ସକାଳୁ ଅସହ୍ୟ ତାତି : ୧ ପର୍ଯ୍ୟନ୍ତ ତ୍ରାହି ନାହିଁ, ଆହୁରି ୩ ଦିନ କରିବ କଲବଲ
ଭୁବନେଶ୍ବର : ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଅଧିକାଂଶ ସହରରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବା ବେଳେ ତାପମାତ୍ରା ସ୍ୱାଭାବିକ ତୁୁଳନାରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ୧୧ଟା ନ ବାଜୁଣୁ ୪୦ ଡିଗ୍ରୀ ଡେଇଁ ଯାଉଛି। ଫଳରେ ସକାଳୁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ରବିବାର ରାଜ୍ୟର ୨୭ […]
ଭୁବନେଶ୍ବର : ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଅଧିକାଂଶ ସହରରେ ତାପମାତ୍ରା ୪୨ ଡିଗ୍ରୀ ଟପିଥିବା ବେଳେ ତାପମାତ୍ରା ସ୍ୱାଭାବିକ ତୁୁଳନାରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ୧୧ଟା ନ ବାଜୁଣୁ ୪୦ ଡିଗ୍ରୀ ଡେଇଁ ଯାଉଛି। ଫଳରେ ସକାଳୁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି।
ରବିବାର ରାଜ୍ୟର ୨୭ ସହରରେ ଦିନ ତାପମାତ୍ର ୪୦ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ରହିଛି। ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ନିଆଁ ବର୍ଷା । ସକାଳ ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ପାର କରିଛି ୧୦ ସହରର ତାପମାତ୍ରା । ୩୬ ଡିଗ୍ରୀ ସହ ବାଲେଶ୍ୱର ଓ ବାରିପଦା ସବୁଠୁ ଉତପ୍ତ ସହର ପାଲଟିଛି । ମାଲକାନଗିର ଓ କେନ୍ଦୁଝରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭବନୀପାଟଣାରେ ପାରଦ ୩୪.୪, ଭୁବନେଶ୍ୱରରେ ୩୩.୮, କଟକରେ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ବାରିପଦା୩୬°C
ବାଲେଶ୍ୱର ୩୬°C
ମାଲକାନଗିରି ୩୫°C
କେନ୍ଦୁଝର ୩୫°C
ଭବାନୀପାଟଣା ୩୪.୪°C
ଭୁବନେଶ୍ୱର ୩୩.୮°C
ଜଗତସିଂହପୁର ୩୩.୪°C
ଅନୁଗୁଳ ୩୩°C
ବୌଦ୍ଧ ୩୩°C
ଟିଟଲାଗଡ ୩୩°C
କଟକ ୩୨.୬°C— Meteorological Centre, Bhubaneswar (@mcbbsr) April 29, 2024
ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ତାତି ଓ ଗୁଳୁଗୁଳିରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ। ସାମୁଦ୍ରିକ ବାୟୁର ପ୍ରବାହ ଯୋଗୁ ୨ରୁ ୪ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିପାରେ। କିନ୍ତୁ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ। ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୁଳୁଗୁଳି ଅଧିକ ରହିବ। ଏହାପରେ ତାତି ବଢ଼ିବ ବୋଲି ସେ ଆକଳନ କରିଛନ୍ତି। ସେହିପରି ଏପ୍ରିଲ ଓ ମେ’ ମାସରେ ବଡ଼ ବର୍ଷା କିମ୍ୱା କାଳବୈଶାଖୀର ସମ୍ଭାବନା ନାହିଁ। ତେଣୁ ତାପମାତ୍ରା ହ୍ରାସ ପାଇବାର କୌଣସି ଆଶା ନାହିଁ ବୋଲି ସେ କହିଛନ୍ତି।
Past 24 hours Realized #MaximumTemperature (ºC) and Departure (ºC) from normal pic.twitter.com/K7bMDoSaab
— Meteorological Centre, Bhubaneswar (@mcbbsr) April 29, 2024
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁର ପ୍ରବାହ ହେତୁ ଆସନ୍ତା ୨୪ ଘଣ୍ଟାରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏଭଳି ସ୍ଥିତି ଆଗକୁ ଜାରି ରହିବା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗ୍ରୀଷ୍ମ ପ୍ରବାହ ଭଳି ସ୍ଥିତି ସୃଷ୍ଟି ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ଆଦିରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଦେବଗଡ଼ ଓ ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।