ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ: ରାଜ୍ୟରେ ପୁଣି ଉପରମୁହାଁ ହେଲାଣି ଖାଇବା ତେଲ ଦର

The Sakala Picture
Published On

କଟକ: ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଅନୁଭୂତ ହୋଇଛି। ବିଗତ କିଛି ମାସ ମଧ୍ୟରେ ଅତ୍ୟାବଶକୀୟ ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଚିନ୍ତାଜନକ ହୋଇଛି। ସୋରିଷତେଲ, ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଦରରେ ଗତ ଦେଢ଼ ମାସ ପୂର୍ବରୁ କମିବା ଟ୍ରେଣ୍ଡ ଦେଖାଯାଇଥିଲା। ପୁଣି ଏହା ନିୟମିତ ବୃଦ୍ଧି ପାଉଛି। ଖୁଚୁରା ବଜାରରେ ଗତ ଏକ ସପ୍ତାହ ମଧ୍ୟରେ ଲିଟର ପ୍ରତି ଏସବୁ ତେଲ ଲିଟର ପ୍ରତି ୩ରୁ ୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ହୋଲସେଲ ମାର୍କେଟରେ ତେଲଦର ସ୍ଥିର ରହିଛି। […]

କଟକ: ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଅନୁଭୂତ ହୋଇଛି। ବିଗତ କିଛି ମାସ ମଧ୍ୟରେ ଅତ୍ୟାବଶକୀୟ ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଚିନ୍ତାଜନକ ହୋଇଛି। ସୋରିଷତେଲ, ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଦରରେ ଗତ ଦେଢ଼ ମାସ ପୂର୍ବରୁ କମିବା ଟ୍ରେଣ୍ଡ ଦେଖାଯାଇଥିଲା। ପୁଣି ଏହା ନିୟମିତ ବୃଦ୍ଧି ପାଉଛି। ଖୁଚୁରା ବଜାରରେ ଗତ ଏକ ସପ୍ତାହ ମଧ୍ୟରେ ଲିଟର ପ୍ରତି ଏସବୁ ତେଲ ଲିଟର ପ୍ରତି ୩ରୁ ୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ହୋଲସେଲ ମାର୍କେଟରେ ତେଲଦର ସ୍ଥିର ରହିଛି। ପାମୋଲିନ ତେଲ ଗତ କିଛି ଦିନ ତଳେ ଲିଟର ପ୍ରତି ୧୧୫ ଟଙ୍କାକୁ ଖସି ଆସିଥିଲା। ହେଲେ ୫-୬ଦିନ ଭିତରେ ଏହି ଦର ଲିଟରପ୍ରତି ୧୨୫ଟଙ୍କା ହେଲାଣି। ସୋରିଷତେଲ ଲିଟର ପ୍ରତି ୧୫୫ରୁ ୧୫୭ଟଙ୍କା ଥିଲା। ଏବେ ଏହା ୧୬୦ଟଙ୍କା ହୋଇଛି। ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୫୦ଟଙ୍କା ରହିଥିଲା ହେଲେ ଏବେ ଏହା ୧୫୫ଟଙ୍କା ହୋଇଯାଇଛି। ଗତ ୬ମାସ ରେ ଖାଇବା ତେଲ ଦର ବୃଦ୍ଧି ଚିନ୍ତାଜନକ ରହିଥିଲା। ଏପରିକି ଏହା ସର୍ବୋଚ୍ଚ ୨୦୦ଟଙ୍କା ଲିଟର ଛୁଇଁଥିଲା। ମାଲେସିଆରେ ବିଗତ ୬ମାସ ମଧ୍ୟରେ ପାମୋଲିନ ତେଲ ଉତ୍ପାଦନ କମିଥିବାରୁ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି। କଟକ ମାଲଗୋଦାମରେ ଦୈନିକ ପ୍ରାୟ ୫କୋଟିର ଖାଇବା ତେଲ କାରବାର ହୋଇଥାଏ। ଯାହା ଏବେ ୩୦ ପ୍ରତିଶତ କମିଥିବା କହନ୍ତି କଟକ ମାଲଗୋଦାମ ବ୍ୟବସାୟୀ ପ୍ରଫୁଲ୍ଲ ଛାଟୋଇ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଡିଜେଲ ଦର ଅହେତୁକ ଭାବେ ବଢ଼ିଚାଲିବା ପରିବହନ ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇେଦଇଛି। ଲୋଡିଂ ଅନଲୋଡିଂରେ ନିୟୋଜିତ ଶ୍ରମିକଙ୍କ ମଜୁରି ମଧ୍ୟ ପୂର୍ବାପେକ୍ଷା ବଢ଼ିଛି। ନିକଟରେ କେନ୍ଦ୍ର ସରକାର ଆମଦାନୀ କର ୧୦ ପ୍ରତିଶତ କମାଇବା ପରେ ଦର କମିଥିଲା। ଏବେ ଏକ ସପ୍ତାହ ଧରି ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି। ବ୍ୟବସାୟୀଙ୍କ କହିବାନୁସାରେ, ତେଲଦର ବଢ଼ିବାର ଆମଦାନୀ ଉପରେ ପ୍ରଭାବ ରହିଛି। କରୋନା ପରଠାରୁ ମାଲଗୋଦାମ ବ୍ୟବସାୟ ୩୦ ପ୍ରତିଶତ ଖସିଆସିଛି।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର