୱର ପାନ୍ଥନିବାସର ବାକି ଥିବା ସମସ୍ତ ନବୀକରଣ କାର୍ଯ୍ୟକୁ ଖୁବଶୀଘ୍ର ଶେଷ ହେବ । ଏହାସହିତ ଆଜି ଲୋକାର୍ପିତ ହୋଇଥିବା ବେକରୀ ୟୁନିଟ୍ ଓ ରେଷ୍ଟୁରାଣ୍ଟ ଯେଭଳି ବ୍ୟବସାୟିକ ଦୃଷ୍ଟିରୁ ସଫଳ ହେବେ ସେ ଦିଗରେ କାର୍ଯ୍ୟ କରାଯାଉଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ସେବା ଓ ଖାଦ୍ୟସାମଗ୍ରୀ ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଗତ କିଛିଦିନ ମଧ୍ୟରେ ଓଟିଡିସି ଦ୍ୱାରା ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଯାହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ପଦକ୍ଷେପ ନିଆଯାଉଛି ।

ଏହି ଅବସରରେ ଓଡ଼ିଆ ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ) ଓ ଅଭିନେତ୍ରୀ ଲିପସା ମିଶ୍ରଙ୍କ ସମେତ ଓଟିଡିସି କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଶଶାଙ୍କ ଶେଖର ଦାଶ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ରଙ୍କ ଏବଂ ଓଟିଡିସିର ଅନ୍ୟ ପଦାଧିକାରୀ ଓ ଭୁବନେଶ୍ୱର ପାନ୍ଥନିବାସର ଅଧିକାରୀମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର