ଶିଶୁଙ୍କ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧ ରାଜ୍ୟ

The Sakala Picture
Published On

ଭୁବନେଶ୍ବର : ଶିଶୁମାନଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । Achieving a major milestone, #Odisha has registered the highest percentage of fully immunised children (90.5%) in […]

ଭୁବନେଶ୍ବର : ଶିଶୁମାନଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ।

ଆହୁରି ପଢ଼ନ୍ତୁ: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

ଏହି ରିପୋର୍ଟରେ କୁହାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା । ଏହି ସର୍ଭେ ରିପୋର୍ଟକୁ ଗତ ବୁଧବାରଦିନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନିତି ଆୟୋଗ ସଦସ୍ୟ ଡ.ଭି.କେ. ପଲ ଉନ୍ମୋଚନ କରିଥିଲେ ।

ଅନ୍ୟପଟେ ଓଡ଼ିଶାରେ ୯୨.୨% ଗର୍ଭବତୀଙ୍କର ଡାକ୍ତରୀ ଅନୁଷ୍ଠାନରେ ପ୍ରସବ ହୋଇଛି। ୮୧.୫% ମହିଳା ଋତୁସ୍ରାବ ସମୟରେ ସ୍ବାସ୍ଥ୍ୟକର ଉପାୟ ଆପଣେଇଛନ୍ତି । ୧୫ରୁ ୨୪ ବର୍ଷୀୟା ମହିଳାଙ୍କ ଉପରେ ସାରା ଦେଶରେ ହୋଇଥିଲା ସର୍ଭେ। ଏହି କ୍ଷେତ୍ରରେ ଜାତୀୟ ହାର ୭୭.୩% ରହିଥିବା ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ସୂଚନା ଦିଆଯାଇଛି।

26 Nov 2021 By The Sakala

ଶିଶୁଙ୍କ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧ ରାଜ୍ୟ

ଭୁବନେଶ୍ବର : ଶିଶୁମାନଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ୨ୟ ପର୍ଯ୍ୟାୟ ରିପୋର୍ଟରେ ଏହା କୁହାଯାଇଛି । ଓଡ଼ିଶାର ଏହି ସଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ୧୨ ମାସରୁ ୨୩ ମାସ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ନଂ ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ୧୨ ମାସରୁ ୨୩ ମାସର ପ୍ରାୟ ୯୦.୫ ପ୍ରତିଶତ ଶିଶୁଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ୨ୟ ପର୍ଯ୍ୟାୟ ସର୍ଭେରେ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାମିଲ କରାଯାଇଥିଲା । ଏହି ସର୍ଭେ ରିପୋର୍ଟକୁ ଗତ ବୁଧବାରଦିନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନିତି ଆୟୋଗ ସଦସ୍ୟ ଡ.ଭି.କେ. ପଲ ଉନ୍ମୋଚନ କରିଥିଲେ ।

ଅନ୍ୟପଟେ ଓଡ଼ିଶାରେ ୯୨.୨% ଗର୍ଭବତୀଙ୍କର ଡାକ୍ତରୀ ଅନୁଷ୍ଠାନରେ ପ୍ରସବ ହୋଇଛି। ୮୧.୫% ମହିଳା ଋତୁସ୍ରାବ ସମୟରେ ସ୍ବାସ୍ଥ୍ୟକର ଉପାୟ ଆପଣେଇଛନ୍ତି । ୧୫ରୁ ୨୪ ବର୍ଷୀୟା ମହିଳାଙ୍କ ଉପରେ ସାରା ଦେଶରେ ହୋଇଥିଲା ସର୍ଭେ। ଏହି କ୍ଷେତ୍ରରେ ଜାତୀୟ ହାର ୭୭.୩% ରହିଥିବା ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର