ଝାରପଡ଼ା ଜେଲରେ ଆଉ ଜଣେ HIV ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଝାରପଡ଼ା ସ୍ୱତନ୍ତ୍ର ଜେଲରେ ଆଉ ଜଣେ ବିଚାରାଧୀନ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜେଲରେ ମୋଟ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି, ଯାହା ଏକ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରିଲ୍ ନିଶା ନେଲା ଜୀବନ: ବିଷଧର ନାଗ ସାପ କାମୁଡ଼ାରେ ସାପୁଆଙ୍କ ମୃତ୍ୟୁ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ଖଣ୍ଡଗିରି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ବିଚାରାଧୀନ ବନ୍ଦୀ ଭାବେ ଝାରପଡ଼ା ଜେଲକୁ ପଠାଯାଇଥିଲା। ଜେଲର ନିୟମ ଅନୁଯାୟୀ, ପ୍ରବେଶ ପୂର୍ବରୁ କଏଦୀମାନଙ୍କର ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଏହି ସମୟରେ ଅଭିଯୁକ୍ତ ଜଣକ ଏଚଆଇଭି ସଂକ୍ରମିତ ଥିବା ଜଣାପଡିଥିଲା। ପୂର୍ବରୁ ଏହି ଜେଲରେ ଥିବା ଆଉ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇସାରିଥିଲେ। ବର୍ତ୍ତମାନ ଏହି ନୂତନ ଘଟଣା ପରେ ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୯ ଛୁଇଁଛି।

ଆହୁରି ପଢ଼ନ୍ତୁ: ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ସଇଁନ୍ତଳା ଆରଆଇ, ମାଡ଼ିବସିଲା ଭିଜିଲାନ୍ସ

ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତ କଏଦୀଙ୍କୁ ଅନ୍ୟ ସଂକ୍ରମିତଙ୍କ ଭଳି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯିବ। ଏହା ସହିତ ସେମାନଙ୍କୁ କାଉନସେଲିଂ ଏବଂ ନିୟମିତ ସ୍ୱାସ୍ଥ୍ୟ ତଦାରଖ ସୁବିଧା ପ୍ରଦାନ କରାଯାଉଛି। ଅନ୍ୟ କଏଦୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜେଲ ପରିସରରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଏଚଆଇଭି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଜେଲ୍ ପ୍ରଶାସନ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର