ଟିକାକରଣରେ ଓଡ଼ିଶାର ନୂଆ କୀର୍ତ୍ତିମାନ : ଦିନକରେ ଲକ୍ଷେ ବୟସ୍କ ନାଗରିକଙ୍କୁ ଟିକା

The Sakala Picture
Published On

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଆଜି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକା ଦେବାରେ ସଫଳତା ଅର୍ଜନ କରିଛି ଓଡ଼ିଶା। ଦିନକୁ ୧ ଲକ୍ଷ ବୟସ୍କ ନାଗରିକଙ୍କୁ ଟିକା ଦେବା ପାଇଁ ତିନିଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୪୬ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। […]

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଆଜି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକା ଦେବାରେ ସଫଳତା ଅର୍ଜନ କରିଛି ଓଡ଼ିଶା। ଦିନକୁ ୧ ଲକ୍ଷ ବୟସ୍କ ନାଗରିକଙ୍କୁ ଟିକା ଦେବା ପାଇଁ ତିନିଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୪୬ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ଟିକା ନେଇଥିବା ବୟସ୍କ ନାଗରିକଙ୍କ ସଂଖ୍ୟା ସାଢ଼େ ଚାରି ଲକ୍ଷରେ ପହଞ୍ଚିଛି। ଆଜି ସମୁଦାୟ ୧୨୧୫୭୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ୬୦ ବର୍ଷରୁ ଊର୍ଦ୍ଧ୍ବ ୯୫୫୭୬ ଜଣ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ୪୬୯୭ ଜଣ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ସଫଳତା ପଛରେ ଉଭୟ ସରକାର ଓ ଜନାସାଧାରଣଙ୍କର ସହଭାଗିତା ରହିଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜି ଆମେ ଏହି ସଫଳତା ପାଇଛୁ। ଏପରି ଉଦ୍ୟମ ବଳରେ ଆମେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବୟସ୍କ ନାଗରିକଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିବୁ। ଟିକାକରଣ ହାର ଉତ୍ସାହଜନକ ଥିଲେ ସୁଦ୍ଧା ବିପଦ ଟଳି ନାହିଁ। ଟିକା ନେବା ସତ୍ତ୍ବେ ପୂର୍ବ ଭଳି ଆମେ ସମସ୍ତେ ସତର୍କ ରହିଲେ ଶୂନ୍ୟ କରୋନା ସଂକ୍ରମଣ ଲକ୍ଷ୍ୟରେ ପହଞ୍ଚିପାରିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

କୋଭିଡ୍‍ ଟିକାକରଣ ନେଇ ଆସନ୍ତା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ଅଛି। ଆଜି ସୁଦ୍ଧା ୪୪୩୮୮୫ ବୟସ୍କ ନାଗରିକ ଟିକା ନେଲେଣି। ଆଜି ସୁଦ୍ଧା ୩୦୫୭୬୪ ସ୍ୱାସ୍ଥ୍ୟକର୍ମୀ ପ୍ରତମ ଡୋଜ୍‍ ଓ ୨୩୬୭୯୫ ଜଣ ଦ୍ୱିତୀୟ ଡୋଜ୍‍, ୧୭୬୫୪୩ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‍ ଏବଂ ୯୫୬୩୨ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ୨୨୭୪୩ ରୋଗୀ ଟିକା ନେଇଛନ୍ତି। ଏହାକୁ ମିଶାଇ ସମୁଦାୟ ୧୨୮୧୩୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

16 Mar 2021 By The Sakala

ଟିକାକରଣରେ ଓଡ଼ିଶାର ନୂଆ କୀର୍ତ୍ତିମାନ : ଦିନକରେ ଲକ୍ଷେ ବୟସ୍କ ନାଗରିକଙ୍କୁ ଟିକା

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଆଜି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଟିକା ଦେବାରେ ସଫଳତା ଅର୍ଜନ କରିଛି ଓଡ଼ିଶା। ଦିନକୁ ୧ ଲକ୍ଷ ବୟସ୍କ ନାଗରିକଙ୍କୁ ଟିକା ଦେବା ପାଇଁ ତିନିଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୪୬ ଲକ୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଟିକାକରଣ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଇତିମଧ୍ୟରେ ଟିକା ନେଇଥିବା ବୟସ୍କ ନାଗରିକଙ୍କ ସଂଖ୍ୟା ସାଢ଼େ ଚାରି ଲକ୍ଷରେ ପହଞ୍ଚିଛି। ଆଜି ସମୁଦାୟ ୧୨୧୫୭୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ୬୦ ବର୍ଷରୁ ଊର୍ଦ୍ଧ୍ବ ୯୫୫୭୬ ଜଣ ଏବଂ ୪୫ରୁ ୫୯ ବର୍ଷ ମଧ୍ୟରେ ୪୬୯୭ ଜଣ ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ସଫଳତା ପଛରେ ଉଭୟ ସରକାର ଓ ଜନାସାଧାରଣଙ୍କର ସହଭାଗିତା ରହିଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲାପାଳ, ମହାନଗର ନିଗମ କମିସନରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଆଜି ଆମେ ଏହି ସଫଳତା ପାଇଛୁ। ଏପରି ଉଦ୍ୟମ ବଳରେ ଆମେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବୟସ୍କ ନାଗରିକଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିବୁ। ଟିକାକରଣ ହାର ଉତ୍ସାହଜନକ ଥିଲେ ସୁଦ୍ଧା ବିପଦ ଟଳି ନାହିଁ। ଟିକା ନେବା ସତ୍ତ୍ବେ ପୂର୍ବ ଭଳି ଆମେ ସମସ୍ତେ ସତର୍କ ରହିଲେ ଶୂନ୍ୟ କରୋନା ସଂକ୍ରମଣ ଲକ୍ଷ୍ୟରେ ପହଞ୍ଚିପାରିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କୋଭିଡ୍‍ ଟିକାକରଣ ନେଇ ଆସନ୍ତା ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ଅଛି। ଆଜି ସୁଦ୍ଧା ୪୪୩୮୮୫ ବୟସ୍କ ନାଗରିକ ଟିକା ନେଲେଣି। ଆଜି ସୁଦ୍ଧା ୩୦୫୭୬୪ ସ୍ୱାସ୍ଥ୍ୟକର୍ମୀ ପ୍ରତମ ଡୋଜ୍‍ ଓ ୨୩୬୭୯୫ ଜଣ ଦ୍ୱିତୀୟ ଡୋଜ୍‍, ୧୭୬୫୪୩ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‍ ଏବଂ ୯୫୬୩୨ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ସେହିପରି ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ୨୨୭୪୩ ରୋଗୀ ଟିକା ନେଇଛନ୍ତି। ଏହାକୁ ମିଶାଇ ସମୁଦାୟ ୧୨୮୧୩୬୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର