ତତଲା କଡେଇରେ ସିଝୁଛି ଓଡ଼ିଶା: ୪୨ ଡିଗ୍ରୀ ଉପରେ ରାଜ୍ୟର ୧୮ ସ୍ଥାନର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି। ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା, ନୂଆପଡ଼ା ଓ ବଲାଙ୍ଗୀର ତାପମାତ୍ରା […]

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି। ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା, ନୂଆପଡ଼ା ଓ ବଲାଙ୍ଗୀର ତାପମାତ୍ରା ୪୪ ଡିଗ୍ରୀ ପାର କରିଛି। ୪୪.୫ ସହ ବାରିପଦାର ତାପମାତ୍ରା ଆଜି ସର୍ବାଧିକ ରହିଥିବା ବେଳେ ନୂଆପଡ଼ାର ୪୪.୪ ଓ ଓ ବଲାଙ୍ଗୀର ତାପମାତ୍ରା ୪୪  ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସେହିପରି ବୌଦ୍ଧରେ ତାପମାତ୍ରା ୪୩.୯ ଡିଗ୍ରୀ ପାର କରିଛି। ତାଳଚେର ୪୩.୮, ଅନୁଗୁଳ ୪୩.୭, ଝାରସୁଗୁଡ଼ା ୪୩.୬,  ରାଉରକେଲା ୪୩.୩, ସମ୍ବଲପୁର ୪୩.୨,  ଟିଟିଲାଗଡ଼ରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁର, ଭବାନୀପାଟଣା ଓ ଭୁବନେଶ୍ବରର ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି। ହୀରୀକୁଦ ୪୨.୪, କଟକ ୪୨.୨ ଡିଗ୍ରୀ ରେକର୍ଡ କରଯାଇଛି। ଢେଙ୍କାନାଳ ଓ ନୟାଗଡର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରଯାଇଛି। ପାରଳାଖେମୁଣ୍ଡି ୪୧.୮ ଓ କେନ୍ଦ୍ରାପଡ଼ାର ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଜଗତସିଂହପୁର ୪୧.୫, ଦେବଗଡ଼ର ତାପମାତ୍ରା ୪୧ .୪ ଡିଗ୍ରୀ ରେକର୍ଡ କରଯାଇଛି। ଯାଜପୁର, କେନ୍ଦୁଝର ଓ ଭଦ୍ରକର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରଯାଇଛି। ଚନ୍ଦବାଲୀ ଓ ମଲକାନଗିରିର ତାପମାତ୍ରା ୪୦. ୯ ଡିଗ୍ରୀ ରେକର୍ଡ କରାଯାଇଛି।  ସେହିପରି ବରଗଡ଼ ୪୦.୬, ଖୋର୍ଦ୍ଧା ଓ ରାୟଗଡ଼ା ୪୦.୫ ଡିଗ୍ରୀ ତାପମତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

 

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର