ଆସୁଛି ଆଉ ଏକ ଲଘୁଚାପ! ୩ ପର୍ଯ୍ୟନ୍ତ ଭୀଷଣ ବର୍ଷା, ଫୁଲିବ ମହାନଦୀ ଓ ବ୍ରାହ୍ମଣୀ

The Sakala Picture
Published On

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଏହି ସ୍ଥିତି ପ୍ରାୟ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏମିତିକି,ଆଜିଠାରୁ ବର୍ଷାର ପ୍ରକୋପ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। କାରଣ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ […]

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଏହି ସ୍ଥିତି ପ୍ରାୟ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏମିତିକି,ଆଜିଠାରୁ ବର୍ଷାର ପ୍ରକୋପ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। କାରଣ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ପାଣିପାଗ କେନ୍ଦ୍ର କହିଛି ଯେ ବୁଧବାର କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଅପରପକ୍ଷେ, ପାଣିପାଗ କେନ୍ଦ୍ରର ଏହି ଆକଳନ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନ ମହାନଦୀରେ ୧୮ ଟି ଗେଟ୍‌‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ପୁଣି ଛତିଶଗଡ଼ ଅର୍ଥାତ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତେଣୁ ଆଗକୁ ମହାନଦୀରେ ଅଧିକ ଗେଟ୍‌‌ ଖୋଲିବା ସହ ମହାନଦୀ ଫୁଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମାନ ଭାବେ ଝାଡ଼ଖଣ୍ଡ ସହ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସକାଳେ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ଏହା ଅଧିକ ସଂଗଠିତ ହୋଇ ପଶ୍ଚିମବଙ୍ଗ ଉପରେ ବିସ୍ତୃତ ଭାବେ ରହିବ। ଏହା ପ୍ରଭାବରେ ୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସହ ୨ରେ ଏହା ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାସହ ମୌସୁମୀ ଟ୍ରଫ୍‌ ସକ୍ରିୟ ରହିଛି ଏବଂ ଏହା ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।

ଫଳରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ପୁରୀରେ ସବୁଠୁ କମ୍‌‌ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ତେବେ ଏହି ୫ ଦିନରେ ସୁନ୍ଦରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ୧୦୦-୧୫୦ ମିମି ହେବ। ସମ୍ବଲପୁର ଅଞ୍ଚଳରେ ଏହାଠାରୁ ବେଶି ବର୍ଷା ହୋଇପାରେ। ଅନ୍ୟପଟେ ଛତିଶଗଡ଼ରେ ଅଗଷ୍ଟ ୧ରୁ ୪ମଧ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିଯିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।

ସୂଚନା ଥାଉ କି, ଗତ ୩୬ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗତ ୩୬ଘଣ୍ଟାରେ ନୟାଗଡ଼ରେ ୫୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧାରେ ୪୦, ଭୁବନେଶ୍ୱରରେ ୩୩, ନୂଆପଡ଼ା ୨୮, ଜଗତସିଂହପୁର ୨୨, କଟକ ୨୨ ମିମି ବର୍ଷା ରେକର୍ଡ ହୋଇଛି।

31 Jul 2024 By The Sakala

ଆସୁଛି ଆଉ ଏକ ଲଘୁଚାପ! ୩ ପର୍ଯ୍ୟନ୍ତ ଭୀଷଣ ବର୍ଷା, ଫୁଲିବ ମହାନଦୀ ଓ ବ୍ରାହ୍ମଣୀ

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଏହି ସ୍ଥିତି ପ୍ରାୟ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏମିତିକି,ଆଜିଠାରୁ ବର୍ଷାର ପ୍ରକୋପ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। କାରଣ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ବୁଧବାର କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି।

ଅପରପକ୍ଷେ, ପାଣିପାଗ କେନ୍ଦ୍ରର ଏହି ଆକଳନ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନ ମହାନଦୀରେ ୧୮ ଟି ଗେଟ୍‌‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ପୁଣି ଛତିଶଗଡ଼ ଅର୍ଥାତ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତେଣୁ ଆଗକୁ ମହାନଦୀରେ ଅଧିକ ଗେଟ୍‌‌ ଖୋଲିବା ସହ ମହାନଦୀ ଫୁଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମାନ ଭାବେ ଝାଡ଼ଖଣ୍ଡ ସହ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବ୍ରାହ୍ମଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସକାଳେ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ଏହା ଅଧିକ ସଂଗଠିତ ହୋଇ ପଶ୍ଚିମବଙ୍ଗ ଉପରେ ବିସ୍ତୃତ ଭାବେ ରହିବ। ଏହା ପ୍ରଭାବରେ ୧ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସହ ୨ରେ ଏହା ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ଏହାସହ ମୌସୁମୀ ଟ୍ରଫ୍‌ ସକ୍ରିୟ ରହିଛି ଏବଂ ଏହା ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି।

ଫଳରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ପୁରୀରେ ସବୁଠୁ କମ୍‌‌ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ତେବେ ଏହି ୫ ଦିନରେ ସୁନ୍ଦରଗଡ଼ରୁ ବଲାଙ୍ଗିର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ୧୦୦-୧୫୦ ମିମି ହେବ। ସମ୍ବଲପୁର ଅଞ୍ଚଳରେ ଏହାଠାରୁ ବେଶି ବର୍ଷା ହୋଇପାରେ। ଅନ୍ୟପଟେ ଛତିଶଗଡ଼ରେ ଅଗଷ୍ଟ ୧ରୁ ୪ମଧ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ୪ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିଯିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପ୍ରଫେସର୍‌ ପଶୁପାଳକ କହିଛନ୍ତି।

ସୂଚନା ଥାଉ କି, ଗତ ୩୬ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଗତ ୩୬ଘଣ୍ଟାରେ ନୟାଗଡ଼ରେ ୫୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧାରେ ୪୦, ଭୁବନେଶ୍ୱରରେ ୩୩, ନୂଆପଡ଼ା ୨୮, ଜଗତସିଂହପୁର ୨୨, କଟକ ୨୨ ମିମି ବର୍ଷା ରେକର୍ଡ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର