ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ, ନିୟମିତ କରିବା ଦାବିରେ ଲୋୟର୍ ପିଏମଜିରେ ଧାରଣା

Madhusudan Das Picture
Published On

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ପରେ ଆନ୍ଦୋଳନକୁ ଓଲ୍ହାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଭୁବନେଶ୍ୱର ଲୋୟର୍ ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲା ସଂଘ । ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହାଜରରୁ ଉର୍ଦ୍ଧ୍ୱ କାର୍ଯ୍ୟରତ । ରାଜ୍ୟରେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଅଗଷ୍ଟ ୨୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ୪ ମାସ ବିତିଯାଇଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କନିଷ୍ଠ ଶିକ୍ଷକ ସଂଘ । ସେଥିପାଇଁ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଧାରଣାରେ ବସିଲା ସଂଘ ।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, କାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍

Join Us @ WhatsApp

About The Author

Google News
Join Us @ WhatsApp