ଲଣ୍ଡନରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ମନ୍ଦିର, ୨୫୦ କୋଟି ଦାନକଲେ ଓଡ଼ିଆ ଉଦ୍ୟୋଗୀ
ଭୁବନେଶ୍ୱର: ଲଣ୍ଡନ୍ରେ ଖୁବ ଶୀଘ୍ର ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ବ୍ୟବସାୟୀ ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଫିନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ଏହି ଅର୍ଥ ଦାନ ଦେଇଛନ୍ତି। ପେସାରେ ଜଣେ ବ୍ୟାଙ୍କର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପଟ୍ଟନାୟକ ଅନେକ ଆର୍ଥିକ ପ୍ରତିଷ୍ଠାନରେ […]
ଭୁବନେଶ୍ୱର: ଲଣ୍ଡନ୍ରେ ଖୁବ ଶୀଘ୍ର ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ବ୍ୟବସାୟୀ ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଫିନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ଏହି ଅର୍ଥ ଦାନ ଦେଇଛନ୍ତି। ପେସାରେ ଜଣେ ବ୍ୟାଙ୍କର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ପଟ୍ଟନାୟକ ଅନେକ ଆର୍ଥିକ ପ୍ରତିଷ୍ଠାନରେ କାର୍ଯ୍ୟ କରିଛନ୍ତି। ପରେ ଚାକିରି ଛାଡି ସେ ଉଦ୍ୟୋଗୀ ହେବାକୁ ମନସ୍ଥ କରିଥିଲେ। ଶ୍ରୀ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା, ଫିନ୍ଟେକ୍, ରିଟେଲ, ଗ୍ରୀନ୍ ସୋଲାର ଏନର୍ଜି, ରିଫାଇନେରୀ ଆଦି ଅନେକ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିଛନ୍ତି।
ଚଳିତମାସ ଏପ୍ରିଲ ୨୩ରେ ଏସ୍ଜେଏସ୍ୟୁକେର ୟୁକେ ନଭନାଟ ସେଣ୍ଟର ଲଣ୍ଡନଠାରେ ଅନୁଷ୍ଠିତ ପ୍ରଥମ ଶ୍ରୀଜଗନ୍ନାଥ ସମ୍ମିଳନୀରେ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ, ମହାରାଣୀ ଲୀଳାବତୀ ପଦ୍ମାବତୀଙ୍କ ଉପସ୍ଥିତିରେ ୟୁକେ ଶ୍ରୀଜଗନ୍ନାଥ ସୋସାଇଟିର ମୁଖ୍ୟ ଡ. ଶେଷଦେବ ସ୍ୱାଇଁ ଓ ଫିନେଷ୍ଟ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଅରୁଣ କର ଏହା ଘୋଷଣା କରିଥିଲେ। ଏହି ଅବସରରେ ଶ୍ରୀ କର କହିଥିଲେ ଯେ, ମନ୍ଦିର ନିର୍ମାଣ କରିବାକୁ ଫିନେଷ୍ଟ ଗ୍ରୁପ ୧୫ ଏକର ଜମି କ୍ରୟ କରିବା ପାଇଁ ୭୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ। ମନ୍ଦିର ପାଇଁ ଜମି ଚିହ୍ନଟ ହୋଇଥିବାବେଳେ କ୍ରୟ କରିବା ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪ ମସିହା ସୁଦ୍ଧା ମନ୍ଦିରର ପ୍ରଥମ ପର୍ୟ୍ୟାୟ ନିର୍ମାଣ କାର୍ୟ୍ୟ ଶେଷ ହେବ । ଆଜକୁ ୩ବର୍ଷ ପୂର୍ବେ ବ୍ରିନେଟରେ ରହୁଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ସୋସାଇଟି ଗଠନ କରାଯାଇଥିଲା ।