ମିଳିବ ଏକକାଳୀନ ୫୦ ହଜାର ଟଙ୍କା ସହାୟତା, ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷାକୁ ବଳ ଯୋଗାଇବ ‘ଅବଦାନ’

The Sakala Picture
Published On

ଭୁବନେଶ୍ୱର : ପରିବାର ଠାରୁ ଅଲଗା ରହୁଥିବା ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ବଢ଼଼ାଇଛନ୍ତି ସହାୟତାର ହାତ। ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ବରିଷ୍ଠ ନାଗରିକ ସଂଘ ଏବଂ ଏହି ବର୍ଗର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ଅବଦାନ’ ଯୋଜନା ଅଧୀନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଅର୍ଥରେ ସେମାନେ ନିଜ ସଦସ୍ୟମାନଙ୍କ ସମସ୍ୟା ସମାଧାନ ଦିଗରେ ମିଳିତ ପ୍ରୟାସ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ […]

ଭୁବନେଶ୍ୱର : ପରିବାର ଠାରୁ ଅଲଗା ରହୁଥିବା ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ବଢ଼଼ାଇଛନ୍ତି ସହାୟତାର ହାତ। ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ବରିଷ୍ଠ ନାଗରିକ ସଂଘ ଏବଂ ଏହି ବର୍ଗର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ଅବଦାନ’ ଯୋଜନା ଅଧୀନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଅର୍ଥରେ ସେମାନେ ନିଜ ସଦସ୍ୟମାନଙ୍କ ସମସ୍ୟା ସମାଧାନ ଦିଗରେ ମିଳିତ ପ୍ରୟାସ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‌‌ଏସ୍‌‌ଇପିଡି) ବିଭାଗ ପକ୍ଷରୁ ସମ୍ପୃକ୍ତ ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଥିବା ପଞ୍ଜିକୃତ ବୃଦ୍ଧ ସଂଘ, ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିବରଣୀ ପ୍ରଦାନ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ସମ୍ପ୍ରତି ରାଜ୍ୟରେ ନଗର ଉନ୍ନୟନ ବିଭାଗ ସହାୟତାରେ ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି। ସେଠାରେ ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବର୍ଗର ଅସହାୟ ଲୋକ ମଧ୍ୟ ରହୁଛନ୍ତି। ଏହାର ପରିଚାଳନା ବାବଦ ଅର୍ଥ ସରକାର ବହନ କରୁଛନ୍ତି। ତଥାପି ଆଶ୍ରୟ ଅବା ସହାୟତା ଆବଶ୍ୟକ କରୁଥିବା ବହୁ ବରିଷ୍ଠ ନାଗରିକ ଏଠାରେ ପହଞ୍ଚି ପାରୁନାହାନ୍ତି। ବୃଦ୍ଧାଶ୍ରମରୁ ଦୂରରେ ଥାଇ ସୁଦ୍ଧା ସେମାନଙ୍କର ସହାୟତା ଆବଶ୍ୟକ ହେଉଛି। ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ଏକାକୀ ଏହାର ସମାଧାନ କରିପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ ଓ ଏହି ବର୍ଗର ଏସ୍‌‌ଏଚ୍‌‌ଜି ମାଧ୍ୟରେ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରାଇ ସରକାର ସେମାନଙ୍କର ସମସ୍ୟା ସମାଧାନର ପ୍ରୟାସ କରିଛନ୍ତି। ‘ଅବଦାନ’ ଯୋଜନାରେ ପ୍ରଦତ୍ତ ଏହି ଅର୍ଥ ରାଶି ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନକୁ ସୁଗମ କରିବା ସହ ବିଭିନ୍ନ ଦିଗ ପ୍ରତି ଥିବା ସେମାନଙ୍କ ରୁଚି ଓ ଦକ୍ଷତା ଆକଳନ କରାଯାଇପାରିବ। ଏହାକୁ ପାଥେୟ କରି ବିଭିନ୍ନ ସମାଜକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇପାରି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

07 Sep 2023 By The Sakala

ମିଳିବ ଏକକାଳୀନ ୫୦ ହଜାର ଟଙ୍କା ସହାୟତା, ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷାକୁ ବଳ ଯୋଗାଇବ ‘ଅବଦାନ’

ଭୁବନେଶ୍ୱର : ପରିବାର ଠାରୁ ଅଲଗା ରହୁଥିବା ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ବଢ଼଼ାଇଛନ୍ତି ସହାୟତାର ହାତ। ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ବରିଷ୍ଠ ନାଗରିକ ସଂଘ ଏବଂ ଏହି ବର୍ଗର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ‘ଅବଦାନ’ ଯୋଜନା ଅଧୀନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଅର୍ଥରେ ସେମାନେ ନିଜ ସଦସ୍ୟମାନଙ୍କ ସମସ୍ୟା ସମାଧାନ ଦିଗରେ ମିଳିତ ପ୍ରୟାସ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍‌‌ଏସ୍‌‌ଇପିଡି) ବିଭାଗ ପକ୍ଷରୁ ସମ୍ପୃକ୍ତ ସଂଘକୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଥିବା ପଞ୍ଜିକୃତ ବୃଦ୍ଧ ସଂଘ, ବରିଷ୍ଠ ନାଗରିକ ସଂଘ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିବରଣୀ ପ୍ରଦାନ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ପ୍ରତି ରାଜ୍ୟରେ ନଗର ଉନ୍ନୟନ ବିଭାଗ ସହାୟତାରେ ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି। ସେଠାରେ ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବର୍ଗର ଅସହାୟ ଲୋକ ମଧ୍ୟ ରହୁଛନ୍ତି। ଏହାର ପରିଚାଳନା ବାବଦ ଅର୍ଥ ସରକାର ବହନ କରୁଛନ୍ତି। ତଥାପି ଆଶ୍ରୟ ଅବା ସହାୟତା ଆବଶ୍ୟକ କରୁଥିବା ବହୁ ବରିଷ୍ଠ ନାଗରିକ ଏଠାରେ ପହଞ୍ଚି ପାରୁନାହାନ୍ତି। ବୃଦ୍ଧାଶ୍ରମରୁ ଦୂରରେ ଥାଇ ସୁଦ୍ଧା ସେମାନଙ୍କର ସହାୟତା ଆବଶ୍ୟକ ହେଉଛି। ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ଏକାକୀ ଏହାର ସମାଧାନ କରିପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ ଓ ଏହି ବର୍ଗର ଏସ୍‌‌ଏଚ୍‌‌ଜି ମାଧ୍ୟରେ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରାଇ ସରକାର ସେମାନଙ୍କର ସମସ୍ୟା ସମାଧାନର ପ୍ରୟାସ କରିଛନ୍ତି। ‘ଅବଦାନ’ ଯୋଜନାରେ ପ୍ରଦତ୍ତ ଏହି ଅର୍ଥ ରାଶି ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନକୁ ସୁଗମ କରିବା ସହ ବିଭିନ୍ନ ଦିଗ ପ୍ରତି ଥିବା ସେମାନଙ୍କ ରୁଚି ଓ ଦକ୍ଷତା ଆକଳନ କରାଯାଇପାରିବ। ଏହାକୁ ପାଥେୟ କରି ବିଭିନ୍ନ ସମାଜକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇପାରି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର