ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିବା ବେଳେ ରାଜ୍ୟରେ ଜନ୍ମ ନେଲେ ୩୫୦ ନବଜାତ, ବାଲେଶ୍ବରରୁ ସର୍ବାଧିକ ୧୬୫ ନବଜାତଙ୍କ ଜନ୍ମ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିଲା। ଏହାରି ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଜନ୍ମ ନେଇଛନ୍ତି। ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟସ୍’ ରଖାଯାଇଥିବା ଜଣାପଡ଼ିଛି । ‘ୟସ୍’ ରଖାଯାଇଥିବା ୨ନବଜାତ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକରେ ସୋନାଲି ମଇତି ଓ ବାଦଲ ମଇତି ପୁଅର ନାଁ ‘ୟସ୍’ ରଖିଛନ୍ତି । ସମାନ ଭାବେ କେନ୍ଦ୍ରାପଡ଼ା ରାଜନଗର […]

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିଲା। ଏହାରି ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଜନ୍ମ ନେଇଛନ୍ତି। ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟସ୍’ ରଖାଯାଇଥିବା ଜଣାପଡ଼ିଛି । ‘ୟସ୍’ ରଖାଯାଇଥିବା ୨ନବଜାତ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକରେ ସୋନାଲି ମଇତି ଓ ବାଦଲ ମଇତି ପୁଅର ନାଁ ‘ୟସ୍’ ରଖିଛନ୍ତି । ସମାନ ଭାବେ କେନ୍ଦ୍ରାପଡ଼ା ରାଜନଗର ହରିଣପୋଖରୀ ଗାଁର ସରସ୍ୱତୀ ବୈରାଗୀ ଝିଅର ନାଁ ‘ୟସ୍’ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ବାତ୍ୟା ‘ୟସ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜୁନ୍ ୧ ସୁଦ୍ଧା ପ୍ରସବ ତାରିଖ ଥିବା ୬ ହଜାର ୫ଶହ ଗର୍ଭବତୀଙ୍କୁ ଚିହ୍ନଟ କରି ହସ୍ପିଟାଲକୁ ଆଣିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଆସନ୍ନ ପ୍ରସବାଙ୍କୁ ମେଡିକାଲ ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ବାତ୍ୟା ସକାଳ ୯ଟା ବେଳେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚୁଥାଏ । ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ୧୬୫ ନବଜାତ ଜନ୍ମ ନେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ଜନ୍ମ ହୋଇଥିବା ନବଜାତଙ୍କ ମଧ୍ୟରେ ୭୯ ଜଣ ପୁଅ ଥିବାବେଳେ ୮୬ ଜଣ ଝିଅ । ସେହିଭଳି ବାତ୍ୟା ପ୍ରଭାବିତ ଭଦ୍ରକରେ ୩୭ ପୁଅ ଓ ୨୨ ଝିଅଙ୍କୁ ମିଶାଇ ୬୦ ଜଣ ନବଜାର ଜନ୍ମ ହୋଇଛନ୍ତି । ଧାମରା ନିକଟ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୩ ଜଣ ନବଜାତ ଜନ୍ମ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ୬୬ ଜଣ ନବଜାତ ଜନ୍ମ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୪୦, ଜଗତସିଂହପୁରରେ ୧୩, କେନ୍ଦୁଝର ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ଛୁଆ ଜନ୍ମ ନେଇଛନ୍ତି ।

27 May 2021 By The Sakala

ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିବା ବେଳେ ରାଜ୍ୟରେ ଜନ୍ମ ନେଲେ ୩୫୦ ନବଜାତ, ବାଲେଶ୍ବରରୁ ସର୍ବାଧିକ ୧୬୫ ନବଜାତଙ୍କ ଜନ୍ମ

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ‘ୟସ୍’ ତାଣ୍ଡବ ରଚୁଥିଲା। ଏହାରି ମଧ୍ୟରେ ଏକ ରୋଚକ ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।  ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଜନ୍ମ ନେଇଛନ୍ତି। ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨ ଜଣଙ୍କ ନାଁ ‘ୟସ୍’ ରଖାଯାଇଥିବା ଜଣାପଡ଼ିଛି । ‘ୟସ୍’ ରଖାଯାଇଥିବା ୨ନବଜାତ ହେଉଛନ୍ତି ବାଲେଶ୍ୱର ସଦର ବ୍ଲକରେ ସୋନାଲି ମଇତି ଓ ବାଦଲ ମଇତି ପୁଅର ନାଁ ‘ୟସ୍’ ରଖିଛନ୍ତି । ସମାନ ଭାବେ କେନ୍ଦ୍ରାପଡ଼ା ରାଜନଗର ହରିଣପୋଖରୀ ଗାଁର ସରସ୍ୱତୀ ବୈରାଗୀ ଝିଅର ନାଁ ‘ୟସ୍’ ରଖିଛନ୍ତି ।

ବାତ୍ୟା ‘ୟସ୍’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜୁନ୍ ୧ ସୁଦ୍ଧା ପ୍ରସବ ତାରିଖ ଥିବା ୬ ହଜାର ୫ଶହ ଗର୍ଭବତୀଙ୍କୁ ଚିହ୍ନଟ କରି ହସ୍ପିଟାଲକୁ ଆଣିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଆସନ୍ନ ପ୍ରସବାଙ୍କୁ ମେଡିକାଲ ନିଆଯାଇଥିଲା ।

ବାତ୍ୟା ସକାଳ ୯ଟା ବେଳେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚୁଥାଏ । ସେହି ସମୟରେ ବାଲେଶ୍ୱର ଜିଲ୍ଲାରେ ୧୬୫ ନବଜାତ ଜନ୍ମ ନେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ଜନ୍ମ ହୋଇଥିବା ନବଜାତଙ୍କ ମଧ୍ୟରେ ୭୯ ଜଣ ପୁଅ ଥିବାବେଳେ ୮୬ ଜଣ ଝିଅ । ସେହିଭଳି ବାତ୍ୟା ପ୍ରଭାବିତ ଭଦ୍ରକରେ ୩୭ ପୁଅ ଓ ୨୨ ଝିଅଙ୍କୁ ମିଶାଇ ୬୦ ଜଣ ନବଜାର ଜନ୍ମ ହୋଇଛନ୍ତି । ଧାମରା ନିକଟ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୩ ଜଣ ନବଜାତ ଜନ୍ମ ହୋଇଛନ୍ତି ।

ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ୬୬ ଜଣ ନବଜାତ ଜନ୍ମ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୪୦, ଜଗତସିଂହପୁରରେ ୧୩, କେନ୍ଦୁଝର ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ଛୁଆ ଜନ୍ମ ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର