କୁଆଖାଇ ନଦୀରେ ବୁଡି ବୃଦ୍ଧା ମୃତ 

The Sakala Picture
Published On

ନନ୍ଦନକାନନ: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାରିମୁଣ୍ଡ ଗ୍ରାମର ଟିକେଇ ବାରିକ ନାମକ ଜଣେ ବୃଦ୍ଧା କୁଆଖାଇ ନଈରେ ବୁଡିଯାଇ ମୃତ୍ୟୁ ହୋଇଥିବା  ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସେ ବାରିମୁଣ୍ଡ ରାମଗଡ଼ ସାହିରେ ରୁହନ୍ତି । ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ରାମଗଡ଼ ସାହିସ୍ଥିତ କୁଆଖାଇ ନଈ ତୁଠକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ଅକସ୍ମାତ ନଈର ଗଭୀର ସୁଅ ମଧ୍ୟରେ ପଡି ବୁଡିଯାଇଥିଲେ। ସେପଟ ତୁଠରେ ଥିବା କିଛି ଲୋକ ଦେଖି ଡାକ ପକାଇଥିଲେ। […]

ନନ୍ଦନକାନନ: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାରିମୁଣ୍ଡ ଗ୍ରାମର ଟିକେଇ ବାରିକ ନାମକ ଜଣେ ବୃଦ୍ଧା କୁଆଖାଇ ନଈରେ ବୁଡିଯାଇ ମୃତ୍ୟୁ ହୋଇଥିବା  ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସେ ବାରିମୁଣ୍ଡ ରାମଗଡ଼ ସାହିରେ ରୁହନ୍ତି ।

ଆହୁରି ପଢ଼ନ୍ତୁ: କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ

ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ରାମଗଡ଼ ସାହିସ୍ଥିତ କୁଆଖାଇ ନଈ ତୁଠକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ଅକସ୍ମାତ ନଈର ଗଭୀର ସୁଅ ମଧ୍ୟରେ ପଡି ବୁଡିଯାଇଥିଲେ। ସେପଟ ତୁଠରେ ଥିବା କିଛି ଲୋକ ଦେଖି ଡାକ ପକାଇଥିଲେ। ଡାକ ଶୁଣି ଲୋକେ ଟିକିଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି କରିବା ପରେ ଅଳ୍ପଦୂର ଆଗରେ ଥିବା ପାଣିଟାଙ୍କି ପାଖରେ ନଈରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଡାକ୍ତର ସେଠାରେ ଟିକିଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣା ପଡିଛି। ତାଙ୍କ ପୁଅ ପ୍ରଶାନ୍ତ ବାରିକ ଓ ଅନ୍ୟମାନେ ଡାକ୍ତରଖାନା ନେଇ ଯାଇଥିଲେ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର