୨୭ ତାରିଖ ଯାଏ ଜାରି ରହିବ କୁହୁଡି, ୨୮ରୁ ପୁଣି ଫେରିବ ଶୀତ ଲହରୀ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତନ ହୋଇ ଉତର-ପଶ୍ଚିମ ମୁହାଁ ହେବ। ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା ୨ ରୁ ୩ […]

ଭୁବନେଶ୍ବର : ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତନ ହୋଇ ଉତର-ପଶ୍ଚିମ ମୁହାଁ ହେବ। ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମିଯିବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ

ଅନ୍ୟପଟେ ରାଜ୍ୟରେ ଉପରେ ରହିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏଣିକି ଜାଡ ସହ ଘନ କୁହୁଡି କରିବ କଲବଲ। ୨୮ ତାରିଖରୁ ରାଜ୍ୟରେ ରାଜ କରିବ ଶୀତ ଲହରୀ। ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୪୮ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା କନ୍ଧମାଳ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଠାରୁ ୨୭ ତାରିଖ ସକାଳ ଯାଏଁ ଦକ୍ଷୀଣ ଉପକୂଳ ଓଡିଶାର ୮ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ସେପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ଏବଂ ସୋନପୁର କୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୯ ତାରିଖ ସକାଳୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୭ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ଦେବଗଡ ଏବଂ ସୋନପୁର କୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଅନ୍ୟପଟେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଫେବୃୟାରୀ ୨ କିମ୍ବା ୩ ତାରିଖ ରାତିରେ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଫେବୃୟାରୀ ୨ ରୁ ୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକ ଆଡ଼କୁ ଏହା ଗତି କରିବ।ମୁଖ୍ୟତଃ ପଶ୍ଚିମ ଏବଂ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପାଣିପାଗରେ କୌଣସି ପରବର୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

25 Jan 2022 By The Sakala

୨୭ ତାରିଖ ଯାଏ ଜାରି ରହିବ କୁହୁଡି, ୨୮ରୁ ପୁଣି ଫେରିବ ଶୀତ ଲହରୀ

ଭୁବନେଶ୍ବର : ରାଜ୍ୟରେ ଜାନୁଆରୀ ୨୭ ତାରିଖ ଯାଏଁ କୁହୁଡି ଜାରି ରହିବ । ଦକ୍ଷିଣ-ପଶ୍ଚିମ ଦିଗରୁ ପ୍ରବାହିତ ବାୟୁ ଯୋଗୁଁ ଏଭଳି ପରିସ୍ଥିତି ଜାରି ରହିବ ଏବଂ ତା’ ପରେ ପାଣିପାଗରେ ପରିବର୍ତନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପବନର ଦିଗ ଜାନୁଆରୀ ୨୭ ତାରିଖ ରାତିରୁ ପରିବର୍ତନ ହୋଇ ଉତର-ପଶ୍ଚିମ ମୁହାଁ ହେବ। ଏହି ସମୟରେ ଆକାଶ ନିର୍ମଳ ରହିବ ଏବଂ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମିଯିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ରାଜ୍ୟରେ ଉପରେ ରହିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ଏଣିକି ଜାଡ ସହ ଘନ କୁହୁଡି କରିବ କଲବଲ। ୨୮ ତାରିଖରୁ ରାଜ୍ୟରେ ରାଜ କରିବ ଶୀତ ଲହରୀ। ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୪୮ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା କନ୍ଧମାଳ, ନୟାଗଡ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଠାରୁ ୨୭ ତାରିଖ ସକାଳ ଯାଏଁ ଦକ୍ଷୀଣ ଉପକୂଳ ଓଡିଶାର ୮ଟି ଜିଲ୍ଲାକୁ ଘନ କୁହୁଡି ସତର୍କତା ଜାରି ହୋଇଛି ।

ସେପଟେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏଥିପାଇଁ ୨୮ ରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୪ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର ଏବଂ ସୋନପୁର କୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୯ ତାରିଖ ସକାଳୁ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୭ ଜିଲ୍ଲା ଝାରସୁଗୁଡା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳ, ଦେବଗଡ ଏବଂ ସୋନପୁର କୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଫେବୃୟାରୀ ୨ କିମ୍ବା ୩ ତାରିଖ ରାତିରେ ପଶ୍ଚିମ ଓଡ଼ିଶାରେ କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଫେବୃୟାରୀ ୨ ରୁ ୪ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡ଼ିକ ଆଡ଼କୁ ଏହା ଗତି କରିବ।ମୁଖ୍ୟତଃ ପଶ୍ଚିମ ଏବଂ ଉତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପାଣିପାଗରେ କୌଣସି ପରବର୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର